ପଦାରେ ପଡ଼ିଲା ପୁଲିସର ବାହାସ୍ଫୋଟ : ହୋଟେଲ୍‌ରେ ଅପରାଧୀ,କାମ ଦେଉନି ‘ସରାଇ ଆପ୍‍’

The Sakala Picture
Published On

ଭୁବନେଶ୍ୱର : କମିସନରେଟ ପୁଲିସର ବାହାପିଆ କଥା ଏବେ ପଦାରେ ପଡ଼ିଛି। ହୋଟେଲରେ ରହୁଥିବା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ପୁଲିସ ‘ସରାଇ ଆପ୍‍’ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରାଜଧାନୀରେ ଥିବା ୮ଶହରୁ ଊର୍ଦ୍ଧ୍ବ ହୋଟେଲ ଏହି ଆପ୍‍କୁ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିବାକୁ କୁହାଯାଇଥିଲା। ଏଥିରେ ନିଜର ହୋଟେଲ ଆଇଡି ଏବଂ ପାସ୍‍ୱାର୍ଡ ଖୋଲି ରେଜିଷ୍ଟେସନ କରିବେ ବୋଲି କୁହାଗଲା। ଯେଉଁଥିରେ ହୋଟେଲର ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତିଦିନ ହୋଟେଲକୁ […]

ଭୁବନେଶ୍ୱର : କମିସନରେଟ ପୁଲିସର ବାହାପିଆ କଥା ଏବେ ପଦାରେ ପଡ଼ିଛି। ହୋଟେଲରେ ରହୁଥିବା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ପୁଲିସ ‘ସରାଇ ଆପ୍‍’ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରାଜଧାନୀରେ ଥିବା ୮ଶହରୁ ଊର୍ଦ୍ଧ୍ବ ହୋଟେଲ ଏହି ଆପ୍‍କୁ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିବାକୁ କୁହାଯାଇଥିଲା। ଏଥିରେ ନିଜର ହୋଟେଲ ଆଇଡି ଏବଂ ପାସ୍‍ୱାର୍ଡ ଖୋଲି ରେଜିଷ୍ଟେସନ କରିବେ ବୋଲି କୁହାଗଲା। ଯେଉଁଥିରେ ହୋଟେଲର ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତିଦିନ ହୋଟେଲକୁ ଆସୁଥିବା ଅତିଥିଙ୍କୁ ଫଟୋ, ପରିଚୟପତ୍ର ଆଦି ଅପ୍‌ଲୋଡ୍‌  କରିବାକୁ ବାଧ୍ୟ କରାଗଲା। ଏସବୁ ପରେ ବୁଧବାର ଲିଙ୍ଗରାଜ ଥାନା ବଢ଼େଇ ବାଙ୍କ ଏଟିଏମ୍‍ରୁ ଲୁଟ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଏକ ମାସେ ହେବ ରାଜଧାନୀର ଏକ ହୋଟେଲରେ କିଭଳି ଡେରା ପକାଇଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

ସେମାନେ ରାଜଧାନୀରେ ରହି କଟକ, ପୁରୀରୁ ଏକାଧିକ ଏଟିଏମ ଲୁଟ୍‍ କରିଥିଲା। ହେଲେ ଏହି ଗ୍ୟାଙ୍ଗ୍‍ ବିଷୟରେ ଟିକେବି ସୁରାକ ପୁଲିସ କିପରି ପାଇଲା ନାହିଁ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ଏହି ଲୁଟେରା ଗ୍ୟାଙ୍ଗ୍‍ ଯେଉଁ ହୋଟେଲରେ ରହିଥିଲେ ସେ ହୋଟେଲ୍‍ କର୍ମଚାରୀ ପୁଲିସକୁ ମଧ୍ୟ ଜଣାଇ ନ ଥିଲେ। ଏପରିକି ପୁଲିସର ଏହି ଆପ୍‍ରେ ମଧ୍ୟ ଅପ୍‌ଲୋଡ୍‌ କରି ନ ଥିଲେ। ଯେଉଁଥିପାଇଁ ଏହି ଲୁଟେରା ଗ୍ୟାଙ୍ଗ୍‍ ମାସେ ହେବ ରାଜଧାନୀରେ ଡେରା ପକାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ବିଷୟରେ ଟିକେବି ସୁରାକ ପାଇଲା ନାହିଁ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ବିଶେଷକରି ରାଜଧାନୀରେ ଲକ୍‍ଡାଉନ୍‍ ଖୋଲିବା ପରେ ବାହାର ରାଜ୍ୟର ଅପରାଧୀ ରାଜଧାନୀରେ ଥିବା ଏକାଧିକ ହୋଟେଲରେ ଆସି ରହୁଛନ୍ତି। ସେମାନେ ନକଲି ଆଧାରକାର୍ଡ ଆଦିକୁ ହୋଟେଲରେ ଦେଇ ରହୁଛନ୍ତି। ଯଦି ନିୟମିତ ଭାବେ ଏହି ଆପ୍‍ରେ ସଠିକ୍‍ ଭାବେ ଅପ୍‌ଲୋଡ କରାଯାଏ ତେବେ ଅପରାଧୀଙ୍କ ବିଷୟରେ ସମସ୍ତ ତଥ୍ୟ ପୁଲିସ ଜାଣିପାରନ୍ତା। କିନ୍ତୁ ହୋଟେଲ କର୍ତ୍ତୃପକ୍ଷ ଏହା କରୁ ନ ଥିବାରୁ ଅପରାଧୀଙ୍କୁ ସୁହାଉଛି। ପୂର୍ବରୁ ମଧ୍ୟ ଝରାଫୁଲ ହତ୍ୟା ମାମଲା, ହାଇଦରାବାଦର ୨ଜଣ ଲୁଟେରା ରାଜଧାନୀକୁ ଆସି ହୋଟେଲରେ ରହି ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହି ପଟିଆରେ ଏଟିଏମ୍‍ ଲୁଟିଥିଲେ। ଏହାସହ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ହୋଟେଲ ହାଇୱେ ଇନ୍‌ରେ  ଅପରାଧୀ ଜଣେ ଯୁବତୀଙ୍କୁ ପିଟିପିଟି ହତ୍ୟା କଲେ। ଏହିଭଳି ରାଜଧାନୀରେ ଏକାଧିକ ହୋଟେଲରେ ଅପରାଧୀ ରହି ଅପରାଧ ଘଟାଉଛନ୍ତି। ହେଲେ ପୁଲିସର ଏଥିଲାଗି ଚେତା ପଶୁନି।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

27 Aug 2021 By The Sakala

ପଦାରେ ପଡ଼ିଲା ପୁଲିସର ବାହାସ୍ଫୋଟ : ହୋଟେଲ୍‌ରେ ଅପରାଧୀ,କାମ ଦେଉନି ‘ସରାଇ ଆପ୍‍’

ଭୁବନେଶ୍ୱର : କମିସନରେଟ ପୁଲିସର ବାହାପିଆ କଥା ଏବେ ପଦାରେ ପଡ଼ିଛି। ହୋଟେଲରେ ରହୁଥିବା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ପୁଲିସ ‘ସରାଇ ଆପ୍‍’ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରାଜଧାନୀରେ ଥିବା ୮ଶହରୁ ଊର୍ଦ୍ଧ୍ବ ହୋଟେଲ ଏହି ଆପ୍‍କୁ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିବାକୁ କୁହାଯାଇଥିଲା। ଏଥିରେ ନିଜର ହୋଟେଲ ଆଇଡି ଏବଂ ପାସ୍‍ୱାର୍ଡ ଖୋଲି ରେଜିଷ୍ଟେସନ କରିବେ ବୋଲି କୁହାଗଲା। ଯେଉଁଥିରେ ହୋଟେଲର ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତିଦିନ ହୋଟେଲକୁ ଆସୁଥିବା ଅତିଥିଙ୍କୁ ଫଟୋ, ପରିଚୟପତ୍ର ଆଦି ଅପ୍‌ଲୋଡ୍‌  କରିବାକୁ ବାଧ୍ୟ କରାଗଲା। ଏସବୁ ପରେ ବୁଧବାର ଲିଙ୍ଗରାଜ ଥାନା ବଢ଼େଇ ବାଙ୍କ ଏଟିଏମ୍‍ରୁ ଲୁଟ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଏକ ମାସେ ହେବ ରାଜଧାନୀର ଏକ ହୋଟେଲରେ କିଭଳି ଡେରା ପକାଇଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।

ସେମାନେ ରାଜଧାନୀରେ ରହି କଟକ, ପୁରୀରୁ ଏକାଧିକ ଏଟିଏମ ଲୁଟ୍‍ କରିଥିଲା। ହେଲେ ଏହି ଗ୍ୟାଙ୍ଗ୍‍ ବିଷୟରେ ଟିକେବି ସୁରାକ ପୁଲିସ କିପରି ପାଇଲା ନାହିଁ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ଏହି ଲୁଟେରା ଗ୍ୟାଙ୍ଗ୍‍ ଯେଉଁ ହୋଟେଲରେ ରହିଥିଲେ ସେ ହୋଟେଲ୍‍ କର୍ମଚାରୀ ପୁଲିସକୁ ମଧ୍ୟ ଜଣାଇ ନ ଥିଲେ। ଏପରିକି ପୁଲିସର ଏହି ଆପ୍‍ରେ ମଧ୍ୟ ଅପ୍‌ଲୋଡ୍‌ କରି ନ ଥିଲେ। ଯେଉଁଥିପାଇଁ ଏହି ଲୁଟେରା ଗ୍ୟାଙ୍ଗ୍‍ ମାସେ ହେବ ରାଜଧାନୀରେ ଡେରା ପକାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ବିଷୟରେ ଟିକେବି ସୁରାକ ପାଇଲା ନାହିଁ।

ବିଶେଷକରି ରାଜଧାନୀରେ ଲକ୍‍ଡାଉନ୍‍ ଖୋଲିବା ପରେ ବାହାର ରାଜ୍ୟର ଅପରାଧୀ ରାଜଧାନୀରେ ଥିବା ଏକାଧିକ ହୋଟେଲରେ ଆସି ରହୁଛନ୍ତି। ସେମାନେ ନକଲି ଆଧାରକାର୍ଡ ଆଦିକୁ ହୋଟେଲରେ ଦେଇ ରହୁଛନ୍ତି। ଯଦି ନିୟମିତ ଭାବେ ଏହି ଆପ୍‍ରେ ସଠିକ୍‍ ଭାବେ ଅପ୍‌ଲୋଡ କରାଯାଏ ତେବେ ଅପରାଧୀଙ୍କ ବିଷୟରେ ସମସ୍ତ ତଥ୍ୟ ପୁଲିସ ଜାଣିପାରନ୍ତା। କିନ୍ତୁ ହୋଟେଲ କର୍ତ୍ତୃପକ୍ଷ ଏହା କରୁ ନ ଥିବାରୁ ଅପରାଧୀଙ୍କୁ ସୁହାଉଛି। ପୂର୍ବରୁ ମଧ୍ୟ ଝରାଫୁଲ ହତ୍ୟା ମାମଲା, ହାଇଦରାବାଦର ୨ଜଣ ଲୁଟେରା ରାଜଧାନୀକୁ ଆସି ହୋଟେଲରେ ରହି ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହି ପଟିଆରେ ଏଟିଏମ୍‍ ଲୁଟିଥିଲେ। ଏହାସହ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ହୋଟେଲ ହାଇୱେ ଇନ୍‌ରେ  ଅପରାଧୀ ଜଣେ ଯୁବତୀଙ୍କୁ ପିଟିପିଟି ହତ୍ୟା କଲେ। ଏହିଭଳି ରାଜଧାନୀରେ ଏକାଧିକ ହୋଟେଲରେ ଅପରାଧୀ ରହି ଅପରାଧ ଘଟାଉଛନ୍ତି। ହେଲେ ପୁଲିସର ଏଥିଲାଗି ଚେତା ପଶୁନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର