ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଲାଗି ‘ଇଫ୍ତାର ଓ ଇଦ୍ ମିଲନ’
ପାଳନ କରିବନି ବିଜେଡି

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଧନଜୀବନ ହାନିକୁ ନେଇ ଗଭୀର ଦୁଃଖପ୍ରକାଶ କଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ଯୋଗୁଁ ହଜାର ହଜାର ନିରୀହ ଲୋକଙ୍କ ପ୍ରାଣହାନି ଘଟିିଛି। ଲକ୍ଷ ଲକ୍ଷ ସାଧାରଣ ଜନତା ଆହତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ଯୁଦ୍ଧର ଅନ୍ତ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ "ଇଫତାର ଓ ଇଦ୍‌ ମିଲନ' ପାଳନ କରିବନି ବୋଲି ନିଷ୍ପତ୍ତି ନେଇଛି। ଏନେଇ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ପ୍ରତିବର୍ଷ ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁସଲମାନ ଭାଇଭଉଣୀ ଏବଂ ବିଭିନ୍ନ ଧର୍ମର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ମହାସମାରୋହରେ ‘ଇଫତାର ଓ ଇଦ୍‌ ମିଲନ' ପାଳନ କରାଯାଇଥାଏ। ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଓଡ଼ିଶାର ଅନେକ ଭାଇଭଉଣୀ ଦୁଃଖଦ ସ୍ଥିତିରେ ଫସି ରହିଛନ୍ତି। ଏହି ଯୁଦ୍ଧ ଦ୍ୱାରା ୧୦ରୁ ଅଧିକ ଦେଶ ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ହେବା ସହ ସାରା ବିଶ୍ୱ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ ଦଳ ତରଫରୁ ‘ଇଫତାର ଓ ଇଦ୍‌ ମିଲନ' ପାଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବ୍ୟାପକ ଧନଜୀବନ ହାନୀ ଯୋଗୁଁ ଦଳର ସଭାପତି ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଦୁଃଖଦ ମୂହୁର୍ତ୍ତରେ କୌଣସି ପ୍ରକାର ଉତ୍ସବ ପାଳନରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ, ବରିଷ୍ଠ ନେତା ଶେଖ୍‌ ନିଜାମୁଦ୍ଦିନ୍‌, ମୁଖପାତ୍ର ସୋଫିଆ ଆଲମ ଓ ସଂଖ୍ୟାଲଘୁ ସେଲର ସହ ସଂଯୋଜିକା ରିଜୱାନା ବେଗମ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର