ମନୋରଞ୍ଜନ
ଓଡ଼ିଶା
ଫେବୃଆରୀ ୧୮ସୁଦ୍ଧା ଦାବି ପୂରଣ ନ ହେଲେ ୨୦ରୁ ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ । ଫେବୃଆରୀ ୨୦ରୁ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ । ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ ଦେଲା ୩ ପ୍ରମୁଖ ଠିକାଦାର ସଂଘ । ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ । ପ୍ରେସମିଟ୍ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘର ଚେତାବନୀ । ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ । ଟେଣ୍ଡର ସୀମା ବୃଦ୍ଧି, ଜରିମାନା ଛାଡ଼ ଆଦି ୮ ଦଫା ଦାବି କରିଛି ମହାସଂଘ ।
ଆସନ୍ତା ଫେବୃଆରୀ ୨୦ରୁ ରାଜ୍ୟବ୍ୟାପୀ ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ । ପ୍ରଭାବିତ ହେବ ଆଲୋକ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ବେରଜ କାମ । ଏକାଠି ହେବେ ରାଜ୍ୟର ୭୦ ହଜାର ଠିକାଦାର ଓ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଙ୍ଘ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଛି ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘ । ମିଳିତ ମଞ୍ଚର ଆବାହକ ଅନିଲ କୁମାର ମହାଲିକଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୮ ଦଫା ଦାବି ପ୍ରଦାନ କରାଯାଇଛି । ୧୮ ଫେବୃଆରୀ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ୨୦ ତାରିଖ ରେ ସମସ୍ତ ନିର୍ମାଣ କାର୍ଯ୍ୟ ଅନର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରାଜଧାନୀ ରାଜରାସ୍ତାରେ ବିଶାଳ ବିକ୍ଷୋଭ ସମାବେଶ କରାଯିବା ନେଇ ଚେତାବନୀ ଦେଇଛି ମହାସଂଘ I ପୂର୍ତ୍ତ ବିଭାଗ ସରକୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ 0.00% ପ୍ରତିଶତରୁ କମ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ, WAMIS ସ୍ଥାନାନ୍ତର କରିବା ଆଦି ୮ ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ । ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ ।





