କଳିଙ୍ଗ ଷ୍ଟୁଡିଓ ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କର୍ଯ୍ୟର ଶିଳାନ୍ୟାସ କରିଛନ୍ତି। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଷ୍ଟୁଡିଓର ନବୀକରଣ ନକ୍ସାକୁ ମଡେଲ୍‌ ଭାବେ ମୁଖ୍ୟମନ୍ତ୍ରୀଙ୍କ […]

ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କର୍ଯ୍ୟର ଶିଳାନ୍ୟାସ କରିଛନ୍ତି। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଷ୍ଟୁଡିଓର ନବୀକରଣ ନକ୍ସାକୁ ମଡେଲ୍‌ ଭାବେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ପ୍ରଦର୍ଶନ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଆଜିର ଏହି କାର୍ଯ୍ୟକ୍ରମରେ  ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ଶିଳ୍ପର ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ସିଏମ୍‌ଡି ସଞ୍ଜୟ କୁମାର ସିଂହ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଓ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନାଯୋଗ୍ୟ ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡ଼ିଓକୁ ନୂଆ ରୂପ ଦେବାପାଇଁ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ‌ପ୍ରତିଷ୍ଠା ହେବ। ଷ୍ଟୁଡିଓକୁ ନୂଆ ରୂପରେଖ ଦେବା ପାଇଁ ପ୍ରାୟ ୨୦୦ ‌କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ସେହିଭଳି ପ୍ରତି‌ଯୋଗିତାମୂଳକ ଓ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ। ‌ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

25 Mar 2021 By The Sakala

କଳିଙ୍ଗ ଷ୍ଟୁଡିଓ ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କର୍ଯ୍ୟର ଶିଳାନ୍ୟାସ କରିଛନ୍ତି। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଷ୍ଟୁଡିଓର ନବୀକରଣ ନକ୍ସାକୁ ମଡେଲ୍‌ ଭାବେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ପ୍ରଦର୍ଶନ କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ  ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ଶିଳ୍ପର ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ସିଏମ୍‌ଡି ସଞ୍ଜୟ କୁମାର ସିଂହ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଓ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡ଼ିଓକୁ ନୂଆ ରୂପ ଦେବାପାଇଁ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ‌ପ୍ରତିଷ୍ଠା ହେବ। ଷ୍ଟୁଡିଓକୁ ନୂଆ ରୂପରେଖ ଦେବା ପାଇଁ ପ୍ରାୟ ୨୦୦ ‌କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ସେହିଭଳି ପ୍ରତି‌ଯୋଗିତାମୂଳକ ଓ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ। ‌ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର