ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

The Sakala Picture
Published On

ଭୁବନେଶ୍ୱର : ଆଜି ରାଜଭବନରେ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଜୁ ମହିଳା ଜନତା ଦଳର ୩ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ମହିଳା, ଛାତ୍ରୀ ଓ ନାବାଳିକା ବିରୋଧୀ ହିଂସା ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ। ସମ୍ପ୍ରତି ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ବିଇଡି ଛାତ୍ରୀଙ୍କୁ ନିଜ ବିଭାଗୀୟ ପ୍ରଫେସର ଦୀର୍ଘ ୬ ମାସ ଧରି ମାନସିକ ନିର୍ଯାତନା ଦେବା ସହ ଶାରୀରିକ […]

ଭୁବନେଶ୍ୱର : ଆଜି ରାଜଭବନରେ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଜୁ ମହିଳା ଜନତା ଦଳର ୩ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ମହିଳା, ଛାତ୍ରୀ ଓ ନାବାଳିକା ବିରୋଧୀ ହିଂସା ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସମ୍ପ୍ରତି ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ବିଇଡି ଛାତ୍ରୀଙ୍କୁ ନିଜ ବିଭାଗୀୟ ପ୍ରଫେସର ଦୀର୍ଘ ୬ ମାସ ଧରି ମାନସିକ ନିର୍ଯାତନା ଦେବା ସହ ଶାରୀରିକ ଅନୁଗ୍ରହ ପାଇଁ ବାଧ୍ୟ କରୁଥିଲେ। ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷ, ସ୍ଥାନୀୟ ସାଂସଦ, ଓ ପୋଲିସଙ୍କୁ ଜଣାଇଲା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଛାତ୍ରୀ ଜଣଙ୍କ ସାମାଜିକ ଗଣମାଧ୍ୟମରେ ନିଜ ନିର୍ଯାତନା ବାବଦରେ ଜଣାଇ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ପରିଶେଷରେ ପ୍ରଶାସନ, ପୋଲିସ ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ନ ମିଳିବାରୁ ଅନୋନ୍ୟଉପାୟ ହୋଇ ଜୁଲାଇ ୧୨ ତାରିଖ ଦିନ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ଏବଂ ବର୍ତ୍ତମାନ ସେ ଭୁବନେଶ୍ୱର ଏମ୍ସରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଜୁନ ୧୫ ତାରିଖ ରଜ ସଂକ୍ରାନ୍ତିରେ ଗୋପାଳପୁର ବେଳାଭୂମିକୁ ନିଜ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରୀଙ୍କୁ ନିଜ ବନ୍ଧୁଙ୍କ ସାମ୍ନାରେ ୧୦ ଜଣ ଦୁବୃର୍ତ୍ତ ଗଣଦୁଷ୍କର୍ମ କରିଥିଲେ। କିଛି ଦିନ ତଳେ ଶାସକ ଦଳର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଯେଉଁଭଳି ବ୍ୟକ୍ତିଗତ ଚରିତ୍ର ସଂହାର କରି କୁତ୍ସିତ ଓ ଅଶୋଭନୀୟ ଭାଷା ବ୍ୟବହାର କଲେ ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଡ. ସାମନ୍ତସିଂହାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ଶାସକ ଦଳ ଓ ସରକାରଙ୍କ ମାନସିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ସେହିପରି କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ତେନ୍ତେଳାପଶି ଗ୍ରାମରେ ଏକ ୧୭ ବର୍ଷର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦେବା ଘଟଣା ସାରା ରାଜ୍ୟକୁ ବିଚଳିତ କରିଥିଲା। ରାଜ୍ୟରେ ଆଦିବାସୀ ଓ ଦଳିତ ନାବାଳିକା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଉଦ୍‌ବେଗଜନକ ଭାବେ ଗତ ୧ ବର୍ଷ ମଧ୍ୟରେ ବଢିଚାଲିଛି। ସେହିପରି ଗତ ଏକ ବର୍ଷ ମଧ୍ୟରେ ମହିଳା, ଛାତ୍ରୀ ଓ ଶିଶୁ ବିରୋଧୀ ହିଂସାକୁ ନେଇ ୨୮ ହଜାର ମାମଲା ରୁଜୁ ହୋଇଛି। ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୧୫ଟି ଦୁଷ୍କର୍ମ ଘଟଣା ଘଟିବା ରାଜ୍ୟର ମହିଳା ବିରୋଧୀ ହିଂସାକୁ ଦର୍ଶାଉଛି। ସେହିପରି ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ମହିଳା ବିରୋଧୀ ହିଂସାରେ ଦୋଷୀ ସାବ୍ୟସ୍ତ ହାର ୫.୫୭ ପ୍ରତିଶତ ରହିଛି, ଯାହାକି ଦେଶରେ ସର୍ବନିମ୍ନ। ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଓ ସଦସ୍ୟା ପଦ ଏକ ବର୍ଷ ହେଲା ଖାଲିପଡିଛି। ଶିଶୁ ସୁରକ୍ଷା କମିଶନର ଓ ସଦସ୍ୟ ପଦ ଗତ ଏକ ବର୍ଷ ହେଲା ଖାଲି ପଡିଥିବା ନେଇ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀମତୀ ସୁଲତା ଦେଓ ମହାମହିମ ରାଷ୍ଟ୍ରପତିଙ୍କ ସହ ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଆଦିବାସୀ ଏବଂ ଦଳିତ ମହିଳାଙ୍କ ଉପରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ରୋକିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର