ବିହାର ସହରସାରେ ଅଭାବନୀୟ କାଣ୍ଡ: ଗାଡ଼ିରେ ଯାଉଥିବା ଯୁବକଙ୍କୁ ୧୨ ରାଉଣ୍ଡ ଗୁଳି କରି ହତ୍ୟା

Suryakanta Picture
Published On

ବିହାରର ସହରସା ଜିଲ୍ଲାରେ ପୁଣିଥରେ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ମୀରା ସିନେମା ରୋଡ୍ ନିକଟରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ଛୋଟୁ ମିଶ୍ର (୩୦ ବର୍ଷ) ବୋଲି ଜଣାପଡ଼ିଛି। ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ଫେରାର୍ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଫିଲ୍ମ ଷ୍ଟାଇଲ୍‌ରେ ଆଖିବୁଜା ଗୁଳିମାଡ଼

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଛୋଟୁ ମିଶ୍ର ନିଜର ଥାର୍ ଗାଡ଼ିରେ ଅନ୍ୟ ତିନି ଜଣ ସାଙ୍ଗଙ୍କ ସହ ଯାଉଥିଲେ। ଏହି ସମୟରେ କିଛି ବାଇକ୍ ଆରୋହୀ ଅଜ୍ଞାତ ଅପରାଧୀ ସେଠାରେ ପହଞ୍ଚି ତାଙ୍କୁ ଟାର୍ଗେଟ୍ କରି ଲଗାତାର ଫାୟାରିଂ କରିଥିଲେ। ଦୁର୍ବୃତ୍ତମାନେ ପ୍ରାୟ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଗୁଳିମାଡ଼ ପରେ ତାଙ୍କ ସହ ଥିବା ସାଙ୍ଗମାନେ ପୋଲିସକୁ ଖବର ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ମୃତ ଯୁବକଙ୍କ ରହିଥିଲା ଅପରାଧିକ ଇତିହାସ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତ ଛୋଟୁ ମିଶ୍ରଙ୍କର ଏକ ଅପରାଧିକ ରେକର୍ଡ ରହିଥିଲା। ପୂର୍ବରୁ ସେ କୁଖ୍ୟାତ ଅପରାଧୀ ମିକି ଚୌବେ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ପରେ ସେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ଜେଲ୍‌ରୁ ବାହାରିଥିଲେ। ପୋଲିସର ଅନୁମାନ ଯେ, ପୁରୁଣା ଶତ୍ରୁତା କିମ୍ବା ଗ୍ୟାଙ୍ଗ୍ ୱାର୍ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପୋଲିସର ତଦନ୍ତ ଜାରି

ଗୁଳିମାଡ଼ ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇବା ମାତ୍ରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ପୋଲିସ ଘଟଣାସ୍ଥଳରୁ ୧୨ଟି ଖାଲି ଖୋକା ଜବତ କରିଛି। ବର୍ତ୍ତମାନ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଫେରାର୍ ଥିବା ସାଙ୍ଗମାନଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର