ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

Madhusudan Das Picture
Published On

ଅଗରତାଲା: ତ୍ରିପୁରାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧନଖରଙ୍କର ସନ୍ଦେହଜନକ ସ୍ଥିତିରେ ମୃତଦେହ ଉଦ୍ଧାର ହୋଇଛି । ଅଗରତାଲା ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଥିବା ତାଙ୍କ ଚାମ୍ବରର ବାଥରୁମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟିଏମସିପି ସମାବେଶରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ: ମମତା ବାନାର୍ଜୀଙ୍କ ନାଁରେ ଏଫଆଇଆର

ଘଟଣାସ୍ଥଳରୁ ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ତୁରନ୍ତ ଅଗରତାଲା ସରକାରୀ ମେଡିକାଲ କଲେଜ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲର ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ପ୍ରଦୀପ ଭୌମିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ହସ୍ପିଟାଲ ଆସିବା ବେଳକୁ ଅନୁରାଗଙ୍କ ଶରୀରରେ କୌଣସି ଜୀବନର ଲକ୍ଷଣ ନଥିଲା। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅବଶ୍ୟ, ତ୍ରିପୁରା ସରକାର କିମ୍ବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏଯାଏଁ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଗୋଗୀ ଗ୍ୟାଙ୍ଗ୍, 'ବାଲିଆନ୍' ଗୋତ୍ର ଓ 'କୋର୍ଟ ମେ ମର୍ଡର' ଗୀତ: ଅଙ୍କିତ ବାଲିଆନ୍ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ

୧୯୯୪ ବ୍ୟାଚ୍ ର ତ୍ରିପୁରା କ୍ୟାଡରର ଆଇପିଏସ ଅଧିକାରୀ ଅନୁରାଗ ଗତବର୍ଷ ମେ ୧୭ ତାରିଖରେ ରାଜ୍ୟର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପୂର୍ବତନ ଡିଜିପି ଅମିତାଭ ରଞ୍ଜନଙ୍କ ସ୍ଥାନ ନେଇଥିଲେ। ଏହାପୂର୍ବରୁ ସେ ତ୍ରିପୁରା ପୋଲିସର ଗୁଇନ୍ଦା ବିଭାଗରେ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଖୁବ୍ ଉଚ୍ଚକୋଟୀର ଥିଲା। ସେ ମହୀଶୂର ସ୍ଥିତ ସିଏଫଟିଆରଆଇ (CFTRI)ରୁ ଖାଦ୍ୟ ପ୍ରଯୁକ୍ତିବିଦ୍ୟାରେ ସ୍ନାତକୋତ୍ତର, ଓସ୍ମାନିଆ ବିଶ୍ୱବିଦ୍ୟାଳୟରୁ ପୋଲିସ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ଏବଂ ହାଇଦ୍ରାବାଦ ନାଲସାର (NALSAR) ୟୁନିଭର୍ସିଟି ଅଫ୍ ଲ’ରୁ ସାଇବର କ୍ରାଇମରେ ପିଜି ଡିପ୍ଲୋମା ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ: ହର୍ମୁଜ ପ୍ରଣାଳୀରେ ମାଇନ୍ସ ସହ ଧକ୍କା ହେଲା ସୁପରଟ୍ୟାଙ୍କର, ଲାଗିଲା ଭୟାବହ ନିଆଁ

ଅନୁରାଗ ଆମେରିକାର ଏସିଏଫଇ (ACFE)ରୁ ଜଣେ ସାର୍ଟିଫାଇଡ୍ ଫ୍ରଡ୍ ଏକ୍ସାମିନର୍ ମଧ୍ୟ ଥିଲେ। ସେ ୧୯୯୫ରୁ ୨୦୦୩ ମଧ୍ୟରେ ତ୍ରିପୁରାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ତୁଲାଇଥିଲେ। ୨୦୦୩-୦୪ ମସିହାରେ ସେ କୋସୋଭୋରେ ଜାତିସଂଘ ମିଶନ ସହିତ ମଧ୍ୟ କାର୍ଯ୍ୟ କରିଥିଲେ। ସେହିପରି ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସିବିଆଇ (CBI)ର ଏସପି ଏବଂ ପରେ ଡିଆଇଜି ଭାବେ କାର୍ଯ୍ୟ କରିଥିଲେ। କେବଳ ସେତିକି ନୁହେଁ, ସେ ସିଆଇଏସଏଫ (CISF) ଏବଂ ବିପିଆର ଆଣ୍ଡ ଡି (BPR&D) ଭଳି ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।

ବିଶେଷ କରି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT)ର ଅଧ୍ୟକ୍ଷ ଭାବରେ ଅନୁରାଗ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ତାଙ୍କର ଏହି ଅକାଳ ବିୟୋଗ ପୋଲିସ ବିଭାଗ ପାଇଁ ଏକ ବଡ଼ କ୍ଷତି ବୋଲି ବିବେଚନା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର