ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

Madhusudan Das Picture
Published On

ଭୁବନେଶ୍ୱର: ଦିନ ତମାମ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଗୋକୁଳ ନାଟକରେ ଯବନିକା ଟାଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ବିକ୍ରମ ଆରୁଖ।  କେତେକ ଗଣମାଧ୍ୟମରେ ବିକ୍ରମ ଆରୁଖ ଖୁବ୍‌ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ସ୍ୱାଇଁ ଦେଇଥିବା ଟିପ୍ପଣୀକୁ ନିଜେ ଶ୍ରୀ ଆରୁଖ ଖଣ୍ଡନ କରିବାସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ, ଅମୂଳକ ବୋଲି କହିଛନ୍ତି । ଏହା ସହିତ ସେ ବିଜେଡିରେ ଥିଲେ, ବିଜେଡିରେ ଅଛନ୍ତି ଓ ବିଜେଡିରେ ରହିବି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । 

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ଅଭାବନୀୟ ଘଟଣା: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, କଟକ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ

ବିକ୍ରମ ଆରୁଖ ବିଜେପିରେ ଯୋଗଦେବେ ବୋଲି ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ରବିବାର ସକାଳୁ ପ୍ରସାରଣ କରାଯାଇଥିଲା। ଦଳରେ ଯୋଗଦେବାକୁ ଚାହୁଁଥିବା ଲୋକମାନଙ୍କୁ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ସାଙ୍ଗକୁ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଜେପିରେ ବିକ୍ରମ ବିଜେପିରେ ଯୋଗଦେଲେ ଦଳ ଆହୁରି ମଜବୁତ ହେବ ବୋଲି ଟିପ୍ପଣୀ ପରେ ଏହାକୁ ନେଇ ଯାବତୀୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର କେଇ ଘଣ୍ଟା ପରେ ସବୁ କଳ୍ପନାଜଳ୍ପନାରେ ବିକ୍ରମ ଯବନିକା ଟାଣିଥିଲେ। ଏକ ଭିଡ଼ିଓ ଜାରିକରି ଶ୍ରୀ ଆରୁଖ କହିଥିଲେ ଯେ  ସେ ବିଜେଡି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ।  ନବୀନ ପଟ୍ଟନାୟକ ମୋର ପ୍ରିୟ ନେତା ଏବଂ ବିଜୁ ଜନତା ଦଳ ମୋର ପ୍ରିୟ ଦଳ। ମୁଁ ଦଳର ଜଣେ ସଦସ୍ୟ ଭାବେ ସମ୍ପୂର୍ଣ୍ଣ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରୁଛି। ଆଗାମୀ ଦିନରେ ମଧ୍ୟ ଦଳ ସହ ରହିବି। ମୋ ସମ୍ପର୍କରେ ପ୍ରଚାରିତ ସମସ୍ତ ଚର୍ଚ୍ଚା ଓ ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ।  ବିକ୍ରମ ଆରୁଖଙ୍କ ସ୍ପଷ୍ଟ ବୟାନ ପରେ ଏହି ରାଜନୈତିକ ନାଟକରେ ଯବନିକା ପଡ଼ିଛି । 

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବ: ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା, ୬ ଜିଲ୍ଲାକୁ ସତର୍କ

ମାତ୍ର କୌତୂହଳର କଥା ହେଉଛି ଯେ ବିକ୍ରମଙ୍କ ସମ୍ପର୍କରେ ଏପରି ଖବର ପ୍ରଚାର ପଛରେ ଘନ ରହସ୍ୟ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଯୋଗୁ ସରକାର ଓ ଶାସକ ବିଜେପି ହରଡ଼ଘଣାରେ ପଡ଼ିଛନ୍ତି। ଗାଁ ଗାଁରେ ଲୋକମାନେ ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ। ପୁରୀ ରଥଯାତ୍ରାରେ ଯାବତୀୟ ବିଭ୍ରାଟ, ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି, ଅଘଟଣରେ ୩ ଜଣଙ୍କ ମୃତ୍ୟୁ ଘଟଣା ସହ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଅଶାନ୍ତି ବଢ଼ିବାରେ ଲାଗିଛି। ନିଟ୍‌ ତ୍ରୁଟି ପ୍ରସଙ୍ଗ ସାଙ୍ଗକୁ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ଅନ୍ୟାନ୍ୟ ସଂଗଠନର ଧାରଣା ଓ ବିକ୍ଷୋଭ  ସରକାରଙ୍କୁ ଅକଳରେ ପକାଇଛି । ତେଣୁ ଏହି ସବୁ ଘଟଣା ଓ ଅଘଟଣ ଉପରୁ ନଜର ହଟାଇ ଏକ ରାଜନୈତିକ ହଟଚମଟ ସୃଷ୍ଟି ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି ବୋଲି ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

20 Jul 2026 By Madhusudan Das

ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

ଭୁବନେଶ୍ୱର: ଦିନ ତମାମ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଗୋକୁଳ ନାଟକରେ ଯବନିକା ଟାଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ବିକ୍ରମ ଆରୁଖ।  କେତେକ ଗଣମାଧ୍ୟମରେ ବିକ୍ରମ ଆରୁଖ ଖୁବ୍‌ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ସ୍ୱାଇଁ ଦେଇଥିବା ଟିପ୍ପଣୀକୁ ନିଜେ ଶ୍ରୀ ଆରୁଖ ଖଣ୍ଡନ କରିବାସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ, ଅମୂଳକ ବୋଲି କହିଛନ୍ତି । ଏହା ସହିତ ସେ ବିଜେଡିରେ ଥିଲେ, ବିଜେଡିରେ ଅଛନ୍ତି ଓ ବିଜେଡିରେ ରହିବି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । 

ବିକ୍ରମ ଆରୁଖ ବିଜେପିରେ ଯୋଗଦେବେ ବୋଲି ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ରବିବାର ସକାଳୁ ପ୍ରସାରଣ କରାଯାଇଥିଲା। ଦଳରେ ଯୋଗଦେବାକୁ ଚାହୁଁଥିବା ଲୋକମାନଙ୍କୁ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ସାଙ୍ଗକୁ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଜେପିରେ ବିକ୍ରମ ବିଜେପିରେ ଯୋଗଦେଲେ ଦଳ ଆହୁରି ମଜବୁତ ହେବ ବୋଲି ଟିପ୍ପଣୀ ପରେ ଏହାକୁ ନେଇ ଯାବତୀୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର କେଇ ଘଣ୍ଟା ପରେ ସବୁ କଳ୍ପନାଜଳ୍ପନାରେ ବିକ୍ରମ ଯବନିକା ଟାଣିଥିଲେ। ଏକ ଭିଡ଼ିଓ ଜାରିକରି ଶ୍ରୀ ଆରୁଖ କହିଥିଲେ ଯେ  ସେ ବିଜେଡି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ।  ନବୀନ ପଟ୍ଟନାୟକ ମୋର ପ୍ରିୟ ନେତା ଏବଂ ବିଜୁ ଜନତା ଦଳ ମୋର ପ୍ରିୟ ଦଳ। ମୁଁ ଦଳର ଜଣେ ସଦସ୍ୟ ଭାବେ ସମ୍ପୂର୍ଣ୍ଣ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରୁଛି। ଆଗାମୀ ଦିନରେ ମଧ୍ୟ ଦଳ ସହ ରହିବି। ମୋ ସମ୍ପର୍କରେ ପ୍ରଚାରିତ ସମସ୍ତ ଚର୍ଚ୍ଚା ଓ ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ।  ବିକ୍ରମ ଆରୁଖଙ୍କ ସ୍ପଷ୍ଟ ବୟାନ ପରେ ଏହି ରାଜନୈତିକ ନାଟକରେ ଯବନିକା ପଡ଼ିଛି । 

ମାତ୍ର କୌତୂହଳର କଥା ହେଉଛି ଯେ ବିକ୍ରମଙ୍କ ସମ୍ପର୍କରେ ଏପରି ଖବର ପ୍ରଚାର ପଛରେ ଘନ ରହସ୍ୟ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଯୋଗୁ ସରକାର ଓ ଶାସକ ବିଜେପି ହରଡ଼ଘଣାରେ ପଡ଼ିଛନ୍ତି। ଗାଁ ଗାଁରେ ଲୋକମାନେ ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ। ପୁରୀ ରଥଯାତ୍ରାରେ ଯାବତୀୟ ବିଭ୍ରାଟ, ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି, ଅଘଟଣରେ ୩ ଜଣଙ୍କ ମୃତ୍ୟୁ ଘଟଣା ସହ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଅଶାନ୍ତି ବଢ଼ିବାରେ ଲାଗିଛି। ନିଟ୍‌ ତ୍ରୁଟି ପ୍ରସଙ୍ଗ ସାଙ୍ଗକୁ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ଅନ୍ୟାନ୍ୟ ସଂଗଠନର ଧାରଣା ଓ ବିକ୍ଷୋଭ  ସରକାରଙ୍କୁ ଅକଳରେ ପକାଇଛି । ତେଣୁ ଏହି ସବୁ ଘଟଣା ଓ ଅଘଟଣ ଉପରୁ ନଜର ହଟାଇ ଏକ ରାଜନୈତିକ ହଟଚମଟ ସୃଷ୍ଟି ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି ବୋଲି ସନ୍ଦେହ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର