ନଇଁଲେ ସରକାର : ରାତିଅଧିଆ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଓଏଏସ୍ ସଂଘର ସମୂହ ଛୁଟି ସ୍ଥଗିତ
ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ତଥା ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଘଟଣାର ପ୍ରତିବାଦରେ ଡ଼ାକରା ଦିଆଯାଇଥିବା ଦିନିକିଆ ସମୂହ ଛୁଟିକୁ ସ୍ଥଗିତ ରଖିଛି ଓଏଏସ ସଂଘ । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜି, ଏଜି, ପୁଲିସ କମିଶନର ପ୍ରମୁଖ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସଂଘ ଆସନ୍ତାକାଲି ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ସଂଘ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି […]
ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ତଥା ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଘଟଣାର ପ୍ରତିବାଦରେ ଡ଼ାକରା ଦିଆଯାଇଥିବା ଦିନିକିଆ ସମୂହ ଛୁଟିକୁ ସ୍ଥଗିତ ରଖିଛି ଓଏଏସ ସଂଘ । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜି, ଏଜି, ପୁଲିସ କମିଶନର ପ୍ରମୁଖ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସଂଘ ଆସନ୍ତାକାଲି ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି ।
ସଂଘ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାତି ୧୧ଟାରେ ଏକ ଘଣ୍ଟା ଧରି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଶ୍ୱାସନା ଦେଇଛନ୍ତି। ଅପରାଧୀ ଓ ପରଦା ପଛରେ ଥିବା ଅପରାଧୀମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ। ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜା ଚାଲିଛି। ତେଣୁ ତାଙ୍କ ଉପରେ ବିଶ୍ୱାସ ରଖି ଓଏଏସ୍ ଅଧିକାରୀମାନେ ଛୁଟିରେ ନ ଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଆସନ୍ତାକାଲି ସମୂହ ଛୁଟିକୁ ସ୍ଥଗିତ ରଖାଯାଇଛି। ମାତ୍ର ଆସନ୍ତାକାଲି ରାଜ୍ୟ ଓ ଜିଲ୍ଲା ସଂଘର ସଦସ୍ୟମାନେ ଏହି ଘଟଣାକୁ ନିନ୍ଦା କରି ସଂକଳ୍ପ ପଠାଇବେ ବୋଲି ସଂଘ ନିଷ୍ପତ୍ତି ନେଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟ ଓଏଏସ୍ ସଂଘ କଠୋର ମନୋଭାବ ପ୍ରଦର୍ଶନ ପୂର୍ବକ ଜୁଲାଇ ୧ ତାରିଖରେ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା। ସନ୍ଧ୍ୟାରେ ସଂଘ ପକ୍ଷରୁ ଗତ ଏକ ବର୍ଷ ଧରି ସରକାରୀ କର୍ମଚାରୀମାନଙ୍କୁ ଅପମାନିତ କରିବା ଏବଂ ଶାରୀରିକ ଧମକ, ଶାରୀରିକ ଆକ୍ରମଣ ଏବଂ ମାନସିକ ଯନ୍ତ୍ରଣା ଦେବା ପାଇଁ ଯୋଜନାବଦ୍ଧ ଉଦ୍ୟମକୁ ନିନ୍ଦା କରିବା ସହ ଅଧିକାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି ବୋଲି କହିଥିଲା। କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ଏପରି ଆକ୍ରମଣ ପ୍ରଶାସନିକ ଢାଞ୍ଚାର ମୂଳଦୁଆ ଉପରେ ଆକ୍ରମଣ ବୋଲି ଉଲ୍ଲେଖ କରି ଦିନିକିଆ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା । ସେହିପରି ଓଏଏସ୍ ଅଧିକାରୀଙ୍କ ଆକ୍ରମଣ ଘଟଣାକୁ ଆଇଏଏସ ସଂଘ କଠୋର ଶବ୍ଦରେ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲା। ପରିସ୍ଥିତି ବିଗିଡ଼ିବା ଦେଖି ଶେଷରେ ରାତି ଅଧରେ ଡ଼କାଗଲା ବୈଠକ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡ଼ିଜି, ପୁଲିସ କମିଶନର, ଏଜି ପ୍ରମୁଖ ଓଏଏସ୍ ସଂଘ କର୍ମକର୍ତ୍ତାଙ୍କୁ ପାୟ ଘଣ୍ଟାଏ କାଳ ବୁଝାଇଲେ। ଶେଷରେ ସମୂହ ଛୁଟିରେ ନ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ଅଭିଯୁ୍କ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ସମୂହ ଛୁଟି ନିଷ୍ପତ୍ତି ସଂଘ ସ୍ଥଗିତ ରଖିଛି ।
ଅନ୍ୟପକ୍ଷରେ ବରିଷ୍ଠ ଓଏଏସ୍ ଅଫିସର ରତ୍ନାକରଙ୍କ ଉପରେ ମାଡ଼ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହି ଘଟଣାର ପରୋକ୍ଷ ଖଳନାୟକ କୁହାଯାଉଥିବା ଜଣେ ବିଜେପି ନେତାଙ୍କ ସାମାଜିକ ଗଣମାଧ୍ୟମ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଦାନା ବାନ୍ଧିଛି । ଗୋଟେ ହାତରେ ତାଳି ବାଜେନି ବୋଲି ଉଲ୍ଲେଖ କରି ଏହି ଘଟଣା ପଛରେ ତାଙ୍କର ସମ୍ପୃକ୍ତି ଥିବା ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି। ଯାହା ବିଜେପିର ଚରିତ୍ର ଓ ଆଭିମୁଖ୍ୟକୁ ପଦାରେ ପକାଇଛି ।