ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡର ବରିଷ୍ଠ ଲେଖକ ସଲିମ ଖାନ: ହସ୍ପିଟାଲରେ ପହଞ୍ଚିଲେ ପୁଅ ସଲମାନ ଖାନ

Tapas Ranjan Nanda Picture
Published On

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଚଳଚ୍ଚିତ୍ର ଲେଖକ ତଥା ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୯୦ ବର୍ଷୀୟ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଆଇସିୟୁ (ICU) ବିଭାଗରେ ରଖାଯାଇଛି। ଏହି ଖବର ପାଇବା ପରେ ସଲମାନ ଖାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ହସ୍ପିଟାଲରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ସଲମାନ ଖାନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହସ୍ପିଟାଲରେ ପହଞ୍ଚିଥିଲେ। ସଲମାନଙ୍କ ବ୍ୟତୀତ ତାଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ଭେଣୋଇ ଆୟୁଷ ଶର୍ମା ମଧ୍ୟ ହସ୍ପିଟାଲରେ ଉପସ୍ଥିତ ରହି ସଲିମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଗଣମାଧ୍ୟମର ପ୍ରତିନିଧିମାନେ ବାହାରେ ଅପେକ୍ଷା କରିଥିଲେ ମଧ୍ୟ ପରିବାର ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ଦିଆଯାଇ ନାହିଁ।

ସଲିମ ଖାନଙ୍କୁ କେଉଁ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ତାଙ୍କ ବୟସ ୯୦ ବର୍ଷ ହୋଇଥିବାରୁ ଏହା ଏକ ନିୟମିତ ଚେକଅପ୍ କିମ୍ବା ବୟସାଧିକ୍ୟ ଜନିତ ସମସ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଗତ ନଭେମ୍ବର ମାସରେ ସେ ନିଜର ୯୦ତମ ଜନ୍ମଦିନ ପାଳନ କରିଥିଲେ।

ଭାରତୀୟ ସିନେମାରେ ସଲିମ ଖାନଙ୍କ ଅବଦାନ

ସଲିମ ଖାନ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ କିମ୍ବଦନ୍ତୀ ସ୍କ୍ରିନରାଇଟର। ସେ ଜାଭେଦ ଅଖତରଙ୍କ ସହ ମିଶି ଅନେକ ସୁପରହିଟ୍ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି। 'ଶୋଲେ', 'ଜଞ୍ଜିର' ଏବଂ 'ଦିୱାର' ଭଳି ଚଳଚ୍ଚିତ୍ରଗୁଡ଼ିକ ହିନ୍ଦୀ ସିନେମାର ଗତିପଥ ବଦଳାଇ ଦେଇଥିଲା। ତାଙ୍କର ଅସୁସ୍ଥତା ଖବର ପାଇ ପ୍ରଶଂସକ ଏବଂ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp