ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ, ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଜଣ ଉତ୍ତୀର୍ଣ୍ଣ

Madhusudan Das Picture
Published On

କଟକ: ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ । ୨୦୨୫ ଡିସେମ୍ବର ୧୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ହଜାର ୯୫୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୧ ଓ ପେପର-୨ରେ ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରାହ୍ନ ୨ଟାରୁ ରେଜଲ୍ଟ ବୋର୍ଡ ୱେବ ସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି । ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି ଅପରାହ୍ନ ୪ଟା ପରଠାରୁ ଆବଶ୍ୟକ ଫି’ ଦେଇ ଏହି ୱେବ୍‌ ସାଇଟ୍‌ରୁ ସେମାନଙ୍କ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ ବୋଲି ମାଧ୍ୟମକି ଶିକ୍ଷା ପରିଷଦ (BSE) ପକ୍ଷରୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସେହିପରି ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ OTET-୨୦୨୬ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଆବେଦନ ପାଇଁ ଖୁବ୍‌ଶୀଘ୍ର ତାରିଖ ପ୍ରକାଶ କରାଯିବ ବୋଲି ବୋର୍ଡ କହିଛି। ପରୀକ୍ଷା ତାରିଖ ଓ ସିଲାବସ୍‌ ନେଇ ମଧ୍ୟ ସୂଚନା ଦିଆଯିବ ବୋଲି କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର