ସ୍କୁଲରେ ଦୁଷ୍ଟାମି ପାଇଁ ବାପା ଗାଳି ଦେବା ଭୟରେ ୧୩ ବର୍ଷର ଛାତ୍ରର ଆତ୍ମହତ୍ୟା

Suryakanta Picture
Published On

ମହାରାଷ୍ଟ୍ରର ଥାଣେ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ସ୍କୁଲରେ ସାଙ୍ଗମାନଙ୍କ ସହ ଥଟ୍ଟାମଜା କରିବା କାରଣରୁ ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡାକିଥିଲେ। ଏହା ପରେ ବାପାଙ୍କ ଗାଳି ଭୟରେ ଜଣେ ୧୩ ବର୍ଷୀୟ ନାବାଳକ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଘଟଣାର ପୃଷ୍ଠଭୂମି

ମୃତ ଛାତ୍ରଜଣଙ୍କ ପରିଚୟ ରୁଦ୍ର ରାକେଶ ସିଂ ବୋଲି ଜଣାପଡିଛି, ଯିଏକି ମୁଲୁଣ୍ଡର ଏକ ସ୍କୁଲରେ ପାଠ ପଢୁଥିଲେ। ପୋଲିସ ସୂଚନା ଅନୁଯାୟୀ, ରୁଦ୍ର ସ୍କୁଲରେ ନିଜ ସହପାଠୀମାନଙ୍କ ସହ ଅଧିକାଂଶ ସମୟ ଥଟ୍ଟାମଜା କରୁଥିଲେ। ଏଥିରେ ବିରକ୍ତ ହୋଇ ସ୍କୁଲର ପ୍ରିନ୍ସିପାଲ୍ ରୁଦ୍ରଙ୍କ ଅଭିଭାବକଙ୍କୁ ସ୍କୁଲକୁ ଡକାଇଥିଲେ। ଘଟଣା ଦିନ ରୁଦ୍ରଙ୍କ ବାପା ସହର ବାହାରେ ଥିବାରୁ ତାଙ୍କ ମାଆ ସ୍କୁଲକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବାପାଙ୍କ ଭୟରେ ଚରମ ପଦକ୍ଷେପ

ସ୍କୁଲରୁ ଫେରିବା ପରେ ମାଆ ରୁଦ୍ରଙ୍କୁ ବୁଝାଇବା ସହ ତାଙ୍କ ବ୍ୟବହାର ପାଇଁ ଗାଳି ଦେଇଥିଲେ। ଏହାସହ ସେ ଚେତାବନୀ ଦେଇଥିଲେ ଯେ ବାପା ଫେରିଲେ ଏ ବିଷୟରେ ଜଣାଇବେ। ବାପାଙ୍କ କୋପକୁ ଭୟ କରି ରୁଦ୍ର ୱାଗଲେ ଇଷ୍ଟେଟ୍ ସ୍ଥିତ ନିଜ ଘରର ତୃତୀୟ ମହଲାରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର