ଆଜିଠୁ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ଆଇଟି କମ୍ପାନୀ ଡିଲଏଟ୍, ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟକୁ ଆଜି ଉଦ୍‌‌ଘାଟନ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ବେଙ୍ଗାଲୁରୁରେ ଆୟୋଜିତ ଇନ୍‌‌ଭେଷ୍ଟର୍ସ ମିଟ୍‌‌ ଡିଲଏଟ୍‌‌ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ […]

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟକୁ ଆଜି ଉଦ୍‌‌ଘାଟନ କରିବେ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ବେଙ୍ଗାଲୁରୁରେ ଆୟୋଜିତ ଇନ୍‌‌ଭେଷ୍ଟର୍ସ ମିଟ୍‌‌ ଡିଲଏଟ୍‌‌ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସକରାତ୍ମକ ମତ ଦେଇଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି। ମେକ୍‌‌ଇନ୍‌‌ ଓଡ଼ିଶାର ତୃତୀୟ ସଂସ୍କରଣରେ ଆସିଥିବା ବହୁ କମ୍ପାନୀ ଆଗକୁ ଓଡ଼ିଶା ଆସି ନିଯୁକ୍ତି ସୃଷ୍ଟି କରିବେ ବୋଲି ମତାମତ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କେମିତି ବଡ଼ ଆଇଟି କମ୍ପାନୀ ଓଡ଼ିଶା ଆସିବାକୁ ମନ ବଳାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯାହାଦ୍ୱାରା ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍‌‌ସ, ଇନ୍‌‌ଞ୍ଚର ଟେକ୍‌‌, ଇନୋଭେୟାର ଟେକ୍‌‌, ପର୍ଫମ୍‌‌ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ୍‌‌, ଏଲଫୋଞ୍ଜ୍‌‌, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍‌‌ ପରେ ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ

ଅନ୍ତର୍ଜାତୀୟ ସ୍ତରର ଏହି ଆଇଟି କମ୍ପାନୀ ଦେଶର କିଛି ହାତ ଗଣତି ମେଟ୍ରୋ ସିଟିରେ ନିଜର କାର୍ଯ୍ୟାଳୟ ରଖିଛି। ଓଡ଼ିଶାରେ ଏହି କମ୍ପାନୀ ଖୋଲିବା ପରେ ରାଜ୍ୟର ଅର୍ଥନୈତିକ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ନେଇ ଆଶା ରହିଛି। ଗତ କିଛି ଦିନ ତଳେ ୫-ଟି ସଚିବ ଏହି ବିଲ୍ଡିଂ ପରିଦର୍ଶନ କରିବା ସହିତ ଅକ୍ଟୋବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ବିଲ୍ଡିଂରେ ପାର୍କିଂ ସୁବିଧା, କ୍ୟାଣ୍ଟିନ୍‌‌ ଓ ମିଟିଂ ହଲ୍‌‌ ଆଦି ରହିବା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ; ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇସିଓଏମ୍‌‌ସି ସୁବିଧା ଯାହାକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତି, ପୁଲିସ୍‌‌ ଏବଂ ଅନ୍ୟାନ୍ୟ ଯାନ ଏବଂ ବସ୍‌‌ ସେବା ଉପରେ ନଜର ରଖାଯିବ। ଏଠାରୁ ସହରର ସମସ୍ତ କାର୍ଯ୍ୟ ଉପରେ ଡିଜିଟାଲ୍‌‌ ନିୟନ୍ତ୍ରଣ ରଖି ଜନସାଧାରଣକୁ ସେବା ଯୋଗାଇ ଦିଆଯିବ। ବିଶେଷ କରି ଯାନବାହନ ପାଇଁ ଟ୍ରାଫିକ୍‌‌, ସ୍ପିଡ୍‌‌ ମ୍ୟାନେଜମେଣ୍ଟ, ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ଡିଜିଟାଲ୍‌‌ କ୍ୟାମେରାଆଦି ଏଠାରୁ ନିୟନ୍ତ୍ରିତ ହେବ। ୪.୦୪ ଏକର ଜମିରେ ଏହି ବିଲ୍ଡିଂ ନିର୍ମାଣ କରାଯାଇଛି।

06 Jan 2023 By The Sakala

ଆଜିଠୁ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ଆଇଟି କମ୍ପାନୀ ଡିଲଏଟ୍, ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟକୁ ଆଜି ଉଦ୍‌‌ଘାଟନ କରିବେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ବେଙ୍ଗାଲୁରୁରେ ଆୟୋଜିତ ଇନ୍‌‌ଭେଷ୍ଟର୍ସ ମିଟ୍‌‌ ଡିଲଏଟ୍‌‌ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସକରାତ୍ମକ ମତ ଦେଇଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି। ମେକ୍‌‌ଇନ୍‌‌ ଓଡ଼ିଶାର ତୃତୀୟ ସଂସ୍କରଣରେ ଆସିଥିବା ବହୁ କମ୍ପାନୀ ଆଗକୁ ଓଡ଼ିଶା ଆସି ନିଯୁକ୍ତି ସୃଷ୍ଟି କରିବେ ବୋଲି ମତାମତ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କେମିତି ବଡ଼ ଆଇଟି କମ୍ପାନୀ ଓଡ଼ିଶା ଆସିବାକୁ ମନ ବଳାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯାହାଦ୍ୱାରା ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍‌‌ସ, ଇନ୍‌‌ଞ୍ଚର ଟେକ୍‌‌, ଇନୋଭେୟାର ଟେକ୍‌‌, ପର୍ଫମ୍‌‌ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ୍‌‌, ଏଲଫୋଞ୍ଜ୍‌‌, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍‌‌ ପରେ ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି।

ଅନ୍ତର୍ଜାତୀୟ ସ୍ତରର ଏହି ଆଇଟି କମ୍ପାନୀ ଦେଶର କିଛି ହାତ ଗଣତି ମେଟ୍ରୋ ସିଟିରେ ନିଜର କାର୍ଯ୍ୟାଳୟ ରଖିଛି। ଓଡ଼ିଶାରେ ଏହି କମ୍ପାନୀ ଖୋଲିବା ପରେ ରାଜ୍ୟର ଅର୍ଥନୈତିକ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ନେଇ ଆଶା ରହିଛି। ଗତ କିଛି ଦିନ ତଳେ ୫-ଟି ସଚିବ ଏହି ବିଲ୍ଡିଂ ପରିଦର୍ଶନ କରିବା ସହିତ ଅକ୍ଟୋବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ବିଲ୍ଡିଂରେ ପାର୍କିଂ ସୁବିଧା, କ୍ୟାଣ୍ଟିନ୍‌‌ ଓ ମିଟିଂ ହଲ୍‌‌ ଆଦି ରହିବା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି।

ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇସିଓଏମ୍‌‌ସି ସୁବିଧା ଯାହାକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତି, ପୁଲିସ୍‌‌ ଏବଂ ଅନ୍ୟାନ୍ୟ ଯାନ ଏବଂ ବସ୍‌‌ ସେବା ଉପରେ ନଜର ରଖାଯିବ। ଏଠାରୁ ସହରର ସମସ୍ତ କାର୍ଯ୍ୟ ଉପରେ ଡିଜିଟାଲ୍‌‌ ନିୟନ୍ତ୍ରଣ ରଖି ଜନସାଧାରଣକୁ ସେବା ଯୋଗାଇ ଦିଆଯିବ। ବିଶେଷ କରି ଯାନବାହନ ପାଇଁ ଟ୍ରାଫିକ୍‌‌, ସ୍ପିଡ୍‌‌ ମ୍ୟାନେଜମେଣ୍ଟ, ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ଡିଜିଟାଲ୍‌‌ କ୍ୟାମେରାଆଦି ଏଠାରୁ ନିୟନ୍ତ୍ରିତ ହେବ। ୪.୦୪ ଏକର ଜମିରେ ଏହି ବିଲ୍ଡିଂ ନିର୍ମାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର