କୋର୍ଟ ପରିସରରେ ଅଭିଯୁକ୍ତ ଓ ଅବକାରୀ ଅଧିକାରୀ ଧସ୍ତାଧସ୍ତି, ଅବକାରୀ ବାବୁଙ୍କ ଅନ୍ତବସ୍ତ୍ରରୁ ବାହାରିଲା ଅଭିଯୁକ୍ତର ଚୋରି ଟଙ୍କା

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରେ ହାଇଡ୍ରାମା । ଅଭିଯୁକ୍ତ ଓ ଅବକାରୀ ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି । ମଦ ବେପାରିଙ୍କ ଟଙ୍କା ଚୋରି କରି ଧରାପଡିଲେ ଅବକାରୀ ଅଧିକାରୀ । ଶେଷରେ ଅବକାରୀ ଅଫିସରଙ୍କ ଅନ୍ତବସ୍ତ୍ରରୁ ବାହାରିଲା ଅଭିଯୁକ୍ତର ଚୋରି ହୋଇଥିବା ୪ ହଜାର ଟଙ୍କା । ଯାହାର ଦୃଶ୍ୟ ଏବେ ଭାଇରାଲ ହେଉଛି । 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନା ଅନୁସାରେ, ଦୁଇଜଣ ଅବକାରୀ ଅଧିକାରୀ ହାତକଡ଼ା ପିନ୍ଧିଥିବା ଜଣେ ମଦ ବେପାରୀକୁ କୋର୍ଟ ଚାଲାଣ ପାଇଁ ଆଣିଥିଲେ। ଗାଡ଼ିରୁ ଓହ୍ଲାଇବା ମାତ୍ରେ ଅଭିଯୁକ୍ତ ଜଣକ ସାଦା ପୋଷାକରେ ଥିବା ଜଣେ ଅବକାରୀ ବାବୁଙ୍କୁ ଜାବୁଡ଼ି ଧରି ନିଜ ଟଙ୍କା ଫେରସ୍ତ ମାଗିଥିଲେ। ଅଭିଯୁକ୍ତ ଚିତ୍କାର କରି କହିଥିଲେ, "ମୋ ଟଙ୍କା ଫେରାଅ, ମୁଁ ଓକିଲ ଦେଇ ବେଲ୍‌ରେ ଯିବି।" ଏପରିକି ଅଭିଯୁକ୍ତଙ୍କ ପରିବାରର ମହିଳାମାନେ ମଧ୍ୟ ଏଥିରେ ସାମିଲ ହୋଇ ଅଧିକାରୀଙ୍କ ସହ ଟଣାଓଟରା କରିଥିଲେ। ତେବେ ଅବକାରୀ ବାବୁ ଟଙ୍କା ନେଇନଥିବା ସଫେଇ ଦେଇ ଅଭିଯୁକ୍ତଙ୍କୁ ଟାଣିଟାଣି କୋର୍ଟ ଭିତରକୁ ନେଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

କୋର୍ଟ ଭିତରେ ମଧ୍ୟ ଅଭିଯୁକ୍ତ ଚୁପ୍ ରହିନଥିଲେ। ସେ ସିଧାସଳଖ ହାକିମଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଅବକାରୀ ବାବୁ ତାଙ୍କଠାରୁ ୪ ହଜାର ୬ଶହ ଟଙ୍କା ଛଡ଼ାଇ ନେଇଛନ୍ତି। ହାକିମ ଏନେଇ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରଥମେ ଟଙ୍କା ଜବତ କରିଥିବା କହିଥିଲେ। କିନ୍ତୁ 'ସିଜର ଲିଷ୍ଟ' (ଜବତ ତାଲିକା) ଯାଞ୍ଚ କରିବାରୁ ସେଥିରେ ଟଙ୍କା ବିଷୟରେ କୌଣସି ଉଲ୍ଲେଖ ନଥିଲା। ଶେଷରେ ହାକିମଙ୍କ କଡା ତାଗିଦ୍ ପରେ ଅବକାରୀ ଅଧିକାରୀ ଜଣକ ବାଧ୍ୟ ହୋଇ ସର୍ବସମ୍ମୁଖରେ ନିଜ ଅନ୍ତର୍ବସ୍ତ୍ର ଭିତରେ ଲୁଚାଇ ରଖିଥିବା ଟଙ୍କା ବାହାର କରିଥିଲେ। ଏହି ଘଟଣା ଏବେ ଆଇନଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର