ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍‌‌ ଟର୍ମିନାଲରୁ ଗଡ଼ିବ ବସ୍‌‌

The Sakala Picture
Published On

କଟକ : ଆଗାମୀ ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ରୁ ବସ୍‌‌ ଚଳାଚଳ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍‌‌ ରହଣି ସହ ଯାତାୟାତ କରିବ। ଏଥିପୂର୍ବରୁ ବସ ଟର୍ମିନାଲରେ ବାକିଥିବା ଛୋଟ ଛୋଟ କାମ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ସେପ୍ଟେମ୍ବର ୭ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି କଟକ […]

କଟକ : ଆଗାମୀ ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ରୁ ବସ୍‌‌ ଚଳାଚଳ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍‌‌ ରହଣି ସହ ଯାତାୟାତ କରିବ। ଏଥିପୂର୍ବରୁ ବସ ଟର୍ମିନାଲରେ ବାକିଥିବା ଛୋଟ ଛୋଟ କାମ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ସେପ୍ଟେମ୍ବର ୭ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଧ୍ୟକ୍ଷ ଅନୀଲ କୁମାର ସାମଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରାଦୀପରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଦୁଷ୍କର୍ମ ପରେ ୪ ମହଲା କୋଠା ଉପରୁ ଠେଲି ଦେଲେ !

ଏନେଇ ଗତକାଲି ପୂର୍ବାହ୍ନରେ ବସ୍‌‌ ଟର୍ମିନାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଡିଏ ଅଧ୍ୟକ୍ଷ ସାମଲ ଅଧ୍ୟକ୍ଷତା କରିଥିଲେ। ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, କଟକ ଆରଟିଓ, ଓବିସିସି ଚିଫ୍‌‌ ଜେନେରାଲ ମ୍ୟାନେଜର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ, ୱାଟ୍‌‌କୋର ପରିଚାଳକ ଯୋଗଦେଇଥିଲେ। ଘରୋଇ ବସ୍‌‌ ମାଲିକ ସଂଘ କର୍ମକର୍ତ୍ତାମାନେ ବୈଠକରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସିଏନ୍‌‌ବିଟିରୁ ଆସନ୍ତା ୧୧ ତାରିଖରୁ ପରୀକ୍ଷାମୂଳକ ଭାବେ ବସ ଚଳାଚଳ କରିବ ବୋଲି ନିଷ୍ପତ୍ତି ହୋଇଛି। କେଉଁ ରୁଟ୍‌‌ରେ କେଉଁ ବସ୍‌‌ ଚଳାଚଳ କରିବ ସେ ସଂକ୍ରାନ୍ତରେ ମଧ୍ୟ ସ୍ଥିର ହୋଇଛି।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ସେହିପରି ସହରରେ ମୋ ବସ୍‌‌ କେଉଁ ରୁଟ୍‌‌ରେ ଯାତାୟାତ କରିବ ସେ ସମ୍ପର୍କରେ ଆଲୋଚନା ହୋଇଛି। ମୋ ବସ୍‌‌ର ରୁଟ୍‌‌ ଓ ରହଣିସ୍ଥଳ (ବସ୍‌‌ ଷ୍ଟପ୍‌‌) ସମ୍ପର୍କରେ ଡିସିପି ମିଶ୍ର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ। ସିଏନ୍‌‌ବିଟିର କେଉଁ ପଟରେ ବସ୍‌‌ ପ୍ରବେଶ କରିବ ଓ ବାହାରିବ ତାହା ଅନୁଧ୍ୟାନ କରାଯାଇ ପ୍ରସ୍ଥାନ ଦ୍ୱାର (ଏକ୍ସଜିଟ୍‌‌ ପଏଣ୍ଟ)କୁ ଚଉଡ଼ା କରାଯିବ। ବସ୍‌‌ ଟର୍ମିନାଲ ପରିସରରେ ଷ୍ଟ୍ରିଟ୍‌‌ ଲାଇଟ ଲଗାଇ ଆଲୋକୀକରଣ କରିବାକୁ ସିଏମ୍‌‌ସିକୁ ଦାୟିତ୍ୱ ଦିଆଯାଇଛି। ସିଏନ୍‌‌ବିଟିକୁ ସଂଯୋଗ କରୁଥିବା ମଲାଚଣ୍ଡିଆ ଛକ ନିକଟ ଓ ରାସ୍ତାରେ ଥିବା ଅବ୍ୟବହୃତ ଲାଇଟ ଖୁଣ୍ଟଗୁଡ଼ିକୁ ତୁରନ୍ତ ସ୍ଥାନାନ୍ତର କରାଯାଇ ସୌନ୍ଦର୍ଯ୍ୟକରଣ କାମ ଶେଷ କରିବାକୁ ବିଦ୍ୟୁତ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସିଏନ୍‌‌ବିଟି ଦାୟିତ୍ୱରେ ଥିବା ସଂସ୍ଥା ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିୟୋଜନ କରିବାକୁ ମଧ୍ୟ କୁହାଯାଇଛି। ଟର୍ମିନାଲର ଭିତର ପାର୍ଶ୍ବରେ ଇଣ୍ଟରନାଲ ପାର୍ଟିସନ ସହ କଞ୍ଜୁମର ପଏଣ୍ଟକୁ ବିଦ୍ୟୁତକରଣ କରିବାକୁ ଓବିସିସିକୁ କୁହାଯାଇଛି। ବୈଠକ ପରେ ଅଧିକାରୀମାନେ ସିଏନବିଟି ପରିସର ବୁଲି ସ୍ଥିତି ସମୀକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ଶିଶୁପାଳଗଡ଼ରେ ମା’ ଡାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ଏକାମ୍ର ବିଧାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp