ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର/ସାକ୍ଷୀଗୋପାଳ: ଆଜିଠୁ ଆନୁଷ୍ଠାନିକ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଗୁରୁଦିବସରେ ଏହାକୁ ଉଦ୍‌‌ଘାଟନ କରାଯିବ। ଏଥିଲାଗି ସରକାରୀ ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗଦେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ ବାର୍ତ୍ତା ଯୋଗେ ମଧ୍ୟ ସମାରୋହକୁ ଉଦ୍‌‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ କାର୍ଯ୍ୟ […]

ଭୁବନେଶ୍ୱର/ସାକ୍ଷୀଗୋପାଳ: ଆଜିଠୁ ଆନୁଷ୍ଠାନିକ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଗୁରୁଦିବସରେ ଏହାକୁ ଉଦ୍‌‌ଘାଟନ କରାଯିବ। ଏଥିଲାଗି ସରକାରୀ ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗଦେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ ବାର୍ତ୍ତା ଯୋଗେ ମଧ୍ୟ ସମାରୋହକୁ ଉଦ୍‌‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ କାର୍ଯ୍ୟ ଶେଷ ହୋଇ ନଥିବାରୁ ଅସ୍ଥାୟୀ ଭାବେ ସ୍ଥାନୀୟ ପାନ୍ଥନିବାସରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଓ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବ। ସେହିପରି ହଷ୍ଟେଲ ପାଇଁ ମଧ୍ୟ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ମାନସିକ ବିକୃତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ; ବାପା-ମା'ଙ୍କୁ ଛୁରୀ ଭୁସିଲା ପୁଅ, ଆକ୍ରମଣରେ ପୋଲିସ ବି ଆହତ

ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଆଦି ତିନିଟି ବିଭାଗରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୨୪ ଲେଖାଏଁ ସିଟରେ ମୋଟ୍‌‌ ୭୨ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଶିକ୍ଷକମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛି। ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ ବର୍ଗର ପ୍ରାଧ୍ୟାପକଙ୍କୁ ବିଶ୍ୱବିଦ୍ୟାଳୟକୁ ବଦଳି କରାଯାଇଛି। ଅପରପକ୍ଷେ ସିଲାବସ୍‌‌ କମିଟି ମଧ୍ୟ ପିଲାଙ୍କ ପାଇଁ ପାଠ୍ୟକ୍ରମ ନିର୍ଦ୍ଧାରଣ କରିଛି। ତେବେ ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌ ପ୍ରସ୍ତୁତ ହୋଇ ନ ଥିବାରୁ ପିଲାମାନେ ବିଶ୍ୱବିଦ୍ୟାଳୟ ସମ୍ପର୍କରେ କୌଣସି ତଥ୍ୟ ପାଇପାରୁ ନାହାନ୍ତି। ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କହନ୍ତି, ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌ ପ୍ରସ୍ତୁତି ପାଇଁ ଓକାକ୍‌‌କୁ ଦାୟିତ୍ୱ ଦିଆଯାଇଛି। ଖୁବଶୀଘ୍ର ଏହାର କାମ ଶେଷ ହେବାକୁ ଥିବାବେଳେ ଆସନ୍ତା ୩ମାସ ମଧ୍ୟରେ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଯାଜପୁର ଓ ଭଦ୍ରକ ବନ୍ୟା ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍‌

05 Sep 2023 By The Sakala

ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ସାକ୍ଷୀଗୋପାଳ: ଆଜିଠୁ ଆନୁଷ୍ଠାନିକ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଗୁରୁଦିବସରେ ଏହାକୁ ଉଦ୍‌‌ଘାଟନ କରାଯିବ। ଏଥିଲାଗି ସରକାରୀ ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗଦେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ ବାର୍ତ୍ତା ଯୋଗେ ମଧ୍ୟ ସମାରୋହକୁ ଉଦ୍‌‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ କାର୍ଯ୍ୟ ଶେଷ ହୋଇ ନଥିବାରୁ ଅସ୍ଥାୟୀ ଭାବେ ସ୍ଥାନୀୟ ପାନ୍ଥନିବାସରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଓ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବ। ସେହିପରି ହଷ୍ଟେଲ ପାଇଁ ମଧ୍ୟ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଆଦି ତିନିଟି ବିଭାଗରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୨୪ ଲେଖାଏଁ ସିଟରେ ମୋଟ୍‌‌ ୭୨ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ଶିକ୍ଷକମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛି। ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ ବର୍ଗର ପ୍ରାଧ୍ୟାପକଙ୍କୁ ବିଶ୍ୱବିଦ୍ୟାଳୟକୁ ବଦଳି କରାଯାଇଛି। ଅପରପକ୍ଷେ ସିଲାବସ୍‌‌ କମିଟି ମଧ୍ୟ ପିଲାଙ୍କ ପାଇଁ ପାଠ୍ୟକ୍ରମ ନିର୍ଦ୍ଧାରଣ କରିଛି। ତେବେ ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌ ପ୍ରସ୍ତୁତ ହୋଇ ନ ଥିବାରୁ ପିଲାମାନେ ବିଶ୍ୱବିଦ୍ୟାଳୟ ସମ୍ପର୍କରେ କୌଣସି ତଥ୍ୟ ପାଇପାରୁ ନାହାନ୍ତି। ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କହନ୍ତି, ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌ ପ୍ରସ୍ତୁତି ପାଇଁ ଓକାକ୍‌‌କୁ ଦାୟିତ୍ୱ ଦିଆଯାଇଛି। ଖୁବଶୀଘ୍ର ଏହାର କାମ ଶେଷ ହେବାକୁ ଥିବାବେଳେ ଆସନ୍ତା ୩ମାସ ମଧ୍ୟରେ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସେ ଦର୍ଶାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର