ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ- ବିଜେଡି

The Sakala Picture
Published On

ଭୁବେନଶ୍ବର: ଏମଏସପି ବୃଦ୍ଧି ସମୁଦ୍ରକୁ ଶଙ୍ଖେ । ଚାଷୀକୁଳ କଣ ଲାଭ ପାଇବ? କେନ୍ଦ୍ର ଚାଷୀଙ୍କୁ ଠକୁଛି । ଏମିତି ଅଭିଯାେଗ କରିଛି ବିଜେଡି । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ତୁରନ୍ତ କର । ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ଉପରେ ବର୍ଷିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି । ବିଜେଡି ପକ୍ଷରୁ ଡ.ପାତ୍ର ଦାବି […]

ଭୁବେନଶ୍ବର: ଏମଏସପି ବୃଦ୍ଧି ସମୁଦ୍ରକୁ ଶଙ୍ଖେ । ଚାଷୀକୁଳ କଣ ଲାଭ ପାଇବ? କେନ୍ଦ୍ର ଚାଷୀଙ୍କୁ ଠକୁଛି । ଏମିତି ଅଭିଯାେଗ କରିଛି ବିଜେଡି । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ତୁରନ୍ତ କର । ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ଉପରେ ବର୍ଷିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିଲ୍: ରାଜ୍ୟ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଲେ ଆହ୍ୱାନ

ବିଜେଡି ପକ୍ଷରୁ ଡ.ପାତ୍ର ଦାବି କରିଛନ୍ତି ଯେ, ବିଧାନସଭାରେ ସର୍ବସମ୍ମତିରେ ହୋଇଥିବା ନିଷ୍ପତ୍ତି ପୂରଣ କରାଯାଉ। ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ। ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଇବାକୁ ଦାବି। ୧୦ ହଜାର ୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ଦିଅନ୍ତୁ। ଶେଷରେ ୫ ହଜାର ୪୫୨ କୋଟି ଟଙ୍କା ଋଣ ବାବଦ ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପୂର୍ବରୁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ଯ ହୋଇଥିଲା।

ଆହୁରି ପଢ଼ନ୍ତୁ: କେନ୍ଦୁଝର DLO ଆକାଶ ବିଷୋୟୀଙ୍କ ଘରୁ ୭ ଲକ୍ଷ ୨୯ ହଜାର ଟଙ୍କା, ୩୦୦ ଗ୍ରାମ ସୁନା ଜବତ

ଗତକାଲି କେନ୍ଦ୍ର ସରକାର ଧାନର ଏମଏସପି ୧୦୦ ଟଙ୍କା ବୃଦ୍ଧି କରିଥିଲେ ,ତାହା ଯଥେଷ୍ଟ ନୁହେଁ ବୋଲି ବିଜେଡି ଦାବି କହିଛି । ଏ ପ୍ରସଙ୍ଗରେ ସଂସଦ ଭିତରେ ଓ ବାହାରେ ବିଜେଡି ବାରମ୍ବାର ଦାବି କରିଛି। ଏହାସହ ବଳକା ଉଷୁନା ଚାଉଳ ଉଠାଇବ ପାଇଁ ଦାବି କରିଛି ବିଜେଡି । ୨୦୨୧-୨୦୨୨ ରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଉତ୍ପାଦନ ହୋଇଛି। ୩୯ ଲକ୍ଷ ଟନ ପିଡିଏସକୁ ଯିବ । ବଳକା ୧୩ ଲକ୍ଷ ମେଟ୍ରିକ୍ ଟନ୍ ରହିଯିବ। ବଳକା ଚାଉଳ ନେବନି ବୋଲି କହିଛି ଏଫସିଆଇ । ଏପରି ହେଲେ ଚାଷୀଙ୍କ ପାଇଁ ସମସ୍ୟା ହେବ ବୋଲି କହିଛନ୍ତି ସସ୍ମିତ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

କେନ୍ଦ୍ରର ଆବଶ୍ୟକତା ଅନୁସାରେ ୫ ଲକ୍ଷ ଭିଟାମିନଯୁକ୍ତ ଉଷୁନା ଚାଉଳ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି । କେନ୍ଦ୍ର ସରକାର ଏଯାଏଁ ୧୦ ହଜାର ୩୩୪ କୋଟି ଟଙ୍କା ସବ୍ସିଡି ଦେଇ ନାହାନ୍ତି । ବକେୟା ପାଉଣା ପାଇଁ ଦାବି କରିଛି ବିଜେଡି। ଉଚିତ୍ ସମୟରେ ସବସିଡ ମିଳୁ ନଥିବାରୁ ଋଣ ନେଇ ସରକାର ସୁଝୁଥିବାରୁ ସରକାରଙ୍କ ଉପରେ ବୋଝ ବଢୁଛି। ଏଥିପାଇଁ ପ୍ରାୟ ୫୪୫୨ କୋଟି ଟଙ୍କା କେନ୍ଦ୍ର ଦେବାକୁ ଦାବି କରିଛି ଦଳ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର