ପୁରୀ ରଥଯାତ୍ରାବେଳେ ବଡ଼ଦାଣ୍ଡରେ ଅଘଟଣ: ଠେଲାପେଲା ପରିସ୍ଥିତିରେ ଜଣେ ଭକ୍ତଙ୍କ ମୃତ୍ୟୁ

Madhusudan Das Picture
Published On

ପୁରୀ: ପବିତ୍ର ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଘୋଷଯାତ୍ରା ବେଳେ ଏକ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଜଣେ ଭକ୍ତଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ମୃତକ ଜଣକ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅନିଲ ଦାସ ବୋଲି ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପ୍ରାଥମିକ ସୂଚନା ଅନୁଯାୟୀ, ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଅତ୍ୟଧିକ ଭିଡ଼ ଯୋଗୁଁ ଅନିଲଙ୍କୁ ଶ୍ୱାସରୁଦ୍ଧ ଅନୁଭବ ହୋଇଥିଲା। ପୋଲିସ କର୍ଡନରୁ ପ୍ରାୟ ୧୦୦ ଫୁଟ ଦୂରରେ ସେ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ବଡ଼ଦାଣ୍ଡରେ ଅତ୍ୟଧିକ ଭିଡ଼ ଯୋଗୁଁ କିଛି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ ଏବଂ ଠେଲାପେଲା ଯୋଗୁଁ କିଛି ଭକ୍ତ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଓ ସ୍ୱେଚ୍ଛାସେବୀମାନେ ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ତେବେ ଏହି ଦଳାଚକଟା ପରିସ୍ଥିତିର ପ୍ରକୃତ କାରଣ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ବିବୃତ୍ତି ଜାରି କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର