ଶାମୁକା ପ୍ରକଳ୍ପକୁ ମିଳିବ ନବକଳେବର: ମାଷ୍ଟର ପ୍ଲାନରେ ହେବ ବଡ଼ ପରିବର୍ତ୍ତନ, ଓଟିଡିସିକୁ ନିର୍ଦ୍ଦେଶ

Suryakanta Picture
Published On

ବହୁ ପ୍ରତୀକ୍ଷିତ ଶାମୁକା ବେଳାଭୂମି ପ୍ରକଳ୍ପକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁରୀ ନିକଟରେ ହେବାକୁ ଥିବା ଏହି ବିଶାଳ ପର୍ଯ୍ୟଟନ ପ୍ରକଳ୍ପର ମାଷ୍ଟର ପ୍ଲାନରେ ସଂଶୋଧନ କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ଏଜେନ୍ସି ନିୟୋଜିତ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଲିଜା ପ୍ରେମରେ ଅନ୍ଧ ହୋଇ ଉଜାଡିଦେଲେ ସଂସାର

କାହିଁକି ବଦଳିବ ମାଷ୍ଟର ପ୍ଲାନ୍?

ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଏରୋ ସିଟି ଯୋଗୁଁ ସ୍ଥାନୀୟ ଅଞ୍ଚଳର ବିକାଶ ନିୟମାବଳୀରେ ପରିବର୍ତ୍ତନ ଆସିଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ର କଟକଣା ଏବଂ ଉପକୂଳ ନିୟାମକ ଜୋନ୍ (CRZ) ନିୟମକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ରୁଦ୍ର ନାରାୟଣ ଦାଶ ଏନେଇ ଓଟିଡିସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

୩୦୦୦ ଏକରରେ ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର

୧୯୯୬ ମସିହାରେ ପ୍ରଥମେ ପୁରୀ ସହରର ଦକ୍ଷିଣରେ ଥିବା ସିପସରୁବାଲି ମୌଜାରେ ପ୍ରାୟ ୩,୫୦୦ ଏକର ଜମିରେ ଏହି 'ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର'ର ପରିକଳ୍ପନା କରାଯାଇଥିଲା। ଏହାକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଠାରେ ପଞ୍ଚତାରକା ହୋଟେଲ, ରିସର୍ଟ ଏବଂ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ପାର୍ଶଲରେ ଲାପଟପ୍ ବଦଳରେ ଆସିଲା ମାର୍ବଲ, ଇ-କମର୍ସ ସଂସ୍ଥାକୁ ୯୦ ହଜାର ଟଙ୍କା ଫାଇନ

ପୂର୍ବରୁ ୨୦୦୮ ଏବଂ ୨୦୨୦ରେ ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ର ରୋକ୍ ଏବଂ ଅନ୍ୟାନ୍ୟ କାରଣରୁ କାମ ଆଗେଇ ପାରିନଥିଲା। ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତି ଏବଂ ବିମାନବନ୍ଦର ପ୍ରକଳ୍ପକୁ ଖାପ ଖୁଆଇ ନୂଆ ରୂପରେଖ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp