କଟକରେ ଡବଲ୍‌ ମର୍ଡର୍‌: ବାପା ଓ ସାବତ ମା’ଙ୍କ ଗଳାକାଟି ହତ୍ୟା କଲା ନୃଶଂସ ପୁଅ

Madhusudan Das Picture
Published On

କଟକ: ବାପା’ ଓ ସାବତ ମା’ଙ୍କ ଗଳାକାଟି ମାରିଦେଲା ପୁଅ। ଦରଘାବଜାର ଥାନା ଅନ୍ତର୍ଗତ ଜେଲ୍‌ କଲୋନୀ ଅଞ୍ଚଳରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ସୁଧ ଟଙ୍କା ଦେଣନେଣ ଓ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଦମ୍ପତି ହେଲେ, ଦୀପକ ଦାସ(୪୨) ଏବଂ ତାଙ୍କ ପତ୍ନୀ ରିତାରାଣୀ ଦାସ(୨୮)। ଏହି ଘଟଣା କଟକରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଆହୁରି ପଢ଼ନ୍ତୁ: ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ

ପୁଲିସ ସୂତ୍ରରୁ ପ୍ରକାଶ, ପୁଅ ଆଲୋକ କୁମାର ଦାସ ଦୀର୍ଘ ୮ମାସ ହେବ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା। ବାପା ଦ୍ୱିତୀୟ ବିବାହ କରି ପତ୍ନୀ ସହିତ ସ୍ୱାର୍ଥପର ଭାବେ ଜୀବନ ବିତାଉଥିଲା। ପୁଅ ଆଲୋକକୁ ନା ବାପ’ର ସ୍ନେହ ଦେଉଥିଲା, ନାଁ ରକ୍ତର ସମ୍ପର୍କ କହି କୌଣସି ଅଧିକାର ଦେଉଥିଲା। ଦ୍ୱିତୀୟ ବିବାହ କଲା ପରେ ନିଶା ସେବନ କରି ରଂଗୀନ ମିଜାଜରେ ଜୀବନ ବିତାଉଥିଲା। ୮ମାସ ପୂର୍ବରୁ ଆଲୋକକୁ ମାନସିକ ନିର୍ଯାତନା ଦେବା ସହିତ ୧୦ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିଲା। ବାପା କଥାରେ ପୁଅ ଜୁଲିୟସ୍‌ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ସୁଧଦିଆ ଟଙ୍କା ଆଣି ବାପା ଓ ସାବତ ମା’ଙ୍କୁ ଦେଇଥିଲା। ଟଙ୍କା ଦେବା ପରେ ବାପା ଠିକ୍‌ ସମୟରେ ସୁଧ ଦେବା ସହିତ ଋଣ ଟଙ୍କା ପରିଶୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଆଲୋକର ରୋଜଗାର ଆଦୌ ହେଉନଥିବା ବେଳେ ବାପାର କଥାକୁ ବିଶ୍ୱାସକୁ ନେଇଥିଲା। ଶେଷରେ ଆଲୋକ ଓ ତା’ ସ୍ତ୍ରୀ ସୁଧଦିଆ ଟଙ୍କା ବାପା ଓ ସାବତ ମା’ଙ୍କୁ ଦେଇ ନିଶ୍ଚିତରେ ରହିଥିଲେ। କିନ୍ତୁ ସାବତ ମା’ ଓ ବାପା ଆଦୌ ସୁଧ ଦେଇନଥିଲେ। ମୂଳ ଟଙ୍କା ଦେବା ଦୂରର କଥା, ଧାର ଆଣିଥିବା ଟଙ୍କା କଥା ଉଠାଇଲେ, ଆଲୋକକୁ ଗାଳି କରୁଥିଲେ।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ଗତକାଲି ଆଲୋକ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ପିପିଲି ଅଞ୍ଚଳକୁ ଯାଇଥିଲା। ଚଳିତ ମାସର ସୁଧ ଟଙ୍କା ଦିଆଯାଇ ନ ଥିବାରୁ ଯାହାଠୁ ଟଙ୍କା ଆଣିଥିଲା, ସେ ତାଙ୍କୁ ଗାଳିମନ୍ଦ କରିଥିଲା। ଆଲୋକ ଦିନ ପ୍ରାୟ ୧୧ଟାରେ ଘରେ ପହଞ୍ଚି ନିଜ ପତ୍ନୀ ସହିତ ଭଲରେ କଥା ହୋଇଥିଲା। ଅପରାହ୍ଣ ୪ଟାରେ ଘରୁ ଯାଇ ଫୋନ୍‌ରେ ରାତିରେ ଫେରିବ ନାହିଁ ବୋଲି କହିଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ମଦ୍ୟପାନ କରି ବାପା ଓ ସାବତ ମା’ ନିକଟକୁ ଆଲୋକ ଯାଇ ଟଙ୍କା ମାଗିଥିଲା। ଯଦି ୧୦ଲକ୍ଷ ଦେଇ ନପାରୁଛ, ସମୟ ମୁତାବକ ସୁଧଟଙ୍କା ଦେବାକୁ କହିଥିଲା। ଏହି କଥାରେ ୨ ପକ୍ଷଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଶେଷରେ ଉତକ୍ଷିପ୍ତ ହୋଇ ସାଙ୍ଗରେ ନେଇଥିବା ଛୁରିରେ ଆଲୋକ ନିଜ ବାପା ଓ ସାବତ ମା’ର ଗଳା କାଟି ଦେଇଥିଲା। ୨ଜଣ ରକ୍ତ ଜୁଡୁବୁଡ଼ୁ ହୋଇ ଛଟପଟ ହେଉଥିବା ବେଳେ ସେଠାରୁ ସେ ଫେରାର୍‌ ହୋଇଯାଇଥିଲା। 

ଆହୁରି ପଢ଼ନ୍ତୁ: ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଅଭିଯୁକ୍ତ ପୁଅ ଆଲୋକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ପ୍ରାଥମିକ ତଦନ୍ତ ଓ ଅଭିଯୁକ୍ତ ଆଲୋକଙ୍କ ପତ୍ନୀଙ୍କ ବୟାନ ଅନୁଯାୟୀ, ଏହି ହତ୍ୟାକାଣ୍ଡର ମୂଳ କାରଣ ସୁଧ ଟଙ୍କା ଏବଂ ଏକ ବାସ‌‌‌‌ପୋଯୋଗୀ ଜାଗା କିଣାବିକାକୁ ନେଇ ଉପୁଜିଥିବା ଆର୍ଥିକ ବିବାଦ। ଆଲୋକର ବାପା ଏକ ଜାଗା କିଣିବାକୁ ଯାଇ ୧୦ ଲକ୍ଷ ଟଙ୍କାର କରଜ କରିଥିଲେ ଏବଂ ଏହି କରଜ କାରବାରରେ ପୁଅ ସୁଧ ଟଙ୍କା ଜଣେ ବ୍ୟକ୍ତିଙ୍କଠାରୁ ଆଣି ଦେଇଥିଲା। ପରେ ଉକ୍ତ ଜାଗାଟି ମିଳି ନଥିଲା କିମ୍ୱା ଜାଗା ବାବଦରେ ଲଗାଯାଇଥିବା ଟଙ୍କା ମଧ୍ୟ ଫେରସ୍ତ କରାଯାଇ ନଥିଲା। ଏହି ଟଙ୍କା ପାଇଁ ବାପା-ସାବତ ମା’ ଓ ପୁଅଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା। ଟଙ୍କା ନ ମିଳିବାରୁ ପୁଅ ଆଲୋକ ଅତ୍ୟନ୍ତ ଉତ୍ୟକ୍ତ ହୋଇ ବାପା ଓ ମାଆଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ହତ୍ୟାକାଣ୍ଡର ସଠିକ୍‌ କାରଣ ଓ କିଭଳି ଭାବେ ଏହି ଘଟଣା ଘଟିଲା ସେ ସମ୍ପର୍କରେ ଅଭିଯୁକ୍ତ ନିକଟରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp