ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ ବାରିକ, ଲାଞ୍ଚ କାରବାରରେ ସମ୍ପୃକ୍ତି ପରେ କାର୍ଯ୍ୟାନୁଷ୍ଠାନ

Madhusudan Das Picture
Published On

କଟକ: ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକ । ବିଜୟ ବାରିକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ବିଜୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି । ୪୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବିଜୟ । ନିଲମ୍ବନ ସମୟରେ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବିଜୟ । ସୂଚନାଯୋଗ୍ୟ, CRRI ପୋଲିସ ଷ୍ଟେସନର ଆଇଆଇସିଙ୍କୁ ତାଙ୍କର ବ୍ୟବସାୟ ସୁରୁଖୁରୁରେ କରିବା ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଗିରଫ କରିଥିଲେ। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ, ୮ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp