ମହଙ୍ଗା ମାଡ: ତୈଳଦର ଵୃଦ୍ଧି ପରେ ରାଜ୍ୟରେ ବଢିଲା ବସ୍ ଭଡା

The Sakala Picture
Published On

ଭୁବନେଶ୍ବର: ଖାଉଟିଙ୍କୁ ମହଙ୍ଗା ମାଡ । ରାଜ୍ୟରେ ପୁଣି ବଢିଲା ବସ୍ ଭଡା। ଡିଜେଲ ଦର ବୃଦ୍ଧି ଯୋଗୁ ବସଭଡା ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି […]

ଭୁବନେଶ୍ବର: ଖାଉଟିଙ୍କୁ ମହଙ୍ଗା ମାଡ । ରାଜ୍ୟରେ ପୁଣି ବଢିଲା ବସ୍ ଭଡା। ଡିଜେଲ ଦର ବୃଦ୍ଧି ଯୋଗୁ ବସଭଡା ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି । ଭଡା ବୃଦ୍ଧି ନେଇ ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଏହି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସୂଚନାଯୋଗ୍ୟ ଯେ, ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ଆଜି ବି ପୁଣି ବଢିଛି ତେଲ ଦର । ଆଜି ଦେଶରେ ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି । ଆଗକୁ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର