ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ୍ ଭଡ଼ା

The Sakala Picture
Published On

କଟକ: ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା କମିଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର […]

କଟକ: ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା କମିଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା କମିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସାଧାରଣ ବସ୍ ଭଡ଼ା ପୂର୍ବରୁ ୯୨ ପଇସା ପ୍ରତି କିଲୋମିଟର ଥିବାବେଳେ ଏବେ ୮୭ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା ୫ ପଇସା କମି କିଲୋମିଟରକୁ ୯୧ ପଇସା ହୋଇଛି । ଡିଲକ୍ସ ଭଡ଼ା ୧୦ ପଇସା କମି କିଲୋମିଟରକୁ ୧ ଟଙ୍କା ୨୫ ପଇସା ହୋଇଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୦ ପଇସା କମି ୧ ଟଙ୍କା ୫୩ ପଇସା ହୋଇଛି । ସେହିପରି ସୁପର ପ୍ରିମିୟର ୧୫ ପଇସା କମି କିଲୋମିଟର ପିଛା ୨ ଟଙ୍କା ୩୮ ପଇସା ହୋଇଛି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଡିଜେଲ ଲିଟର ୧୦୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ହ୍ରାସ କରିବା ପରେ ଏବେ ଏହାର ମୂଲ୍ୟ ୯୧ ଟଙ୍କାକୁ ଖସି ଆସିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା କମାଇଛି ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର