ମହାନଦୀର ତଣ୍ଟି ଚିପିଦେଲା ଛତିଶଗଡ଼ : କଲମା ବ୍ୟାରେଜ୍ର ସବୁ ଫାଟକ ବନ୍ଦ
ଝାରସୁଗୁଡ଼ା : ଓଡ଼ିଶାର ସ୍ୱାର୍ଥ ସହ ସାଲିସ ହେବ ନାହିଁ। ରାଜ୍ୟରେ କ୍ଷମତାକୁ ଆସୁ ଆସୁ ବିଜେପି ସରକାର ଏପରି ଘୋଷଣା କରିଥିଲା। ଇତିମଧ୍ୟରେ ଡବଲ ଇଞ୍ଜିନ୍ ସରକାର ରାଜ୍ୟରେ କ୍ଷମତାକୁ ଆସିବାର ୧୦ ମାସ ପୂରିଲାଣି, ମାତ୍ର ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୋଟିଏ ପ୍ରସଙ୍ଗରେ ସରକାର ତୁଣ୍ଡ ଖୋଲୁ ନାହାନ୍ତି। ଓଡ଼ିଶାରୁ ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି, ଖୋଦ ବ୍ରଜରାଜନଗର ବିଧାୟକ ରାଜ୍ୟରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସମ୍ପଦ ବିଭାଗ; […]
ଝାରସୁଗୁଡ଼ା : ଓଡ଼ିଶାର ସ୍ୱାର୍ଥ ସହ ସାଲିସ ହେବ ନାହିଁ। ରାଜ୍ୟରେ କ୍ଷମତାକୁ ଆସୁ ଆସୁ ବିଜେପି ସରକାର ଏପରି ଘୋଷଣା କରିଥିଲା। ଇତିମଧ୍ୟରେ ଡବଲ ଇଞ୍ଜିନ୍ ସରକାର ରାଜ୍ୟରେ କ୍ଷମତାକୁ ଆସିବାର ୧୦ ମାସ ପୂରିଲାଣି, ମାତ୍ର ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୋଟିଏ ପ୍ରସଙ୍ଗରେ ସରକାର ତୁଣ୍ଡ ଖୋଲୁ ନାହାନ୍ତି। ଓଡ଼ିଶାରୁ ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି, ଖୋଦ ବ୍ରଜରାଜନଗର ବିଧାୟକ ରାଜ୍ୟରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସମ୍ପଦ ବିଭାଗ; ମାତ୍ର ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେହି ମୁହଁ ଖୋଲୁ ନାହାନ୍ତି। ପରିଣାମସ୍ୱରୂପ ଏଥିରେ କ୍ଷତିଗ୍ରସ୍ତ ହେଉଛି ଓଡ଼ିଶା; ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି ରାଜ୍ୟବାସୀ। ଓଡ଼ିଶାର କ୍ଷେତ ପାଇଁ ପାଣି ନାହିଁ, ପାନୀୟ ଜଳ ପ୍ରକଳ୍ପକୁ ପର୍ଯ୍ୟାପ୍ତ ଜଳ ମିଳୁନାହିଁ। ଜଳବିଦ୍ୟୁତ୍ ପ୍ରକଳ୍ପକୁ ଆବଶ୍ୟକ ପାଣି ଯୋଗାଇ ଦିଆଯାଇ ପାରୁନାହିଁ; ମାତ୍ର ଡ଼ବଲ ଇଞ୍ଜିନ୍ର ସହଯୋଗୀ ଟ୍ରିପଲ୍ ଇଞ୍ଜିନ୍କୁ ଏ ବାବଦରେ କେନ୍ଦ୍ର ସରକାର ବା ରାଜ୍ୟ ସରକାର ଟାଣ କରି କଥା ପଦେ ବି କହିବାର ଦୃଷ୍ଟାନ୍ତ ନାହିଁ।
ଗୋଟାଏ ଗୋଟାଏ କରି ଛତିଶଗଡ଼ ସରକାର କଲମା ବ୍ୟାରେଜ୍ର ସବୁ ଫାଟକ ବନ୍ଦ କରି ଦେଇଛନ୍ତି। ବ୍ୟାରେଜର ୬୬ଟି ଫାଟକ ମଧ୍ୟରୁ ୬୫ଟି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେବଳ ଲୋକ ଦେଖାଣିଆ ଭାବରେ ଗୋଟିଏ ଫାଟକ ମାତ୍ର ୫ ସେଣ୍ଟିମିଟର ଖୋଲା ଯାଇଛି । ଏହି ଫାଟକ ଦେଇ ଆସୁଥିବା ପାଣି ତଳକୁ ବହିବା ପରିବର୍ତ୍ତେ ସେଇଠାରେ ଶୋଷିଲା ମହାନଦୀ ଗର୍ଭରେ ଲୀନ ହୋଇଯାଉଛି। ଫଳରେ ଚଳିତ ବର୍ଷ ଏପ୍ରିଲ ଆରମ୍ଭରୁ ବ୍ୟାରେଜର ଅପରପାର୍ଶ୍ବରେ ଛତିଶଗଡ଼ ପାଇଁ ଅକାତକାତ ପାଣି ସଂରକ୍ଷିତ ହୋଇ ରହିଛି ଓ ତଳପଟେ ଓଡ଼ିଶା ପାଇଁ ମୁନ୍ଦେ ବି ପାଣି ମିଳୁନାହିଁ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢ଼ା ନିକଟରେ ବି ସମାନ ଅବସ୍ଥା। ସୁଖାସୋଢ଼ାରେ ଶୁଖିଲା ମହାନଦୀ ବଖାଣୁଛି ଟ୍ରିପଲ୍ ଇଞ୍ଜିନ୍ର ବିଫଳତା କଥା ।
ଓଡ଼ିଶା, ଛତିଶଗଡ଼, କେନ୍ଦ୍ରରେ ବିଜେପି ସରକାର ହେଲେ ବି ଛତିଶଗଡ଼-ଓଡ଼ିଶା ମହାନଦୀ ବିବାଦ ଏଯାଏଁ ସମାଧାନ ହେଉନି। ଫଳରେ ମାର୍ଚ୍ଚ ଶେଷ ସପ୍ତାହରୁ କଲମାରୁ ଟୋପାଏ ବି ପାଣି ଆସୁନି। ଯେଉଁ ସୁଖାସୋଢ଼ାରେ କିଛି ବର୍ଷ ପୂର୍ବରୁ ଖରାଦିନେ ବି ମହାନଦୀ ଲହଡ଼ି ଭାଙ୍ଗୁଥିଲା; ଆଜି ସେହି ସୁଖାସୋଡ଼ାରେ ମହାନଦୀରେ ଉଡ଼ୁଛି ଧୂଳି। ପରିଣତିସ୍ୱରୂପ ସାରା ବର୍ଷ ମହାନଦୀ ଜଳରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ଏବେ ରୋଜଗାରର ହରାଇଛନ୍ତି।
ଅନ୍ୟପଟେ ମହାନଦୀ ଜଳକୁ ବ୍ୟବହାର କରି ରବି ଫସଲ କରୁଥିବା ଚାଷୀମାନେ ମଧ୍ୟ କୌଣସି ଚାଷକରି ପାରୁନାହାନ୍ତି। ବିଡ଼ମ୍ବନା ହେଉଛି ଛତିଶଗଡ଼ ପଟେ ମହାନଦୀରେ ବିଶାଳ ଜଳରାଶି ଲହଡ଼ି ଭାଙ୍ଗୁଥିବା ବେଳେ ଓଡ଼ିଶା ପଟେ ବିରାଟ ମରୁଭୂମି ପରି ଦେଖାଯାଉଛି। ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ପାଣି ଟୋପାଏ ପିଇବାକୁ ଓଡ଼ିଶାର ନଦୀକୂଳର ବାସିନ୍ଦା କିଭଳି ହଇରାଣ ହୁଅନ୍ତି ତାହା ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ମଣିଷ ଠାରୁ ଗୋରୁ ପର୍ଯ୍ୟନ୍ତ ଡହକବିକଳ ହେଉଥିବା ବେଳେ ଛତିଶଗଡ଼ ପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ହେଉଛି। ମହାନଦୀ ତଳମୁଣ୍ଡରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଅନ୍ୟପଟେ ମହାନଦୀରେ ପାଣି ନ ଥିବାରୁ ଓଡ଼ିଶା ପଟେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଛି।
ମହାନଦୀ ବଞ୍ଚାଅ ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟୟ ଅଭିଯାନ ସୁଖାସୋଢ଼ାରୁ ଆରମ୍ଭ କରିଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ସେହି ନଦୀ, କଲ୍ମା ବ୍ୟାରେଜ ଏବଂ ପାଣି ସମସ୍ୟା ରହିଛି, ମାତ୍ର ବର୍ତ୍ତମାନର ବିଜେପି ସରକାରଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ। ଶୀଘ୍ର ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନଦେଲେ ସମଗ୍ର ଓଡ଼ିଶା ଘୋର ଜଳାଭାବର ସମ୍ମୁଖୀନ ହେବ। ତେଣୁ ସରକାର ଶୀଘ୍ର ମହାନଦୀ ଜଳ ବିବାଦ ଦୂର କରନ୍ତୁ ବୋଲି ଲୋକେ ଦାବି କରିଛନ୍ତି।