ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍‌: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ୍ ସାର୍ଟିଫିକେଟ ନେଇ ୬୭ଟି ସ୍ଥାନରେ ରେଡ୍‌

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ଅଭିଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୬୭ଟି ସ୍ଥାନରେ ରେଡ୍‌ କରୁଛି ସିବିଆଇ । କଳାହାଣ୍ଡି, ନୂଆପଡା, ରାୟଗଡା, ବାଲେଶ୍ଵର, ଏବଂ ଭଦ୍ରକ ସମେତ ଓଡିଶାର ବିଭିନ୍ନ ଜିଲ୍ଲାରେ ଚଢାଉ ହେଉଛି। ଏହି ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି। ପୋଷ୍ଟାଲ ସର୍ଭିସ୍ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ […]

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ଅଭିଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୬୭ଟି ସ୍ଥାନରେ ରେଡ୍‌ କରୁଛି ସିବିଆଇ । କଳାହାଣ୍ଡି, ନୂଆପଡା, ରାୟଗଡା, ବାଲେଶ୍ଵର, ଏବଂ ଭଦ୍ରକ ସମେତ ଓଡିଶାର ବିଭିନ୍ନ ଜିଲ୍ଲାରେ ଚଢାଉ ହେଉଛି। ଏହି ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି। ପୋଷ୍ଟାଲ ସର୍ଭିସ୍ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ଥିଲା।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁସାରେ, ୨୦୨୩ ଜାନୁଆରୀ ୨୭ ତାରିଖରେ ୧୩୮୨ଟି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଅନଲାଇନରେ ଆବେଦନ କରାଯାଇଥିଲା । ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ରହିଥିଲା । ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା । ମେଧା ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ସହ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ଆବେଦନକାରୀଙ୍କୁ ଏସଏମଏସ ଓ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତେବେ ସାର୍ଟିଫିକେଟ ଯାଞ୍ଚ ବେଳେ ବିଭିନ୍ନ ପୋଷ୍ଟାଲ ଡିଭିଜନରେ ୬୩ ଜଣ ଆବେଦନକାରୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର