ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

The Sakala Picture
Published On

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ଦ୍ବିତୀୟ ଲାଇନରେ ଅଭାବନୀୟ ଘଟଣା । ଘରେ ଚୋରି କରିବା ପରେ ଘରେ ଲଗାଇଦେଲେ ନିଆଁ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ପଶିଥିଲେ । ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ । ଦେବୀ ପ୍ରସାଦଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସେଠାକୁ ଯାଇଥିଲେ । ଆଜି ଭୋରରୁ […]

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ଦ୍ବିତୀୟ ଲାଇନରେ ଅଭାବନୀୟ ଘଟଣା । ଘରେ ଚୋରି କରିବା ପରେ ଘରେ ଲଗାଇଦେଲେ ନିଆଁ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ପଶିଥିଲେ । ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ । ଦେବୀ ପ୍ରସାଦଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସେଠାକୁ ଯାଇଥିଲେ । ଆଜି ଭୋରରୁ ଦେବୀଙ୍କ ପୁତୁରା କୌଣସି କାମରେ ତାଙ୍କ ଘରକୁ ଆସିଥିବା ବେଳେ ଘର ଝରକାର ଲୁହା ଗ୍ରୀଲ କଟିବା ସହ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବା ପରେ ଘରେ ପଶି ଦେଖିଲା ବେଳକୁ ବହୁ ସାମଗ୍ରୀ ସହ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହାସହ କିଛି ଚୋରି ହୋଇଥିବା ନେଇ ମଧ୍ୟ ଅନୁମାନ କରାଯାଉଛି । ଏହି ଘରେ ପୂର୍ବରୁ ତିନି ଥର ଚୋରି ହୋଇଥିବା ବେଳେ ଆଜି ଚତୁର୍ଥ ଥର ପାଇଁ ଚୋରି ହୋଇଛି ବୋଲି କହିଛନ୍ତି ଦେବୀଙ୍କ ପୁତୁରା । ତେବେ ବାରମ୍ବାର ଚୋର ମାନେ ଏହି ଘରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରୁ ନ ଥିବା ଯୋଗୁଁ ଏଭଳି ବାରମ୍ବାର ଚୋରି ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

04 Jan 2025 By The Sakala

ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ଦ୍ବିତୀୟ ଲାଇନରେ ଅଭାବନୀୟ ଘଟଣା । ଘରେ ଚୋରି କରିବା ପରେ ଘରେ ଲଗାଇଦେଲେ ନିଆଁ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ପଶିଥିଲେ । ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ । ଦେବୀ ପ୍ରସାଦଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସେଠାକୁ ଯାଇଥିଲେ । ଆଜି ଭୋରରୁ ଦେବୀଙ୍କ ପୁତୁରା କୌଣସି କାମରେ ତାଙ୍କ ଘରକୁ ଆସିଥିବା ବେଳେ ଘର ଝରକାର ଲୁହା ଗ୍ରୀଲ କଟିବା ସହ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବା ପରେ ଘରେ ପଶି ଦେଖିଲା ବେଳକୁ ବହୁ ସାମଗ୍ରୀ ସହ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହାସହ କିଛି ଚୋରି ହୋଇଥିବା ନେଇ ମଧ୍ୟ ଅନୁମାନ କରାଯାଉଛି । ଏହି ଘରେ ପୂର୍ବରୁ ତିନି ଥର ଚୋରି ହୋଇଥିବା ବେଳେ ଆଜି ଚତୁର୍ଥ ଥର ପାଇଁ ଚୋରି ହୋଇଛି ବୋଲି କହିଛନ୍ତି ଦେବୀଙ୍କ ପୁତୁରା । ତେବେ ବାରମ୍ବାର ଚୋର ମାନେ ଏହି ଘରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରୁ ନ ଥିବା ଯୋଗୁଁ ଏଭଳି ବାରମ୍ବାର ଚୋରି ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର