ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

Madhusudan Das Picture
Published On

ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କ ପକେଟରେ ମହଙ୍ଗା ମାଡ଼। ଘରୋଇ ଏଲପିଜି ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଦେଶବ୍ୟାପୀ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ହୋଇଛି । କେବଳ ଘରୋଇ ଗ୍ୟାସ୍ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ହେଉଥିବା ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial LPG) ଦର ମଧ୍ୟ ୧୧୫ ଟଙ୍କା ବଢିଛି।  ଆଜିଠୁ ନୂଆ ଦର ଲାଗୁ ହେବ । 

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୫୩ ଟଙ୍କାରୁ ବୃଦ୍ଧି ପାଇ ୯୧୩ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପୂର୍ବରୁ ଏହା ୮୫୨.୫୦ ଟଙ୍କା ଥିବାବେଳେ ବର୍ତ୍ତମାନ ୯୧୨.୫୦ ଟଙ୍କା ହୋଇଛି। କୋଲକାତାରେ ଦର ବୃଦ୍ଧି ପାଇ ୯୩୯ ଟଙ୍କା (ଆନୁମାନିକ) ଏବଂ ଚେନ୍ନାଇରେ ୮୬୮.୫୦ ଟଙ୍କାରୁ ବଢି ୯୨୮.୫୦ ଟଙ୍କା ହୋଇଛି। ଆଜିଠାରୁ ଏହି ନୂତନ ଦର ଲାଗୁ ହୋଇଛି। ଏହାପୂର୍ବରୁ ଏପ୍ରିଲ ୨୦୨୫ରୁ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାଇଁ ମଧ୍ୟ ଖରାପ ଖବର ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦର ୧୭୬୮.୫୦ ଟଙ୍କାରୁ ବଢି ୧୮୮୩ ଟଙ୍କା ହୋଇଛି। ମୁମ୍ବାଇରେ ଏହା ୧୮୩୫ ଟଙ୍କା, କୋଲକାତାରେ ୧୯୯୦ ଟଙ୍କା ଏବଂ ଚେନ୍ନାଇରେ ୨୦୪୩.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ହୋଟେଲ ଖାଦ୍ୟ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

ତେବେ ଦେଶରେ ଇନ୍ଧନ ଅଭାବ ନେଇ ଉଠୁଥିବା ଗୁଜବକୁ ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ଦେଶରେ ଶକ୍ତିର କୌଣସି ଅଭାବ ନାହିଁ ଏବଂ ଗ୍ରାହକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲ ଅଭାବ ନେଇ ପ୍ରଚାରିତ ଖବରକୁ ଭିତ୍ତିହୀନ ବୋଲି କହିଛି। କମ୍ପାନୀ ଅନୁଯାୟୀ, ଭାରତ ନିକଟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ରହିଛି ଏବଂ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରହିଛି।

07 Mar 2026 By Madhusudan Das

ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କ ପକେଟରେ ମହଙ୍ଗା ମାଡ଼। ଘରୋଇ ଏଲପିଜି ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଦେଶବ୍ୟାପୀ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ହୋଇଛି । କେବଳ ଘରୋଇ ଗ୍ୟାସ୍ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ହେଉଥିବା ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial LPG) ଦର ମଧ୍ୟ ୧୧୫ ଟଙ୍କା ବଢିଛି।  ଆଜିଠୁ ନୂଆ ଦର ଲାଗୁ ହେବ । 

ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୫୩ ଟଙ୍କାରୁ ବୃଦ୍ଧି ପାଇ ୯୧୩ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପୂର୍ବରୁ ଏହା ୮୫୨.୫୦ ଟଙ୍କା ଥିବାବେଳେ ବର୍ତ୍ତମାନ ୯୧୨.୫୦ ଟଙ୍କା ହୋଇଛି। କୋଲକାତାରେ ଦର ବୃଦ୍ଧି ପାଇ ୯୩୯ ଟଙ୍କା (ଆନୁମାନିକ) ଏବଂ ଚେନ୍ନାଇରେ ୮୬୮.୫୦ ଟଙ୍କାରୁ ବଢି ୯୨୮.୫୦ ଟଙ୍କା ହୋଇଛି। ଆଜିଠାରୁ ଏହି ନୂତନ ଦର ଲାଗୁ ହୋଇଛି। ଏହାପୂର୍ବରୁ ଏପ୍ରିଲ ୨୦୨୫ରୁ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଥିଲା।

ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାଇଁ ମଧ୍ୟ ଖରାପ ଖବର ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦର ୧୭୬୮.୫୦ ଟଙ୍କାରୁ ବଢି ୧୮୮୩ ଟଙ୍କା ହୋଇଛି। ମୁମ୍ବାଇରେ ଏହା ୧୮୩୫ ଟଙ୍କା, କୋଲକାତାରେ ୧୯୯୦ ଟଙ୍କା ଏବଂ ଚେନ୍ନାଇରେ ୨୦୪୩.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ହୋଟେଲ ଖାଦ୍ୟ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତେବେ ଦେଶରେ ଇନ୍ଧନ ଅଭାବ ନେଇ ଉଠୁଥିବା ଗୁଜବକୁ ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ଦେଶରେ ଶକ୍ତିର କୌଣସି ଅଭାବ ନାହିଁ ଏବଂ ଗ୍ରାହକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲ ଅଭାବ ନେଇ ପ୍ରଚାରିତ ଖବରକୁ ଭିତ୍ତିହୀନ ବୋଲି କହିଛି। କମ୍ପାନୀ ଅନୁଯାୟୀ, ଭାରତ ନିକଟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ରହିଛି ଏବଂ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର