ସିଲିକନ୍ କଲେଜ୍ ଓ ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟକୁ ସିଲ୍ କଲା ବିଏମସି

The Sakala Picture
Published On

ଭୁବନେଶ୍ବର: କରୋନା ପୁଣି କାୟା ମେଲାଉଛି। ରାଜ୍ଯରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ରାଜ୍ଯସରକାର ମଧ୍ଯ କରୋନା ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଗଇଡଲାଇନର ଉଲଙ୍ଘନ ହେବାର ନଜିର ଆସୁଛି ବିଏମସି ପକ୍ଷରୁ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି। ଆଜି କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ସିଲିକନ କଲେଜକୁ ସିଲ କରିଛି ବିଏମସି। ସେହିପରି ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ୪୮ […]

ଭୁବନେଶ୍ବର: କରୋନା ପୁଣି କାୟା ମେଲାଉଛି। ରାଜ୍ଯରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ରାଜ୍ଯସରକାର ମଧ୍ଯ କରୋନା ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଗଇଡଲାଇନର ଉଲଙ୍ଘନ ହେବାର ନଜିର ଆସୁଛି ବିଏମସି ପକ୍ଷରୁ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି। ଆଜି କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ସିଲିକନ କଲେଜକୁ ସିଲ କରିଛି ବିଏମସି। ସେହିପରି ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ୪୮ ଘଣ୍ଟା ଲାଗି ସିଲ୍ କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

ସୂଚନା ଅନୁଯାୟୀ, ସିଲିକନ୍ କଲେଜ୍ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ତେବେ ଏହି କାରଣ ଦର୍ଶାଅ ନୋଟିସର କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଆଜି କଲେଜକୁ ସିଳ୍ କରିଛି ଭୁବନେଶ୍ବର ମହାନଗର ନିଗମ। କଲେଜରେ ଗୋଟିଏ ବେଞ୍ଚରେ ବସୁଥିଲେ ୫ରୁ୬ ଜଣ ଛାତ୍ରଛାତ୍ରୀ । ଏଥିପାଇଁ ଆଜି ସକାଳୁ ସିଲିକନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲା ବିଏମସି । ଆଉ ଆଜି ସଂଧ୍ୟାରେ ସିଲିକନ କଲେଜକୁ ସିଲ୍ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ଜେଡିସି ପୁରନ୍ଦନ ନନ୍ଦ ।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ସେହିପରି, ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟରୁ ୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ଏଥିସହ ଅଫିସର ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ସହ ଅଫିସ୍ ପରିସରକୁ ସାନିଟାଇଜ୍ କରିବା ଲାଗି ବିଏମସି ନିର୍ଦ୍ଦେଶ ଦେଇଛି ।

ଆହୁରି ପଢ଼ନ୍ତୁ: ସ୍ୱର୍ଗଦ୍ୱାରରେ ଶୋଷଣ: ଝୁଣା ନାଁରେ ବିକୁଛନ୍ତି କାଠଗୁଣ୍ଡ! ଶୋକାକୁଳ ପରିବାରଙ୍କ ବିଶ୍ୱାସ ସହ ପ୍ରତାରଣା

05 Apr 2021 By The Sakala

ସିଲିକନ୍ କଲେଜ୍ ଓ ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ବର: କରୋନା ପୁଣି କାୟା ମେଲାଉଛି। ରାଜ୍ଯରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ରାଜ୍ଯସରକାର ମଧ୍ଯ କରୋନା ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଗଇଡଲାଇନର ଉଲଙ୍ଘନ ହେବାର ନଜିର ଆସୁଛି ବିଏମସି ପକ୍ଷରୁ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି। ଆଜି କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ସିଲିକନ କଲେଜକୁ ସିଲ କରିଛି ବିଏମସି। ସେହିପରି ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ୪୮ ଘଣ୍ଟା ଲାଗି ସିଲ୍ କରି ଦିଆଯାଇଛି।

ସୂଚନା ଅନୁଯାୟୀ, ସିଲିକନ୍ କଲେଜ୍ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ତେବେ ଏହି କାରଣ ଦର୍ଶାଅ ନୋଟିସର କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଆଜି କଲେଜକୁ ସିଳ୍ କରିଛି ଭୁବନେଶ୍ବର ମହାନଗର ନିଗମ। କଲେଜରେ ଗୋଟିଏ ବେଞ୍ଚରେ ବସୁଥିଲେ ୫ରୁ୬ ଜଣ ଛାତ୍ରଛାତ୍ରୀ । ଏଥିପାଇଁ ଆଜି ସକାଳୁ ସିଲିକନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲା ବିଏମସି । ଆଉ ଆଜି ସଂଧ୍ୟାରେ ସିଲିକନ କଲେଜକୁ ସିଲ୍ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ଜେଡିସି ପୁରନ୍ଦନ ନନ୍ଦ ।

ସେହିପରି, ରାଜ୍ୟ ଯୋଗାଣ ନିଗମ କାର୍ଯ୍ଯାଳୟରୁ ୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ଏଥିସହ ଅଫିସର ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ସହ ଅଫିସ୍ ପରିସରକୁ ସାନିଟାଇଜ୍ କରିବା ଲାଗି ବିଏମସି ନିର୍ଦ୍ଦେଶ ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର