ଆସନ୍ତାକାଲିଠୁ ‘ଜନ ସମ୍ପର୍କ ପଦଯାତ୍ରା’, ନବୀନ ସରକାରଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବ ବିଜେଡି

The Sakala Picture
Published On

ଭୁବନେଶ୍ବର : ପ୍ରତିବର୍ଷ ଭଳି ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ବିଜେଡ଼ି ଆରମ୍ଭ କରିବ ଜନ ସମ୍ପର୍କ ପଦଯାତ୍ରା। ନବୀନ ସରକାରଙ୍କ ବିକାଶ ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା କରାଯାଉଛି। ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଏହି ଜନ ସମ୍ପର୍କ ପଦଯାତ୍ରାକୁ ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡ଼ିଆର ୫୭ ନମ୍ବର ୱାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏଥି ପାଇଁ […]

ଭୁବନେଶ୍ବର : ପ୍ରତିବର୍ଷ ଭଳି ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ବିଜେଡ଼ି ଆରମ୍ଭ କରିବ ଜନ ସମ୍ପର୍କ ପଦଯାତ୍ରା। ନବୀନ ସରକାରଙ୍କ ବିକାଶ ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା କରାଯାଉଛି। ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଏହି ଜନ ସମ୍ପର୍କ ପଦଯାତ୍ରାକୁ ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡ଼ିଆର ୫୭ ନମ୍ବର ୱାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏଥି ପାଇଁ ଆଜି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଦଳର ବିରିଷ୍ଠ ଉପସଭାପତି ଦେବିପ୍ରସାଦ ମିଶ୍ର ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ସୁଲୋଚନା ଦାଶ ।

ଆହୁରି ପଢ଼ନ୍ତୁ: ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖରେ  ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ଏହି ପଦଯାତ୍ରା।  ପଦଯାତ୍ରା ସମୟରେ ବିଭିନ୍ନ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ ହେବ । ଏହା ସହିତ ଏ ବର୍ଷର ଜନ ସମ୍ପର୍କ ପଦଯାତ୍ରା ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ ।

ଆହୁରି ପଢ଼ନ୍ତୁ: ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲା

ଅକ୍ଟୋବର ୧୨ରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ। ବିଜେଡି ବହୁ ପୂର୍ବରୁ ଘର ଘର ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛି। ଆମର କାର୍ଯ୍ୟକ୍ରମ ଲଗାତାର ଭାବେ ହେଉଛି । ଜନ ସମ୍ପର୍କ ପଦଯାତ୍ରା ଲୋକଙ୍କ ନିକଟତର ହେବାକୁ ସୁଯୋଗ ସୃଷ୍ଟି କରିବ ବୋଲି ଦେବିପ୍ରସାଦ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp