କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ରର ଦରଦ ଏମିତି: ୩ ବର୍ଷରେ ୩ଜଣଙ୍କୁ ନିଯୁକ୍ତି, ଖାଲିପଡ଼ିଛି ୮୦ ପ୍ରତିଶତ କର୍ମଚାରୀ ପଦ

The Sakala Picture
Published On

ଭୁବନେଶ୍ୱର: ବାରମ୍ବାର ଦାବି ସତ୍ତ୍ବେ ପୂରଣ ହେଉନି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ପଦ। ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାୟୀ କୁଳପତି ନିଯୁକ୍ତି ଦିଆଯାଇଛି; ମାତ୍ର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼଼ୁନି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧ ମସିହାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ କରିଥିବା କହି ଆସୁଛି, ମାତ୍ର ଏଥିରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)କୁ ଗୁରୁତ୍ୱ ଦିଆଯାଉ ନାହିଁ। ବିଡ଼ମ୍ବନା ହେଉଛି […]

ଭୁବନେଶ୍ୱର: ବାରମ୍ବାର ଦାବି ସତ୍ତ୍ବେ ପୂରଣ ହେଉନି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ପଦ। ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାୟୀ କୁଳପତି ନିଯୁକ୍ତି ଦିଆଯାଇଛି; ମାତ୍ର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼଼ୁନି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧ ମସିହାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ କରିଥିବା କହି ଆସୁଛି, ମାତ୍ର ଏଥିରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)କୁ ଗୁରୁତ୍ୱ ଦିଆଯାଉ ନାହିଁ। ବିଡ଼ମ୍ବନା ହେଉଛି ୩ ବର୍ଷର ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ୧୩୭ ପଦ ମଧ୍ୟରୁ ମାତ୍ର ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ବୁଧବାର ସଂସଦରେ ଦେଇଥିବା ତଥ୍ୟ ଅନୁସାରେ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୫୮୦୦ରୁ ଅଧିକ ପଦ ଖାଲି ପଡ଼ିଛି। ଏହାମଧ୍ୟରେ ରହିଛି ୧୨୦୫ ପ୍ରାଧ୍ୟାପକ, ୨୨୮୨ ସହଯୋଗୀ ପ୍ରଫେସର ଓ ୨୩୩୮ ସହକାରୀ ପ୍ରଫେସର ପଦ ରହିଛି। ଖାଲିଥିବା ପଦରେ ୨୫୫୪ଜଣ ଅତିଥି ଶିକ୍ଷକଙ୍କୁ ଶିକ୍ଷାଦାନ ପ୍ରକ୍ରିୟା ପାଇଁ ନିଯୁକ୍ତ କରାଯାଇଛି। ୪ ହଜାର ଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ୨୦୨୧ ମସିହାରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ରାଜ୍ୟସଭାରେ ୬ହଜାରରୁ ଅଧିକ ଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରିଥିବା କେନ୍ଦ୍ର ମନ୍ତ୍ରୀ ଉତ୍ତର ରଖିଥିଲେ। ଯେଉଁଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସର୍ବାଧିକ ପଦ ଖାଲି ରହିଥିଲା। ହେଲେ ୩ ବର୍ଷର ନିଯୁକ୍ତି ପ୍ରକ୍ରିୟାରେ ମାତ୍ର ୩ଜଣ ସ୍ଥାୟୀ ଶିକ୍ଷକ କର୍ମଚାରୀ ‘ସିୟୁଓ’ରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅଛନ୍‌‌ତି ୨ଜଣ ସହଯୋଗୀ ପ୍ରାଧ୍ୟାପକ ଓ ଜଣେ ପରୀକ୍ଷା ନିୟନ୍ତ୍ରକ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆସନ୍ତା ୨୯ ତାରିଖରେ ୧୫ବର୍ଷରେ ପାଦ ଥାପିବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ୨୦୦୯ ଅଗଷ୍ଟ ୨୯ରେ ଏହି ବିଶ୍ୱବିଦ୍ୟାଳୟ ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ଯୋଗାଇବା ତଥା ଆଦିବାସୀଙ୍କ ସମ୍ପର୍କରେ ଅଧିକ ଗବେଷଣା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା। ବିଗତ ୧୪ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ମାତ୍ର ୧୮ଟି ବିଭାଗ ଖୋଲିଛି। ଚଳିତ ବର୍ଷରୁ ସ୍ନାତକରେ ୩ଟି ବିଏସସି ପାଠ୍ୟକ୍ରମ ଓ ଏମବିଏ ଇନ୍‌‌ ସପ୍ଲାଏଚେନ୍‌‌ ମେନେଜମେଣ୍ଟ ବିଭାଗ ଖୋଲିଛି। ପରିତାପର ବିଷୟ ବିଶ୍ୱବିଦ୍ୟାଳୟର ୮୦ ପ୍ରତିଶତ ଶିକ୍ଷକ ପଦ ଖାଲି। ଅତିଥି ଶିକ୍ଷକଙ୍କ ଭରସାରେ ବିଶ୍ୱବିଦ୍ୟାଳୟ ଚାଲୁଥିବାବେଳେ ଗୁଣାତ୍ମକ ଶିକ୍ଷା ପିଲାଙ୍କ ପାଇଁ ସ୍ୱପ୍ନ ସାଜିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିବାସୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟରେ ଟ୍ରାଇବାଲ୍‌‌ ଷ୍ଟଡିଜ୍‌‌ (ଆଦିବାସୀଙ୍କ ସମ୍ପର୍କରେ ଗବେଷଣା) ବିଭାଗ ଖୋଲି ପାରିଲାନି। କେବଳ ରାଜୀବ ଗାନ୍ଧୀ ଚେୟାର୍‌‌ ପ୍ରତିଷ୍ଠା କରାଯାଇ ଯେତତେନ ଭଳି ଗବେଷଣା କରାଯାଉଛି। ଯାହାକୁ ନେଇ ଶିକ୍ଷାବିତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ପିଲାଙ୍କ ଆବଶ୍ୟକତାନୁସାରେ ଏଠାରେ ନୂଆ ବିଭାଗ ଖୋଲି ପାରୁନି। ଆଇନ୍‌‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ ଆଦି ବିଭାଗ ଖୋଲିବା ପାଇଁ ଦାବି ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେବେ ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୫୪ କର୍ମଚାରୀ ପଦ ମଧ୍ୟରୁ ମାତ୍ର ୧୯ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଅବଶିଷ୍ଟ ୧୩୫ଟି ଖାଲି ପଡ଼ିଥିବାବେଳେ ଅତିଥି ଶିକ୍ଷକଙ୍କ ଭରସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି। ୩ରୁ ଅଧିକ ବିଭାଗରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଦେଶର ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଅଣଶିକ୍ଷକ ପଦରୁ ପ୍ରାୟ ୭୦ପ୍ରତିଶତ ଖାଲି ପଡ଼ିଛି। ତେବେ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ, ଖାଲିଥିବା କର୍ମଚାରୀ ପଦ ପୂରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲିଛି। ଖୁବ୍‌‌ ଶୀଘ୍ର ଅଧାରୁ ଅଧିକ ପଦ ପୂରଣ କରାଯିବ। ଚଳିତ ବର୍ଷର ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି।

04 Aug 2023 By The Sakala

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ରର ଦରଦ ଏମିତି: ୩ ବର୍ଷରେ ୩ଜଣଙ୍କୁ ନିଯୁକ୍ତି, ଖାଲିପଡ଼ିଛି ୮୦ ପ୍ରତିଶତ କର୍ମଚାରୀ ପଦ

ଭୁବନେଶ୍ୱର: ବାରମ୍ବାର ଦାବି ସତ୍ତ୍ବେ ପୂରଣ ହେଉନି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ପଦ। ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାୟୀ କୁଳପତି ନିଯୁକ୍ତି ଦିଆଯାଇଛି; ମାତ୍ର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼଼ୁନି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨୦୨୧ ମସିହାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ କରିଥିବା କହି ଆସୁଛି, ମାତ୍ର ଏଥିରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)କୁ ଗୁରୁତ୍ୱ ଦିଆଯାଉ ନାହିଁ। ବିଡ଼ମ୍ବନା ହେଉଛି ୩ ବର୍ଷର ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ୧୩୭ ପଦ ମଧ୍ୟରୁ ମାତ୍ର ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ବୁଧବାର ସଂସଦରେ ଦେଇଥିବା ତଥ୍ୟ ଅନୁସାରେ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୫୮୦୦ରୁ ଅଧିକ ପଦ ଖାଲି ପଡ଼ିଛି। ଏହାମଧ୍ୟରେ ରହିଛି ୧୨୦୫ ପ୍ରାଧ୍ୟାପକ, ୨୨୮୨ ସହଯୋଗୀ ପ୍ରଫେସର ଓ ୨୩୩୮ ସହକାରୀ ପ୍ରଫେସର ପଦ ରହିଛି। ଖାଲିଥିବା ପଦରେ ୨୫୫୪ଜଣ ଅତିଥି ଶିକ୍ଷକଙ୍କୁ ଶିକ୍ଷାଦାନ ପ୍ରକ୍ରିୟା ପାଇଁ ନିଯୁକ୍ତ କରାଯାଇଛି। ୪ ହଜାର ଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ୨୦୨୧ ମସିହାରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ରାଜ୍ୟସଭାରେ ୬ହଜାରରୁ ଅଧିକ ଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରିଥିବା କେନ୍ଦ୍ର ମନ୍ତ୍ରୀ ଉତ୍ତର ରଖିଥିଲେ। ଯେଉଁଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସର୍ବାଧିକ ପଦ ଖାଲି ରହିଥିଲା। ହେଲେ ୩ ବର୍ଷର ନିଯୁକ୍ତି ପ୍ରକ୍ରିୟାରେ ମାତ୍ର ୩ଜଣ ସ୍ଥାୟୀ ଶିକ୍ଷକ କର୍ମଚାରୀ ‘ସିୟୁଓ’ରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅଛନ୍‌‌ତି ୨ଜଣ ସହଯୋଗୀ ପ୍ରାଧ୍ୟାପକ ଓ ଜଣେ ପରୀକ୍ଷା ନିୟନ୍ତ୍ରକ।

ଆସନ୍ତା ୨୯ ତାରିଖରେ ୧୫ବର୍ଷରେ ପାଦ ଥାପିବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ୨୦୦୯ ଅଗଷ୍ଟ ୨୯ରେ ଏହି ବିଶ୍ୱବିଦ୍ୟାଳୟ ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ଯୋଗାଇବା ତଥା ଆଦିବାସୀଙ୍କ ସମ୍ପର୍କରେ ଅଧିକ ଗବେଷଣା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା। ବିଗତ ୧୪ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ମାତ୍ର ୧୮ଟି ବିଭାଗ ଖୋଲିଛି। ଚଳିତ ବର୍ଷରୁ ସ୍ନାତକରେ ୩ଟି ବିଏସସି ପାଠ୍ୟକ୍ରମ ଓ ଏମବିଏ ଇନ୍‌‌ ସପ୍ଲାଏଚେନ୍‌‌ ମେନେଜମେଣ୍ଟ ବିଭାଗ ଖୋଲିଛି। ପରିତାପର ବିଷୟ ବିଶ୍ୱବିଦ୍ୟାଳୟର ୮୦ ପ୍ରତିଶତ ଶିକ୍ଷକ ପଦ ଖାଲି। ଅତିଥି ଶିକ୍ଷକଙ୍କ ଭରସାରେ ବିଶ୍ୱବିଦ୍ୟାଳୟ ଚାଲୁଥିବାବେଳେ ଗୁଣାତ୍ମକ ଶିକ୍ଷା ପିଲାଙ୍କ ପାଇଁ ସ୍ୱପ୍ନ ସାଜିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିବାସୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟରେ ଟ୍ରାଇବାଲ୍‌‌ ଷ୍ଟଡିଜ୍‌‌ (ଆଦିବାସୀଙ୍କ ସମ୍ପର୍କରେ ଗବେଷଣା) ବିଭାଗ ଖୋଲି ପାରିଲାନି। କେବଳ ରାଜୀବ ଗାନ୍ଧୀ ଚେୟାର୍‌‌ ପ୍ରତିଷ୍ଠା କରାଯାଇ ଯେତତେନ ଭଳି ଗବେଷଣା କରାଯାଉଛି। ଯାହାକୁ ନେଇ ଶିକ୍ଷାବିତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପିଲାଙ୍କ ଆବଶ୍ୟକତାନୁସାରେ ଏଠାରେ ନୂଆ ବିଭାଗ ଖୋଲି ପାରୁନି। ଆଇନ୍‌‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ବାୟୋ ଟେକ୍ନୋଲୋଜି, ଇତିହାସ, ଭୂଗୋଳ ଆଦି ବିଭାଗ ଖୋଲିବା ପାଇଁ ଦାବି ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେବେ ବିଶ୍ୱବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୫୪ କର୍ମଚାରୀ ପଦ ମଧ୍ୟରୁ ମାତ୍ର ୧୯ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଅବଶିଷ୍ଟ ୧୩୫ଟି ଖାଲି ପଡ଼ିଥିବାବେଳେ ଅତିଥି ଶିକ୍ଷକଙ୍କ ଭରସାରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି। ୩ରୁ ଅଧିକ ବିଭାଗରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଦେଶର ୪୫ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଅଣଶିକ୍ଷକ ପଦରୁ ପ୍ରାୟ ୭୦ପ୍ରତିଶତ ଖାଲି ପଡ଼ିଛି। ତେବେ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ, ଖାଲିଥିବା କର୍ମଚାରୀ ପଦ ପୂରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲିଛି। ଖୁବ୍‌‌ ଶୀଘ୍ର ଅଧାରୁ ଅଧିକ ପଦ ପୂରଣ କରାଯିବ। ଚଳିତ ବର୍ଷର ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର