ଅଗଷ୍ଟ ୧୫ ସୁଦ୍ଧା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ଦୋଷୀ ଦାରା ସିଂହଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Madhusudan Das Picture
Published On

ଭୁବନେଶ୍ୱର: ଅଷ୍ଟ୍ରେଲିୟ ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ (ସ୍ୱାଧୀନତା ଦିବସ) ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂହଙ୍କ ଆଇନଜୀବୀ ଏ.ପି. ସିଂହ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପାଟଣା ତହସିଲର କନିଷ୍ଠ ରାଜସ୍ୱ ସହାୟକ, ୬,୦୦୦ ଟଙ୍କା ଲାଞ୍ଚ ନେଉଥିଲେ

ଗଣମାଧ୍ୟମକୁ ସୂଚନା ଦେଇ ଆଇନଜୀବୀ ଏ.ପି. ସିଂହ କହିଛନ୍ତି ଯେ, ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ସୁଦ୍ଧା ଦାରା ସିଂହଙ୍କ ମୁକ୍ତି ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂହଙ୍କ ପ୍ରକୃତ ନାମ ହେଉଛି ରବୀନ୍ଦ୍ର କୁମାର ପାଲ। ସେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅ ଫିଲିପ୍ ଏବଂ ତିମୋଥିଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ତାଙ୍କ କ୍ଷମା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ପୂର୍ବରୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୬ ତାରିଖରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (SSRB)ର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଦାରା ସିଂହଙ୍କ ସମେତ ୫୬ ଜଣ ଆଜୀବନ କଏଦୀଙ୍କ କ୍ଷମା ଆବେଦନ ଉପରେ ବିଚାର କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ୫୮ ଦିନ ହେଲା ଧାରଣାରେ କିଲାସମା ମୌଜା ଅଧିବାସୀ: ବିଧାନସଭାରେ ବିଜେଡି ଉଠାଇବ ବିସ୍ଥାପନ ପ୍ରସଙ୍ଗ

ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ବିତାଇ ସାରିଥିବାରୁ ଏକ କୋହଳ କ୍ଷମା ନୀତିର ଫାଇଦା ପାଇଁ ଦାରା ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ୨୦୨୫ ମସିହାରେ ଏହି ମାମଲାର ଅନ୍ୟତମ ସହ-ଦୋଷୀ ତଥା ଦାରା ସିଂହଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଉତ୍ତମ ଆଚରଣ ଭିତ୍ତିରେ ଜେଲରୁ ଅବଧି ପୂର୍ବରୁ ମୁକ୍ତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ସୂଚନାଯୋଗ୍ୟ, ୨୧ ଜାନୁଆରୀ ୧୯୯୯ ମସିହା ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାସ୍ଥିତ ମନୋହରପୁର ଗାଁରେ ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଏକ ଖ୍ରୀଷ୍ଟିଆନ ସମାବେଶରେ ଯୋଗଦେଇ ଫେରିବା ପରେ ନିଜ ଗାଡ଼ି ଭିତରେ ଶୋଇଥିଲେ। ଏହି ସମୟରେ ଦାରା ସିଂହଙ୍କ ନେତୃତ୍ୱରେ ଆସିଥିବା ଏକ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ, ଫଳରେ ତିନିଜଣଯାକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର