ସାବଧାନ ! ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର । ବିଧାନସଭାରେ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି କି, ଓଡ଼ିଶାରେ ଓମଫେଡ଼ ବ୍ୟତୀତ ଉପଲବ୍ଧ ଥିବା ତ‌ଥ୍ୟ ଅନୁସାରେ ମୁଖ୍ୟତଃ ୨୨ ଗୋଟି କମ୍ପାନୀ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ କରୁଛନ୍ତି। ଏଥି ମଧ୍ୟରୁ ୧୦ଟି କମ୍ପାନୀ ରାଜ୍ୟ ଭିତରର ଓ ୧୨ଟି କମ୍ପାନୀ ରାଜ୍ୟ ବାହାରର ରହିଛନ୍ତି । ଏହି ସବୁ କମ୍ପାନୀମାନଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରିବା ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ଖାଦ୍ୟ ସୁରକ୍ଷା କମିସନରେଟ (FSSAI) ଦ୍ବାରା ପରୀକ୍ଷା କରା କରାଯାଇଥାଏ । ୨୦୨୫ରେ ୨୨ଟି କମ୍ପାନୀର ୮୮ ସାମ୍ପଲ୍‌ ଯାଞ୍ଚ କରାଯାଇଥିଲା । ସେଥିରୁ ୮୦ଟି ସାମ୍ପଲ୍‌ ଠିକ୍, ୮ଟି ନମୁନା ନିମ୍ନମାନର ।

ଆହୁରି ପଢ଼ନ୍ତୁ: ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp