ଅପାରଗତା ଲୁଚାଇବାକୁ ଅସହିଷ୍ଣୁ ବିଜେପି ସରକାର: ବିଜେଡି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଲାଗି ରାଜ୍ୟ ଅରାଜକତା ଆଡକୁ ଗତି କରୁଛି ଏବଂ ସରକାର ଅସହିଷ୍ଣୁ ଓ ପ୍ରତିକ୍ରିୟାଶୀଳ ହେବାର ନଗ୍ନ ଚିତ୍ର ଗତ ୪୮ ଘଣ୍ଟା ହେଲା ବିଧାନସଭାରେ ଦେଖିବାକୁ ମିଳୁଛି ବୋଲି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଓ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ୍‌ ମହାନ୍ତି। ଶ୍ରୀ ଦାସ କହିଥିଲେ ଯେ, ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଲାଗି ରାଜ୍ୟ ଅରାଜକତା ଆଡକୁ ଗତି କରୁଛି ଏବଂ ସରକାର ଅସହିଷ୍ଣୁ ଓ ପ୍ରତିକ୍ରିୟାଶୀଳ ହେବାର ନଗ୍ନ ଚିତ୍ର ଗତ ୪୮ ଘଣ୍ଟା ହେଲା ବିଧାନସଭାରେ ଦେଖିବାକୁ ମିଳୁଛି ବୋଲି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଓ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ୍‌ ମହାନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଶ୍ରୀ ଦାସ କହିଥିଲେ ଯେ, ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରକାଶିତ ଶ୍ୱେତପତ୍ରରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିଫଳିତ। ଗୃହ ମଧ୍ୟରେ ଆଲୋଚନାକୁ ଏଡାଇବା ପାଇଁ ରାଜ୍ୟ ବିଜେପି ସରକାର ଅସହିଷ୍ଣୁ ଓ ପ୍ରତିକ୍ରିୟାଶୀଳ ହୋଇ ବିରୋଧୀଙ୍କ ଅନୁପସ୍ଥିତରେ ବିଧାନସଭା ଚଳାଇବାକୁ ଚେଷ୍ଟା କରିଛନ୍ତି। ଯାହା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ନିନ୍ଦନୀୟ। ଗୃହର ମୁରବୀ ହିସାବରେ ବାଚସ୍ପତି ଚାହିଁଥିଲେ ଗତ ୪୮ ଘଣ୍ଟା ଧରି ଉପୁଜିଥିବା ବିସ୍ଫୋରକ ସ୍ଥିତି ଏଡାଇ ପାରିଥାଆନ୍ତେ। କିନ୍ତୁ ପଦବୀର ଗାରିମାକୁ ଜଳାଞ୍ଜଳି ଦେଇ ସେ ସରକାରୀ ଦଳର ଚାପରେ ନିରପେକ୍ଷତା ବଦଳରେ ଏକପାଖିଆ ନିଷ୍ପତ୍ତି ନେଇଥିଲେ। ଗୃହ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଓ ହିଂସା ଆଚରଣ କରିବା ପାଇଁ ଉସୁକାଇବା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିରୋଧୀ ବିଧାୟକଙ୍କୁ ନିଲମ୍ବନ କରିଥିଲେ। ଫଳସ୍ୱରୁପ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ସଂରକ୍ଷଣ ସ୍ୱାର୍ଥ ସମ୍ବଳିତ ଅନେକ ବିଷୟ ଗୃହରେ ଆଲୋଚନା ହୋଇପାରିଲାନି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସେହିପରି ଡ଼ ମହାନ୍ତି କହିଥିଲେ ଯେ, ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଆଇନମନ୍ତ୍ରୀ, ବରିଷ୍ଠ ଓ ଅନୁଭବୀ ବିଧାୟକମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୁଧାରିବା ପାଇଁ ଉଦ୍ୟମ କରନ୍ତୁ। ଗତ ୯ ମାସ ମଧ୍ୟରେ ରାଜ୍ୟରେ ବଢିଚାଲିଥିବା ହିଂସା ନିୟନ୍ତ୍ରଣ କରିବାରେ ବିଫଳ ହୋଇ, ପୋଲିସ ଜରିଆରେ ସରକାର ବିଧାନସଭା ଭିତରେ ଓ ବାହାରେ ବିରୋଧୀଙ୍କ ସ୍ୱର ଚପାଇ ଦେବା ପାଇଁ ଅପଚେଷ୍ଟା କରୁଛନ୍ତି। ରାଜ୍ୟର ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବିଜେପି ସରକାର ବିଧାନସଭାରେ ବିରୋଧୀ ଦଳର ପ୍ରଶ୍ନକୁ ସମ୍ମୁଖୀନ ହେବା ସ୍ଥିତିରେ ନଥିବା କାରଣରୁ କଂଗ୍ରେସ ଦଳ ସହିତ ଭିତିରି ବୁଝାମଣା କରି ବିଧାନସଭାକୁ ଅଚଳ କରିବା ପାଇଁ ଯୋଜନା କରିଛନ୍ତି ବୋଲି ଆମର ସନ୍ଦେହ ହେଉଛି। ଗତ ଦୁଇ ଦିନ ଧରି ବିଧାନସଭାରେ ଚାଲିଥିବା ଅଚଳବସ୍ଥା ନାଟକର ରଚନା ବିଜେପି ଅଫିସରେ ଲେଖାଯାଇଛି। ଅସହିଷ୍ଣୁ ଶାସକ ଦଳର ଆଚରଣ ଓ ଉଚ୍ଚାରଣକୁ ବିଜୁ ଜନତା ଦଳ ଦୃଢ ନିନ୍ଦା କରୁଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର