ମନୋରଞ୍ଜନ
ଓଡ଼ିଶା
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ଗଠନ ହେବ ଦୁଇଟି ଟିମ୍, SOP ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବଡ଼ ସୂଚନା । ରତ୍ନଭଣ୍ଡାର ଗଣତିମଣତି ପାଇଁ ରହିବେ ଦୁଇଟି ଟିମ୍ । ତତ୍ତ୍ବାବଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି ଏସଓପି । ଶ୍ରୀମନ୍ଦିର ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ସରକାରଙ୍କ ଅନୁମୋଦିତ ଏସଓପିକୁ ପରିଚାଳନା କମିଟିରେ ଆଲୋଚନା କରାଯିବ । ଦର୍ଶନ ବ୍ୟବସ୍ଥା ଓ ନୀତିକୁ ଗୁରୁତ୍ୱ ଦିଆଯାଇଛି । ପର୍ବପର୍ବାଣି ଓ ବହୁଳ ନୀତି ସମୟରେ ଗଣତି ମଣତି ହେଇପାରିବ ନାହିଁ । ଶୁଭ ମୁହୂର୍ତ୍ତ ଦେଖି ନିଷ୍ପତି ନିଆଯିବ । ମରାମତି ଓ ସ୍ଥାନାନ୍ତରଣ ପ୍ରକ୍ରିୟା ନିର୍ବିଘ୍ନରେ ଶେଷ ହୋଇଛି । କାର୍ଯ୍ୟ ତଦାରଖ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପ ମୁଖ୍ୟ ପ୍ରଶାସକ । ଉଚ୍ଚସ୍ତରୀୟ କମିଟିର ଦୁଇ ଜଣ ରହିବେ ।
ଗଣତିମଣତି ପାଇଁ ତତ୍ତ୍ବାବଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ କରାଯିବ। ଏହି ଟିମରେ ରତ୍ନ ଚିହ୍ନିବା ପାଇଁ RBIର ଦୁଇ ଜଣ ଏକ୍ସପର୍ଟ ରହିବେ। ଦୁଇ ଜଣ ଫଟୋଗ୍ରାଫର ରହିବେ । ସମସ୍ତ କାର୍ଯ୍ୟର ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯିବ । ଦ୍ୱିତୀୟରେ ବାହାର ରତ୍ନଭଣ୍ଡାର ଗଣତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କରାଯିବ। ନିଳଦ୍ରୀ ବିଜେ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କେଉଁଦିନ ଠାରୁ ଗଣତି ହେବ ତାହା ପରିଚାଳନା କମିଟି ସ୍ଥିର କରିବ।





