ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧର ସାଢେ଼ ଆଠ କିଲୋମିଟର ରାସ୍ତାର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ୨୨ କୋଟି ଟଙ୍କା ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ […]

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧର ସାଢେ଼ ଆଠ କିଲୋମିଟର ରାସ୍ତାର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ୨୨ କୋଟି ଟଙ୍କା ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର୍ ନିର୍ମାଣ କରାଯିବ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଏହା ଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆ ଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ ଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ଛଅଟି ଗ୍ରାମପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ଦୟାନଦୀର ବାସୁଅ ଘାଇ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ । ଇଟିପୁର ଠାରେ ଟି ପି ସି ଏଲ ପକ୍ଷରୁ ୧୭ କୋଟି ଟଙ୍କାରେ ୩୩ କେ ଭି ର ଗ୍ରିଡ ସବ୍ ଷ୍ଟେସନ ମଧ୍ୟ ନିର୍ମାଣ ହେବ ।

ଆହୁରି ପଢ଼ନ୍ତୁ: କଣାସରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ଆଗମନ: ବେଆଇନ ଶିକାର ନେଇ ପରିବେଶବିତ୍‌ଙ୍କ ଉଦ୍‌ବେଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର