ମନୋରଞ୍ଜନ
ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି
ନୂଆଦିଲ୍ଲୀ/କଟକ : ବିଭିନ୍ନ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ଗତକାଲି ପ୍ରଧାନବିଚାରପତି ଜଷ୍ଟିସ୍ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ ବୈଠକରେ ଏଥିପାଇଁ ଆଲୋଚନା କରାଯାଇ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏନେଇ ମଙ୍ଗଳବାର ଜାରି କରାଯାଇଥିବା ବିବୃତି ଅନୁଯାୟୀ, ଗୌହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟ, ତେଲଙ୍ଗାନା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସୁଜୋୟ ପାଲଙ୍କୁ କୋଲକାତା ହାଇକୋର୍ଟ, କର୍ଣ୍ଣାଟକ […]
ନୂଆଦିଲ୍ଲୀ/କଟକ : ବିଭିନ୍ନ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ଗତକାଲି ପ୍ରଧାନବିଚାରପତି ଜଷ୍ଟିସ୍ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ ବୈଠକରେ ଏଥିପାଇଁ ଆଲୋଚନା କରାଯାଇ ନିଷ୍ପତ୍ତି ହୋଇଛି।

ସୁପ୍ରିମକୋର୍ଟ ପକ୍ଷରୁ ଏନେଇ ମଙ୍ଗଳବାର ଜାରି କରାଯାଇଥିବା ବିବୃତି ଅନୁଯାୟୀ, ଗୌହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟ, ତେଲଙ୍ଗାନା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସୁଜୋୟ ପାଲଙ୍କୁ କୋଲକାତା ହାଇକୋର୍ଟ, କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି କାମେଶ୍ବର ରାଓଙ୍କୁ ଦିଲ୍ଲୀ ହାଇକୋର୍ଟ, ଗୌହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏଲ ଜମିରଙ୍କୁ କୋଲକାତା ହାଇକୋର୍ଟ, ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ନିତୀନ ସାମ୍ବ୍ରେଙ୍କୁ ଦିଲ୍ଲୀ ହାଇକୋର୍ଟ, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଅଶ୍ବିନୀ କୁମାର ମିଶ୍ରଙ୍କୁ ପି ଆଣ୍ଡ ଏଚ୍, ଗୌହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସୁମନ ଶ୍ୟାମଙ୍କୁ ବମ୍ବେ ହାଇକୋର୍ଟ, କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଦୀନେଶ କୁମାର ସିଂଙ୍କୁ କର୍ଣ୍ଣାଟକ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିବେକ କୁମାର ସିଂଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ, ଆନ୍ଧ୍ରପ୍ରଦେଶ ପିଏଚସିରୁ ଜଷ୍ଟିସ୍ ବଟୁ ଦେବାନନ୍ଦଙ୍କୁ ମାଡ୍ରାସ ହାଇକୋର୍ଟ, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଓମପ୍ରକାଶ ଶୁକ୍ଳାଙ୍କୁ ଦିଲ୍ଲୀ ହାଇକୋର୍ଟ ଏବଂ ଝାଡଖଣ୍ଡ ପିଏଚସି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କୁ ବମ୍ବେ ହାଇକୋର୍ଟ ବଦଳି କରିବାକୁ ସୁପାରିସ୍ କରାଯାଇଛି।

ସୂଚନାଯୋଗ୍ୟ, ୨୮ଅଗଷ୍ଟ, ୧୯୬୫ରେ ଗୌହାଟୀରେ ଜନ୍ମିତ ଜଷ୍ଟିସ୍ ପାଠକ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ଅଧୀନ ବେଙ୍ଗାଲୁରୁର ସେଣ୍ଟ ଯୋଶେଫ୍ କଲେଜରୁ କଳାରେ ସ୍ନାତକ ଏବଂ ଗୌହାଟୀ ବିଶ୍ୱବିଦ୍ୟାଳୟ ଅଧୀନରେ ଗୌହାଟୀର ସରକାରୀ ଆଇନ କଲେଜରୁ ଏଲ.ଏଲ.ବି. ଡିଗ୍ରୀ ହାସଲ କରିଥିଲେ। ୧୯୯୦ ମସିହାରେ ସେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଏବଂ ଅରୁଣାଚଳପ୍ରଦେଶର ବାର୍ କାଉନସିଲରେ ଆଇନଜୀବୀ ଭାବରେ ପଞ୍ଜିକୃତ ହୋଇଥିଲେ। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ମୁଖ୍ୟତଃ ଦେୱାନୀ, ସାମ୍ବିଧାନିକ, ଭୂମି ଅଧିଗ୍ରହଣ ଏବଂ ସେବା ମାମଲାରେ ଅଭ୍ୟାସ କରୁଥିଲେ। ସେ ଆସାମ ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ୍ ଥିଲେ। ୨୨ ମେ’ ୨୦୧୩ରେ ତାଙ୍କୁ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ତେବେ ୨୦୧୮ ନଭେମ୍ବର ୧୨ରୁ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି।






