ନୂଆ ରୂପରେ ମହାମାରୀ କରୋନା, ଜାଣନ୍ତୁ ନୂଆ ଲକ୍ଷଣ ଏବଂ କେମିତି ରହିବେ ସତର୍କ
ଦେଶରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା। କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବା ସହ ନୂଆ ନୂଆ ରୂପରେ କରୋନା ଏବେ ସାଂଘାତିକ ହେବାକୁ ଲାଗିଲାଣି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି। ଭାଇରସର ନୂଆ ରୂପ ଅଧିକ ସଂକ୍ରାମକ ହୋଇଥିଲା ବେଳେ ଲକ୍ଷଣ ମଧ୍ୟ ଭିନ୍ନ ରହିଛି। ପୂର୍ବରୁ କରୋନାର ଯେଉଁସବୁ […]
ଦେଶରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା। କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବା ସହ ନୂଆ ନୂଆ ରୂପରେ କରୋନା ଏବେ ସାଂଘାତିକ ହେବାକୁ ଲାଗିଲାଣି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି। ଭାଇରସର ନୂଆ ରୂପ ଅଧିକ ସଂକ୍ରାମକ ହୋଇଥିଲା ବେଳେ ଲକ୍ଷଣ ମଧ୍ୟ ଭିନ୍ନ ରହିଛି।
ପୂର୍ବରୁ କରୋନାର ଯେଉଁସବୁ ଲକ୍ଷଣମାନ ଦେଖାଯାଉଥିଲା, ନୂଆ ଷ୍ଟ୍ରେନରେ ମଧ୍ୟ ସେଭଳି କିଛି ସମାନ ଲକ୍ଷଣ ରହିଛି। ସାଧାରଣତଃ ଜ୍ଵର, ଶୁଖିଲା କାଶ, ସ୍ଵାଦ ଏବଂ ବାସ୍ନା ବାରି ନ ପାରିବା ଭଳି ସମାନ ଲକ୍ଷଣ କୋରନାର ନୂଆ ଷ୍ଟ୍ରେନରେ ଦେଖିବାକୁ ମିଳୁଛି। ଏଥିସହ ଆଉ ୭ଟି ନୂଆ ଲକ୍ଷଣ ଏହି ଷ୍ଟ୍ରେନରେ ଦେଖାଯାଉଛି।
କରୋନା ନୂଆ ରୂପର ନୂଆ ଲକ୍ଷଣ
- ଦେହ ହାତ ଅବଶ ଲାଗିବା
- ଭୋକ ନହେବା
- ମୁଣ୍ଡାବିନ୍ଧା, ଦେହହାତ ଘୋଳାବିନ୍ଧା ହେବା
- ପତଳା ଝାଡ଼ା ଦିନକୁ ୪ରୁ ୫ ଥର ହେବା
- ଚର୍ମରୋଗ ନୂଆ କରି ଦେଖା ଦେବା
- ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
- ସାମାନ୍ୟ କାଶ ହେବା ସହିତ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବା
କରୋନାର ଏହି ନୂଆ ରୂପ ଅଧିକ ସଂକ୍ରାମକ ହେଉଛି। ପୂର୍ବ ଅପେକ୍ଷା ଅଧିକ ସହଜରେ ଏହା ବ୍ୟାପୁଛି। ଏଥିପାଇଁ ଲୋକଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ ଅଛି। ପ୍ରାୟ ଏକ ବର୍ଷ ଧରି ଲକ୍ଡାଉନ୍, ସଟଡାଉନ ମଧ୍ୟରେ ଲୋକ ରହିଛନ୍ତି। ଫଳରେ ଲୋକଙ୍କ ଜୀବନ, ଜୀବିକା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ତେଣୁ ପୁଣି ସେହି ଅବସ୍ଥା ଯେମିତି ନ ଫେରେ ସେଥିପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି।
କି କି ବିଶେଷ ସାବଧାନତା ଅବଲମ୍ବନ କରିବେ?
- ହାତ ଧୁଆ, ଠିକ୍ ଭାବେ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ରକ୍ଷା କରିବା
- କୋଭିଡ ଟିକା ନେବା
- ସରକାର ନିୟମ କୋହଳ କରିଥିଲେ ମଧ୍ୟ ସାବଧାନତା ଅବଲମ୍ବନ କରିବା
- ବାହାର ରାଜ୍ୟରୁ ଫେରିଥିଲେ ୭ ଦିନ କ୍ୱାରେଣ୍ଟାଇନରେ ରହିବା
- ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ କୋଭିଡ ପରୀକ୍ଷା କରିବା।