ଭିଜିଲାନ୍ସ ଜାଲରେ OPHWC ବ୍ରହ୍ମପୁର ଡିଭିଜନ୍ର DGM ସୁବାଷ ଚନ୍ଦ୍ର ପଣ୍ଡା
ବ୍ରହ୍ମପୁର : ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ପୁଲିସ୍ ହାଉସିଂ ୱେଲଫର୍ କର୍ପୋରେସନ୍(DGM) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚାଲିଛି ରେଡ। ସୁବାଷଙ୍କ ଭୁବନେଶ୍ୱର ମହାଦେବ ବିହାର ସ୍ଥିତ ନିଜ ଘର, ଭୁବନେଶ୍ୱର ବରମୁଣ୍ଡାରେ ଥିବା ଘର ସମେତ ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କୋଲନୀରେ ଥିବା କାର୍ଯ୍ୟାଳୟ ଓ ବ୍ରହ୍ମପୁର ଖାରବେଳ […]
ବ୍ରହ୍ମପୁର : ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ପୁଲିସ୍ ହାଉସିଂ ୱେଲଫର୍ କର୍ପୋରେସନ୍(DGM) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚାଲିଛି ରେଡ। ସୁବାଷଙ୍କ ଭୁବନେଶ୍ୱର ମହାଦେବ ବିହାର ସ୍ଥିତ ନିଜ ଘର, ଭୁବନେଶ୍ୱର ବରମୁଣ୍ଡାରେ ଥିବା ଘର ସମେତ ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କୋଲନୀରେ ଥିବା କାର୍ଯ୍ୟାଳୟ ଓ ବ୍ରହ୍ମପୁର ଖାରବେଳ ନଗର ପ୍ରଥମ ଲାଇନରେ ଥିବା ଭଡ଼ା ଘରେ ଚାଲିଛି ଭିଜିଲାନ୍ସର ଚଢ଼ାଉ ।
ଓଡିଶା ପୁଲିସ୍ ହାଉସିଂ ୱେଲଫର୍ କର୍ପୋରେସନ୍(DGM) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘର ସହ ଏକାକାଳିନ ଭାବେ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି। ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ଅଧିକାରୀ ସାମିଲ ରହିଛନ୍ତି।






