ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଡିସିପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ପ୍ରତିନିଧିମଣ୍ଡଳ

Madhusudan Das Picture
Published On

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ାଘରେ ଜଣେ ଅଜଣା ମୁଖାପିନ୍ଧା ବ୍ୟକ୍ତି ପ୍ରବେଶ କରି ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହିକ୍ରମରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଘର ମାଲିକ ଓ ପଡେ଼ାଶୀମାନଙ୍କ ସହ ଆଲୋଚନା କରିଛି। ଏହାସହ ପ୍ରତିନିଧିମଣ୍ଡଳୀ ଭୁବନେଶ୍ୱର ପୁଲିସ ଡିସିପିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଆହୁରି ପଢ଼ନ୍ତୁ: ସାପୁଆ ନଦୀରେ ବନ୍ୟା: ଆଠଗଡ଼ର କନ୍ତୋଲ ଅଞ୍ଚଳ ଜଳମଗ୍ନ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଠପ୍

ପ୍ରତିନିଧିମଣ୍ଡଳୀ ପୁଲିସକୁ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିବା ସହ ପୀଡ଼ିତାଙ୍କ ଘର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ୍‌, ଫରେନସିକ୍‌ ପ୍ରମାଣ, ଫିଙ୍ଗରପ୍ରିଣ୍ଟ୍‌, ଡିଜିଟାଲ୍‌ ଓ ଇଲେକ୍ଟ୍ରୋନିକ୍‌ ପ୍ରମାଣ, କଲ୍‌ ରେକର୍ଡ ଯାଞ୍ଚ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କହିଥିଲେ। ଏହି ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକ ସମ୍ପର୍କରେ ତଦନ୍ତ କରିବାକୁ ମଧ୍ୟ କହିଥିଲେ। ପୀଡ଼ିତାଙ୍କ ମର୍ଯ୍ୟାଦା, ଗୋପନୀୟତା ଓ ପରିଚୟକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା ସହ ଆଇନଗତ ପ୍ରକ୍ରିୟା ସମୟରେ ପୀଡ଼ିତା ଓ ତାଙ୍କ ପରିବାରକୁ ଆବଶ୍ୟକ ସମସ୍ତ ସହାୟତା ଓ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ପ୍ରତିନିଧି ମଣ୍ଡଳୀ ଦାବି କରିଛି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀରେ ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଶ୍ରୀମତୀ ସୁମିତ୍ରା ଜେନା, ଡ. ମିନତୀ ବେହେରା, ଡ. ଗୀତା ବସ୍ତିଆ, ଡ. ପ୍ରିୟବ୍ରତ ମାଝୀ, ମାନସୀ ସୁନ୍ଦରାୟ, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଅମୃତା ମିଶ୍ର, ରଶ୍ମିରାଣୀ ବେହେରା, ଭରତ କୁମାର ଲେଙ୍କା, ବିକ୍ରମ ରଞ୍ଜିତ ପଟ୍ଟନାୟକ, ନୀଳମାଧବ ମହାନ୍ତି, ଏସ୍‌.କେ. ରିହାନ୍‌ ପ୍ରମୁଖ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକ୍ AEE ଙ୍କୁ ଗିରଫ କଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର