କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ହେଉ: ବିଜେଡି

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି। ଏହାଛଡା ନୂତନ ସ୍ଲାବ ଜିଏସ୍‌ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା […]

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି। ଏହାଛଡା ନୂତନ ସ୍ଲାବ ଜିଏସ୍‌ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ନିରଞ୍ଜନ ପୂଜାରୀ ଜିଏସ୍‌ଟି ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ, ୨୦୧୮ ମସିହାରୁ କେନ୍ଦୁପତ୍ର ଉପରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ବିଜୁ ଜନତା ଦଳ କହି ଆସୁଥିଲା। ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ପାଇଁ ଚିଠି ଲେଖିଥିଲେ। ଜିଏସ୍‌ଟିର ନୂତନ ସ୍ଲାବ ଅନୁଯାୟୀ କେନ୍ଦୁପତ୍ର ଉପରେ ଜିଏସ୍‌ଟିକୁ ୧୮%ରୁ ୫%କୁ ଖସାଇ ଦିଆଯାଇଛି। କିନ୍ତୁ, ଏହା କମିଥିଲେ ମଧ୍ୟ କେନ୍ଦୁପତ୍ର ତୋଳାଳୀଙ୍କୁ ବିଶେଷ ଫାଇଦା ମିଳିବ ନାହିଁ। କେନ୍ଦୁପତ୍ର ତୋଳାଳୀ ମାନେ କୌଣସି ସୁବିଧା ପାଇବେ ନାହିଁ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ନିରଞ୍ଜନ ପୂଜାରୀ କହିଥିଲେ, କେନ୍ଦୁପତ୍ର ଭଳି ହ୍ୟାଣ୍ଡଲୁମ କ୍ଷେତ୍ରରେ ମଧ୍ୟ ବୁଣାକାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଏସ୍‌ଟି ଛାଡ଼ ପାଇଁ ବିଜେଡି ତରଫରୁ ଦାବି ହୋଇ ଆସୁଥିଲା। ଟେକ୍ସଟାଇଲ କ୍ଷେତ୍ରରେ ପାୱାରଲୁମ ଓ ହ୍ୟାଣ୍ଡଲୁମ ରହିଛି। ପାୱାରଲୁମରେ ଶିଳ୍ପପତି ମାନେ ସମ୍ପୃକ୍ତ ଥିବାବେଳେ ହ୍ୟାଣ୍ଡଲୁମରେ ଗରିବ ବୁଣାକାର ମାନେ ରହିଛନ୍ତି। ସେମାନେ ବିଭିନ୍ନ ସୂତା ଶାଢ଼ୀ, ପାଟ ଶାଢ଼ୀ ଇତ୍ୟାଦି ଜିନିଷ ତିଆରି କରିଥାନ୍ତି। ଏହି ଗରିବ ଶ୍ରେଣୀର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଏସ୍‌ଟି ଛାଡ଼ ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ୫% ଜିଏସ୍‌ଟି ରହିଛି। ତେଣୁ ଉଭୟ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଟେକ୍ସଟାଇଲ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ପାଇଁ ବିଜୁ ଜନତା ଦଳ ଆଉଥରେ ଦାବି କରୁଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

04 Sep 2025 By The Sakala

କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ହେଉ: ବିଜେଡି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି। ଏହାଛଡା ନୂତନ ସ୍ଲାବ ଜିଏସ୍‌ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ନିରଞ୍ଜନ ପୂଜାରୀ ଜିଏସ୍‌ଟି ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ, ୨୦୧୮ ମସିହାରୁ କେନ୍ଦୁପତ୍ର ଉପରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ବିଜୁ ଜନତା ଦଳ କହି ଆସୁଥିଲା। ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ପାଇଁ ଚିଠି ଲେଖିଥିଲେ। ଜିଏସ୍‌ଟିର ନୂତନ ସ୍ଲାବ ଅନୁଯାୟୀ କେନ୍ଦୁପତ୍ର ଉପରେ ଜିଏସ୍‌ଟିକୁ ୧୮%ରୁ ୫%କୁ ଖସାଇ ଦିଆଯାଇଛି। କିନ୍ତୁ, ଏହା କମିଥିଲେ ମଧ୍ୟ କେନ୍ଦୁପତ୍ର ତୋଳାଳୀଙ୍କୁ ବିଶେଷ ଫାଇଦା ମିଳିବ ନାହିଁ। କେନ୍ଦୁପତ୍ର ତୋଳାଳୀ ମାନେ କୌଣସି ସୁବିଧା ପାଇବେ ନାହିଁ।

ନିରଞ୍ଜନ ପୂଜାରୀ କହିଥିଲେ, କେନ୍ଦୁପତ୍ର ଭଳି ହ୍ୟାଣ୍ଡଲୁମ କ୍ଷେତ୍ରରେ ମଧ୍ୟ ବୁଣାକାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଏସ୍‌ଟି ଛାଡ଼ ପାଇଁ ବିଜେଡି ତରଫରୁ ଦାବି ହୋଇ ଆସୁଥିଲା। ଟେକ୍ସଟାଇଲ କ୍ଷେତ୍ରରେ ପାୱାରଲୁମ ଓ ହ୍ୟାଣ୍ଡଲୁମ ରହିଛି। ପାୱାରଲୁମରେ ଶିଳ୍ପପତି ମାନେ ସମ୍ପୃକ୍ତ ଥିବାବେଳେ ହ୍ୟାଣ୍ଡଲୁମରେ ଗରିବ ବୁଣାକାର ମାନେ ରହିଛନ୍ତି। ସେମାନେ ବିଭିନ୍ନ ସୂତା ଶାଢ଼ୀ, ପାଟ ଶାଢ଼ୀ ଇତ୍ୟାଦି ଜିନିଷ ତିଆରି କରିଥାନ୍ତି। ଏହି ଗରିବ ଶ୍ରେଣୀର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଏସ୍‌ଟି ଛାଡ଼ ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ୫% ଜିଏସ୍‌ଟି ରହିଛି। ତେଣୁ ଉଭୟ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଟେକ୍ସଟାଇଲ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ପାଇଁ ବିଜୁ ଜନତା ଦଳ ଆଉଥରେ ଦାବି କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର