ପୋଡ଼ିଗଲେ ପାରଳା ଏସିଏଫ୍‌

The Sakala Picture
Published On

ପାରଳାଖେମୁଣ୍ଡି/କଟକ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‍) ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତିରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ପ୍ରଥମ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା […]

ପାରଳାଖେମୁଣ୍ଡି/କଟକ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‍) ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତିରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ପ୍ରଥମ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ତେବେ ପାରଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସୌମ୍ୟରଞ୍ଜନ ବୟାନ ଦେଇଛନ୍ତି ଯେ, ବିଭାଗୀୟ ଫାଇଲକୁ ସରକାରୀ ବାସଭବନରେ ଚାଲି ଚାଲି ଦେଖୁଥିବା ବେଳେ ଅନ୍ୟମନସ୍କ ହୋଇ ଘରେ ଥିବା କିରାସିନି ଡବାରେ ଗୋଡ଼ ବାଜି ତଳେ ପଡ଼ିଯାଇଥିଲେ। ପାଖରେ ନିଆଁ ଥିବାରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ଏହି ଘଟଣା ନେଇ ପଚାରିବାରେ ସୌମ୍ୟରଞ୍ଜନଙ୍କ ଏହି ବୟାନକୁ ରେକର୍ଡ କରାଯାଇଥିବା କହିଛନ୍ତି। ସୌମ୍ୟଙ୍କ ଘର ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଞ୍ଚଳରେ। ୨୦୧୮ ମସିହାରେ ସେ ଓଏଫଏସ୍‍ ଚାକିରି ପାଇଥିଲେ। ଟ୍ରେନିଂ ଶେଷ ହେବା ପରେ ୨୦୨୦ ମେ’ ମାସରେ ଗଜପତି ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଗତ ଜାନୁଆରୀ ମାସରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବିଦ୍ୟାଶ୍ରୀଙ୍କ ସହ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହର ମାତ୍ର ୬ ମାସ ପରେ ସୌମ୍ୟ ହଠାତ୍‍ ତାଙ୍କ ସରକାରୀ ବଙ୍ଗଳାରେ ପୋଡ଼ି ହୋଇ ମୃତ୍ୟୁବରଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ସୌମ୍ୟଙ୍କ ମାମୁ ସୀତାକାନ୍ତ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ସୌମ୍ୟ ପତ୍ନୀଙ୍କ ସହ ସରକାରୀ ବଙ୍ଗଳାରେ ରହୁଥିଲେ। ଗତକାଲି ରାତି ପ୍ରାୟ ୮ଟା ବେଳେ ରୋଷେୟା ଆସି ରୋଷେଇ ସାରି ରାତି ୯ଟା ବେଳକୁ ଫେରି ଯାଇଥିଲା। ସୌମ୍ୟ ରାତି ପ୍ରାୟ ୯.୧୫ରୁ ୯.୨୦ ଭିତରେ ପୋଡ଼ି ହୋଇଯାଇଥିଲେ। ଘରେ କେହି ନ ଥିବାରୁ ଏବେ ଘଟଣା ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ। ବୋହୂ ବିଦ୍ୟାଶ୍ରୀ ଏ ସଂପର୍କରେ କିଛି ବି କହୁନାହାନ୍ତି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ହେଲେ କିଛି ଦିନ ଆଗରୁ ସୌମ୍ୟ ତାଙ୍କ ମାଇଁଙ୍କୁ ଫୋନ୍‌ କରି ବୋହୂ ବିଦ୍ୟାଶ୍ରୀ ତାକୁ ମାନସିକ ନିର୍ଯାତନା ଦେଉଥିବା କଥା କହିଥିଲା। ସୌମ୍ୟର ମୃତ୍ୟୁ ପାଇଁ ବିଦ୍ୟାଶ୍ରୀ ଦାୟୀ ବୋଲି ମାମୁ କହିଛନ୍ତି। ବାପା ଅଭିରାମ ମହାପାତ୍ର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅଭିରାମ କହିଛନ୍ତି ଯେ ଦୁଇ ଦିନ ତଳେ ସେ ପୁଅ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। କାଲି ଖବର ପାଇ ଫୋନ୍‌ କରିବା ପରେ ବୋହୂ ବିଦ୍ୟାଶ୍ରୀ ଫୋନ୍‌ ରିସିଭ କରିଥିଲେ। ପୁଅ କେମିତି ପୋଡ଼ିହେଲା ବୋଲି ପଚାରିବାରୁ ସେ କିଛି ଜାଣି ନଥିବା ବିଦ୍ୟାଶ୍ରୀ କହିଥିଲେ। ତେଣୁ ଘରେ ଅନ୍ୟ କେହି ନ ଥିବାରୁ ବୋହୂ ହିଁ ମୋ ପୁଅକୁ ମାରି ଥାଇପାରେ ବୋଲି ଅଭିରାମ କହିଛନ୍ତି। ସୌମ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପରେ ଥାନାରେ ଏତଲା ଦେବେ ବୋଲି ତାଙ୍କ ପରିବାର ଲୋକେ ଜଣାଇଛନ୍ତି।

14 Jul 2021 By The Sakala

ପୋଡ଼ିଗଲେ ପାରଳା ଏସିଏଫ୍‌

ପାରଳାଖେମୁଣ୍ଡି/କଟକ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‍) ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତିରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ପ୍ରଥମ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ।

ତେବେ ପାରଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସୌମ୍ୟରଞ୍ଜନ ବୟାନ ଦେଇଛନ୍ତି ଯେ, ବିଭାଗୀୟ ଫାଇଲକୁ ସରକାରୀ ବାସଭବନରେ ଚାଲି ଚାଲି ଦେଖୁଥିବା ବେଳେ ଅନ୍ୟମନସ୍କ ହୋଇ ଘରେ ଥିବା କିରାସିନି ଡବାରେ ଗୋଡ଼ ବାଜି ତଳେ ପଡ଼ିଯାଇଥିଲେ। ପାଖରେ ନିଆଁ ଥିବାରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ଏହି ଘଟଣା ନେଇ ପଚାରିବାରେ ସୌମ୍ୟରଞ୍ଜନଙ୍କ ଏହି ବୟାନକୁ ରେକର୍ଡ କରାଯାଇଥିବା କହିଛନ୍ତି। ସୌମ୍ୟଙ୍କ ଘର ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଞ୍ଚଳରେ। ୨୦୧୮ ମସିହାରେ ସେ ଓଏଫଏସ୍‍ ଚାକିରି ପାଇଥିଲେ। ଟ୍ରେନିଂ ଶେଷ ହେବା ପରେ ୨୦୨୦ ମେ’ ମାସରେ ଗଜପତି ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।

ଗତ ଜାନୁଆରୀ ମାସରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବିଦ୍ୟାଶ୍ରୀଙ୍କ ସହ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହର ମାତ୍ର ୬ ମାସ ପରେ ସୌମ୍ୟ ହଠାତ୍‍ ତାଙ୍କ ସରକାରୀ ବଙ୍ଗଳାରେ ପୋଡ଼ି ହୋଇ ମୃତ୍ୟୁବରଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ସୌମ୍ୟଙ୍କ ମାମୁ ସୀତାକାନ୍ତ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ସୌମ୍ୟ ପତ୍ନୀଙ୍କ ସହ ସରକାରୀ ବଙ୍ଗଳାରେ ରହୁଥିଲେ। ଗତକାଲି ରାତି ପ୍ରାୟ ୮ଟା ବେଳେ ରୋଷେୟା ଆସି ରୋଷେଇ ସାରି ରାତି ୯ଟା ବେଳକୁ ଫେରି ଯାଇଥିଲା। ସୌମ୍ୟ ରାତି ପ୍ରାୟ ୯.୧୫ରୁ ୯.୨୦ ଭିତରେ ପୋଡ଼ି ହୋଇଯାଇଥିଲେ। ଘରେ କେହି ନ ଥିବାରୁ ଏବେ ଘଟଣା ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ। ବୋହୂ ବିଦ୍ୟାଶ୍ରୀ ଏ ସଂପର୍କରେ କିଛି ବି କହୁନାହାନ୍ତି।

ହେଲେ କିଛି ଦିନ ଆଗରୁ ସୌମ୍ୟ ତାଙ୍କ ମାଇଁଙ୍କୁ ଫୋନ୍‌ କରି ବୋହୂ ବିଦ୍ୟାଶ୍ରୀ ତାକୁ ମାନସିକ ନିର୍ଯାତନା ଦେଉଥିବା କଥା କହିଥିଲା। ସୌମ୍ୟର ମୃତ୍ୟୁ ପାଇଁ ବିଦ୍ୟାଶ୍ରୀ ଦାୟୀ ବୋଲି ମାମୁ କହିଛନ୍ତି। ବାପା ଅଭିରାମ ମହାପାତ୍ର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅଭିରାମ କହିଛନ୍ତି ଯେ ଦୁଇ ଦିନ ତଳେ ସେ ପୁଅ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। କାଲି ଖବର ପାଇ ଫୋନ୍‌ କରିବା ପରେ ବୋହୂ ବିଦ୍ୟାଶ୍ରୀ ଫୋନ୍‌ ରିସିଭ କରିଥିଲେ। ପୁଅ କେମିତି ପୋଡ଼ିହେଲା ବୋଲି ପଚାରିବାରୁ ସେ କିଛି ଜାଣି ନଥିବା ବିଦ୍ୟାଶ୍ରୀ କହିଥିଲେ। ତେଣୁ ଘରେ ଅନ୍ୟ କେହି ନ ଥିବାରୁ ବୋହୂ ହିଁ ମୋ ପୁଅକୁ ମାରି ଥାଇପାରେ ବୋଲି ଅଭିରାମ କହିଛନ୍ତି। ସୌମ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପରେ ଥାନାରେ ଏତଲା ଦେବେ ବୋଲି ତାଙ୍କ ପରିବାର ଲୋକେ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର