କରୋନା ସଚେତନତା ବାଂଟୁଛି କମ୍ୟୁନିଟି ରେଡିଓ

The Sakala Picture
Published On

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାରୀଠାରୁ ଆରମ୍ଭ କରି ବେସରକାରୀ ପର୍ଯ୍ୟନ୍ତ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେବେ ଏବେବି ଅନେକ ସ୍ଥାନ, ଉପାନ୍ତ ଅଞ୍ଚଳରେ ସରାକରଙ୍କ ବାର୍ତ୍ତା, ସାଧାରଣ ଲୋକଙ୍କ ପାଇଁ ସରକାରୀ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ସହଜରେ ଉପଲବ୍‍ଧ ହୋଇପାରୁ ନାହିଁ। ଏପରିସ୍ଥଳେ ରାଜ୍ୟରେ ଥିବା ୧୩ଟି କମ୍ୟୁନିଟି ରେଡ଼ିଓ ଷ୍ଟେସନ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି […]

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାରୀଠାରୁ ଆରମ୍ଭ କରି ବେସରକାରୀ ପର୍ଯ୍ୟନ୍ତ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେବେ ଏବେବି ଅନେକ ସ୍ଥାନ, ଉପାନ୍ତ ଅଞ୍ଚଳରେ ସରାକରଙ୍କ ବାର୍ତ୍ତା, ସାଧାରଣ ଲୋକଙ୍କ ପାଇଁ ସରକାରୀ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ସହଜରେ ଉପଲବ୍‍ଧ ହୋଇପାରୁ ନାହିଁ। ଏପରିସ୍ଥଳେ ରାଜ୍ୟରେ ଥିବା ୧୩ଟି କମ୍ୟୁନିଟି ରେଡ଼ିଓ ଷ୍ଟେସନ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି ୧୩ଟି ରେଡ଼ିଓ ଷ୍ଟେସନ କରୋନାକୁ ନେଇ ସଚେତନତାମୂଳକ କାର୍ଯ୍ୟକ୍ରମ ପ୍ରସ୍ତାରଣ କରିବା ସହ ଲୋକମାନଙ୍କ ଗହଣକୁ ଯାଇ ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିପାରିଛନ୍ତି। ‘ନୂଆ ସକାଳର କଥା’ ନାମରେ ଏହି କ୍ୟାମ୍ପେନ ବର୍ତ୍ତମାନ ଉପରୋକ୍ତ ଜିଲ୍ଲାଗୁଡିକରେ ସଚେତନତାର ନୂଆ ଧାରା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ନିଟ୍ ୟୁଜି-୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ: ବିଜେପିର ନୂଆ ପରିଚୟ ‘ଲିକ୍‌ ଇଣ୍ଡିଆ’ବୋଲି କହିଲା ବିଜେଡି

ଆମେରିକୀୟ ବାଣିଜ୍ୟିକ ଦୂତାବାସ ହାଇଦରାବାଦର ସହାୟତାରେ ଉପରୋକ୍ତ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିବା ବେଳେ ପୁରୀ କୋଣାର୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟଙ୍ଗ ଇଣ୍ଡିଆ ଏହି କ୍ୟାମ୍ପେନର କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ରହିଥିଲା। ମୁଖ୍ୟତଃ କରୋନା ଉପରେ ସଚେତନତା, ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରହିବା ସହ ମନରେଗା ମାଧ୍ୟମରେ ସେମାନଙ୍କୁ କିପରି କାର୍ଯ୍ୟ ଯୋଗାଇ ଦିଆଯିବ ତାହା କ୍ୟାମ୍ପେନର ମୁଖ୍ୟ ଲକ୍ଷ୍ୟ ଥିଲା। ୧୨ଟି ଜିଲ୍ଲାର ୮୧ଟି ଗ୍ରାମରେ ଏହି କ୍ୟାମ୍ପେନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ବହୁ ସଫଳତା ମିଳିଛି। ଏହି କ୍ୟାମ୍ପେନ ଜରିଆରେ ୨୬୨୩ ଜଣଙ୍କୁ ମନରେଗାରେ କାମ ମିଳିଥିବା ବେଳେ ୧୭୧୫ ଜଣଙ୍କୁ ନୂଆ କାର୍ଡ ଆବେଦନ କରିଥିବା ସେମାନଙ୍କୁ କାର୍ଡ ମିଳିଛି। ଏହି କମ୍ୟୁନିଟି ରେଡ଼ିଓମାନଙ୍କରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବେ ପ୍ରସାରଣ ସହ କମ୍ୟୁନିଟି ରେଡ଼ିଓର ଟିମ୍‌ ପ୍ରତ୍ୟକ୍ଷ ଭାବେ ଗ୍ରାମବାସୀଙ୍କ ପାଖକୁ ଯାଇ କରୋନାରେ କେମିତି ସାମାଜିକ ଦୂରତା ଅବଲମ୍ବନ କରିବେ, ହାତ ଧୋଇବା ସହ ମାସ୍କ ବ୍ୟବହାର କରିବେ,ଟିକା ନେବେ ସେନେଇ ସଚେତନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ତେଲ ପକାଇବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଗ୍ରାହକ

ସାମାଜିକ ଦୂରତାକୁ ପାଳନ କରି ଟିମ୍‍ର ସଦସ୍ୟମାନେ ଗ୍ରାମବାସୀଙ୍କୁ ଏକତ୍ର କରି କରୋନାକୁ ଦୂରେଇବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ବିଶେଷକରି କେତେକ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯେପରିକି ନୟାଗଡ଼ରେ ରେଡ଼ିଓ ସୁରଭି, ଯାଜପୁରରେ ରେଡ଼ିଓ ସ୍ୱରାଜ, କୋରାପୁଟରେ ରେଡ଼ିଓ ଧିମ୍‍ସା, କେନ୍ଦୁଝରର ରେଡ଼ିଓ ଉପକାର, ଗଜପତିର ରେଡ଼ିଓ ଜନବାଣୀ, କନ୍ଧମାଳର ରେଡ଼ିଓ ମୁସ୍କାନ, ନୂଆପଡ଼ାର ରେଡ଼ିଓ ସ୍ୱୟଂଶକ୍ତି, ସମ୍ବଲପୁରରେ ରେଡ଼ିଓ ହୀରାଖଣ୍ଡ ପକ୍ଷରୁ ବ୍ୟାପକ ମାତ୍ରାରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ତାହାର ସୁଫଳ ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ନମସ୍କାର, ରେଡ଼ିଓ ଅଭିନନ୍ଦନ, ରେଡ଼ିଓ ବୁଲ୍‌ବୁଲ୍‌, ସୋଆ ରେଡ଼ିଓ, ରେଡ଼ିଓ ସ୍ୱରାଜ ଏବଂ ରେଡ଼ିଓ ଗୁଞ୍ଜନ ମଧ୍ୟ ନିଜ ନିଜର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ୟଙ୍ଗ ଇଣ୍ଡିଆର ସଂଯୋଜକ ଅନ୍ଦାଜ ଆରନ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

31 May 2021 By The Sakala

କରୋନା ସଚେତନତା ବାଂଟୁଛି କମ୍ୟୁନିଟି ରେଡିଓ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାରୀଠାରୁ ଆରମ୍ଭ କରି ବେସରକାରୀ ପର୍ଯ୍ୟନ୍ତ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେବେ ଏବେବି ଅନେକ ସ୍ଥାନ, ଉପାନ୍ତ ଅଞ୍ଚଳରେ ସରାକରଙ୍କ ବାର୍ତ୍ତା, ସାଧାରଣ ଲୋକଙ୍କ ପାଇଁ ସରକାରୀ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ସହଜରେ ଉପଲବ୍‍ଧ ହୋଇପାରୁ ନାହିଁ। ଏପରିସ୍ଥଳେ ରାଜ୍ୟରେ ଥିବା ୧୩ଟି କମ୍ୟୁନିଟି ରେଡ଼ିଓ ଷ୍ଟେସନ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି ୧୩ଟି ରେଡ଼ିଓ ଷ୍ଟେସନ କରୋନାକୁ ନେଇ ସଚେତନତାମୂଳକ କାର୍ଯ୍ୟକ୍ରମ ପ୍ରସ୍ତାରଣ କରିବା ସହ ଲୋକମାନଙ୍କ ଗହଣକୁ ଯାଇ ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିପାରିଛନ୍ତି। ‘ନୂଆ ସକାଳର କଥା’ ନାମରେ ଏହି କ୍ୟାମ୍ପେନ ବର୍ତ୍ତମାନ ଉପରୋକ୍ତ ଜିଲ୍ଲାଗୁଡିକରେ ସଚେତନତାର ନୂଆ ଧାରା ସୃଷ୍ଟି କରିଛି।

ଆମେରିକୀୟ ବାଣିଜ୍ୟିକ ଦୂତାବାସ ହାଇଦରାବାଦର ସହାୟତାରେ ଉପରୋକ୍ତ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିବା ବେଳେ ପୁରୀ କୋଣାର୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟଙ୍ଗ ଇଣ୍ଡିଆ ଏହି କ୍ୟାମ୍ପେନର କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ରହିଥିଲା। ମୁଖ୍ୟତଃ କରୋନା ଉପରେ ସଚେତନତା, ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରହିବା ସହ ମନରେଗା ମାଧ୍ୟମରେ ସେମାନଙ୍କୁ କିପରି କାର୍ଯ୍ୟ ଯୋଗାଇ ଦିଆଯିବ ତାହା କ୍ୟାମ୍ପେନର ମୁଖ୍ୟ ଲକ୍ଷ୍ୟ ଥିଲା। ୧୨ଟି ଜିଲ୍ଲାର ୮୧ଟି ଗ୍ରାମରେ ଏହି କ୍ୟାମ୍ପେନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ବହୁ ସଫଳତା ମିଳିଛି। ଏହି କ୍ୟାମ୍ପେନ ଜରିଆରେ ୨୬୨୩ ଜଣଙ୍କୁ ମନରେଗାରେ କାମ ମିଳିଥିବା ବେଳେ ୧୭୧୫ ଜଣଙ୍କୁ ନୂଆ କାର୍ଡ ଆବେଦନ କରିଥିବା ସେମାନଙ୍କୁ କାର୍ଡ ମିଳିଛି। ଏହି କମ୍ୟୁନିଟି ରେଡ଼ିଓମାନଙ୍କରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବେ ପ୍ରସାରଣ ସହ କମ୍ୟୁନିଟି ରେଡ଼ିଓର ଟିମ୍‌ ପ୍ରତ୍ୟକ୍ଷ ଭାବେ ଗ୍ରାମବାସୀଙ୍କ ପାଖକୁ ଯାଇ କରୋନାରେ କେମିତି ସାମାଜିକ ଦୂରତା ଅବଲମ୍ବନ କରିବେ, ହାତ ଧୋଇବା ସହ ମାସ୍କ ବ୍ୟବହାର କରିବେ,ଟିକା ନେବେ ସେନେଇ ସଚେତନ କରାଯାଇଥିଲା।

ସାମାଜିକ ଦୂରତାକୁ ପାଳନ କରି ଟିମ୍‍ର ସଦସ୍ୟମାନେ ଗ୍ରାମବାସୀଙ୍କୁ ଏକତ୍ର କରି କରୋନାକୁ ଦୂରେଇବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ବିଶେଷକରି କେତେକ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯେପରିକି ନୟାଗଡ଼ରେ ରେଡ଼ିଓ ସୁରଭି, ଯାଜପୁରରେ ରେଡ଼ିଓ ସ୍ୱରାଜ, କୋରାପୁଟରେ ରେଡ଼ିଓ ଧିମ୍‍ସା, କେନ୍ଦୁଝରର ରେଡ଼ିଓ ଉପକାର, ଗଜପତିର ରେଡ଼ିଓ ଜନବାଣୀ, କନ୍ଧମାଳର ରେଡ଼ିଓ ମୁସ୍କାନ, ନୂଆପଡ଼ାର ରେଡ଼ିଓ ସ୍ୱୟଂଶକ୍ତି, ସମ୍ବଲପୁରରେ ରେଡ଼ିଓ ହୀରାଖଣ୍ଡ ପକ୍ଷରୁ ବ୍ୟାପକ ମାତ୍ରାରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ତାହାର ସୁଫଳ ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ନମସ୍କାର, ରେଡ଼ିଓ ଅଭିନନ୍ଦନ, ରେଡ଼ିଓ ବୁଲ୍‌ବୁଲ୍‌, ସୋଆ ରେଡ଼ିଓ, ରେଡ଼ିଓ ସ୍ୱରାଜ ଏବଂ ରେଡ଼ିଓ ଗୁଞ୍ଜନ ମଧ୍ୟ ନିଜ ନିଜର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ୟଙ୍ଗ ଇଣ୍ଡିଆର ସଂଯୋଜକ ଅନ୍ଦାଜ ଆରନ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର