ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ

Deviprasad Mohanty Picture
Published On

କଟକ: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଆବେଦନକାରିଣୀଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାରବାଟୀ ପ୍ରସ୍ତୁତ; ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌, ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ...

ଅଦାଲତ ଦର୍ଶାଇଛନ୍ତି ଯେ, ନିଯୁକ୍ତି ନିୟମିତ ପାଇଁ ଓଟିଇଟି ବାଧ୍ୟତାମୂଳକ ନୁହେଁ। ଅଧିକାରୀମାନଙ୍କ ତ୍ରୁଟି ଯୋଗୁଁ ଆବେଦନକାରିଣୀଙ୍କୁ ୮ ବର୍ଷର ସେବା ସୁବିଧା ନ ଦେବା ଅସାମ୍ବିଧାନିକ। ଜିଲାପାଳଙ୍କ ଯାଞ୍ଚ ରିପୋର୍ଟକୁ ଅଣଦେଖା କରିବା ଭୁଲ ଥିଲା। ଏଥିସହ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରିଣୀଙ୍କୁ ୨୦୦୮ ମସିହା ଫେବ୍ରୁଆରୀ ୨ ତାରିଖରୁ ନିୟମିତ ବୋଲି ଧରାଯାଉ ଏବଂ ସମସ୍ତ ଆର୍ଥିକ ଲାଭ ତିନି ମାସ ମଧ୍ୟରେ ପ୍ରଦାନ କରାଯାଉ।

ଆହୁରି ପଢ଼ନ୍ତୁ: ମଣ୍ଡି ଅଚଳାବସ୍ଥାକୁ ନେଇ ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ

Join Us @ WhatsApp

About The Author

Google News
Join Us @ WhatsApp