ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା, ଯମୁନା ଓ ଜିନତକୁ ମିଶାଇ ମୋଟ୍ ୩୫ ବାଘ

Madhusudan Das Picture
Published On

ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବାଘର ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ବୋଲି ବନ ବିଭାଗର ସର୍ବଶେଷ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଜଣାପଡ଼ିଛି। ପିସିସିଏଫ(ୱାଇଲ୍ଡଲାଇଫ୍) ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍ତି ଯେ, ସମ୍ପ୍ରତି କରାଯାଇଥିବା କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ରେ ୩୫ଟି ପ୍ରଭାବଶାଳୀ ବୟସ୍କ ବାଘ ଚିହ୍ନଟ ହୋଇଛି। ଏହି ତଥ୍ୟ ବନ୍ୟଜନ୍ତୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ)କୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ଡିଜିଟାଲ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିଛି ବେଦାନ୍ତ

୨୦୨୨ ସର୍ବ ଭାରତୀୟ ବାଘ ଗଣନା(ଏଆଇଟିଇ)ରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲେ। ୨୦୨୩-୨୪ର ଓଡ଼ିଶା ସରକାରୀ ସର୍ବେକ୍ଷଣରେ ଏହା ୨୭କୁ ବୃଦ୍ଧି ପାଇଥିଲା। ଡିସେମ୍ବର ୨୦୨୪ରୁ ଜାନୁୟାରୀ ୨୦୨୫ ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ ୩୨ଟି ବାଘ ଚିହ୍ନଟ ହୋଇଥିଲା। ଏବେ ଏହା ୩୫କୁ ପହଞ୍ଚିଛି। ମହାରାଷ୍ଟ୍ରର ତଡୋବା-ଆନ୍ଧାରୀ ଟାଇଗର ରିଜର୍ଭରୁ ୨୦୨୪ରେ ଆଣିଥିବା ଯମୁନା ଓ ଜୀନତ୍ ବାଘୁଣୀକୁ ମିଶାଇ ମୋଟ ୩୫ଟି ବାଘ ମଧ୍ୟରୁ ୧୭ଟି ପୁରୁଷ ଓ ୧୮ଟି ମାଈ ରହିଛନ୍ତି । 

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ କଲେଜ୍: ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ୍

ତନ୍ମଧ୍ୟରୁ ୧୯ଟି ବାଘ ସ୍ୟୁଡୋ-ମେଲାନିଷ୍ଟିକ୍ (କଳା ଡୋରା ବାଘ) ଅଟନ୍ତି, ଯାହା ଏହି ଅଞ୍ଚଳର ବିଶେଷ ଜେନେଟିକ୍ ବୈଶିଷ୍ଟ୍ୟ। ସେହିପରି ଜୀନତର ୪ଟି ଶାବକକୁ ମିଶାଇ ଶିମିଳିପାଳରେ ବାଘ ଶାବକ ସଂଖ୍ୟା ମଧ୍ୟ ୧୨ରୁ ବଢ଼ି ୧୬ ହୋଇଛି। ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟକ୍ରମ, ଆବାସ ଉନ୍ନତି ଓ ଶିକାର ଜୀବଙ୍କ ସଂଖ୍ୟା ବଢ଼ାଇବା ଯୋଗୁଁ ଏହି ବୃଦ୍ଧି ସମ୍ଭବ ହୋଇଛି ବୋଲି ଶ୍ରୀ ଝା କହିଛନ୍ତି। ଟାଇଗର ସପ୍ଲିମେଣ୍ଟେସନ୍ ପ୍ରୋଗ୍ରାମ ସୁଫଳ ଦେବା ଆରମ୍ଭ କରିଛି। ବନ୍ୟପ୍ରାଣୀ  ବିଭାଗ ଶିମିଳିପାଳର ଜେନେଟିକ୍ ବିବିଧତା ଆହୁରି ମଜବୁତ୍ କରିବା ପାଇଁ ମଧ୍ୟ ଭାରତୀୟ ଲ୍ୟାଣ୍ଡସ୍କେପ୍ ରୁ ଏକ ପୁରୁଷ ଓ ଏକ ମାଈ ବାଘ ଆଣିବା ପାଇଁ ପ୍ରସ୍ତାବ ପ୍ରସ୍ତୁତ କରୁଛି। ଏହି ପ୍ରସ୍ତାବ ରାଜ୍ୟ ସରକାର ଓ କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟଙ୍କ ଅନୁମୋଦନ ପାଇଁ ପଠାଯିବ। ଶିମିଳିପାଳର ଏହି ସଫଳତା ଓଡ଼ିଶାର ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟର ଏକ ଉଜ୍ଜ୍ବଳ ଉଦାହରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଥରଗାଡ଼ିଆ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

15 Jul 2026 By Madhusudan Das

ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା, ଯମୁନା ଓ ଜିନତକୁ ମିଶାଇ ମୋଟ୍ ୩୫ ବାଘ

ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବାଘର ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ବୋଲି ବନ ବିଭାଗର ସର୍ବଶେଷ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଜଣାପଡ଼ିଛି। ପିସିସିଏଫ(ୱାଇଲ୍ଡଲାଇଫ୍) ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍ତି ଯେ, ସମ୍ପ୍ରତି କରାଯାଇଥିବା କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ରେ ୩୫ଟି ପ୍ରଭାବଶାଳୀ ବୟସ୍କ ବାଘ ଚିହ୍ନଟ ହୋଇଛି। ଏହି ତଥ୍ୟ ବନ୍ୟଜନ୍ତୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ)କୁ ପଠାଇ ଦିଆଯାଇଛି।

୨୦୨୨ ସର୍ବ ଭାରତୀୟ ବାଘ ଗଣନା(ଏଆଇଟିଇ)ରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲେ। ୨୦୨୩-୨୪ର ଓଡ଼ିଶା ସରକାରୀ ସର୍ବେକ୍ଷଣରେ ଏହା ୨୭କୁ ବୃଦ୍ଧି ପାଇଥିଲା। ଡିସେମ୍ବର ୨୦୨୪ରୁ ଜାନୁୟାରୀ ୨୦୨୫ ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ ୩୨ଟି ବାଘ ଚିହ୍ନଟ ହୋଇଥିଲା। ଏବେ ଏହା ୩୫କୁ ପହଞ୍ଚିଛି। ମହାରାଷ୍ଟ୍ରର ତଡୋବା-ଆନ୍ଧାରୀ ଟାଇଗର ରିଜର୍ଭରୁ ୨୦୨୪ରେ ଆଣିଥିବା ଯମୁନା ଓ ଜୀନତ୍ ବାଘୁଣୀକୁ ମିଶାଇ ମୋଟ ୩୫ଟି ବାଘ ମଧ୍ୟରୁ ୧୭ଟି ପୁରୁଷ ଓ ୧୮ଟି ମାଈ ରହିଛନ୍ତି । 

ତନ୍ମଧ୍ୟରୁ ୧୯ଟି ବାଘ ସ୍ୟୁଡୋ-ମେଲାନିଷ୍ଟିକ୍ (କଳା ଡୋରା ବାଘ) ଅଟନ୍ତି, ଯାହା ଏହି ଅଞ୍ଚଳର ବିଶେଷ ଜେନେଟିକ୍ ବୈଶିଷ୍ଟ୍ୟ। ସେହିପରି ଜୀନତର ୪ଟି ଶାବକକୁ ମିଶାଇ ଶିମିଳିପାଳରେ ବାଘ ଶାବକ ସଂଖ୍ୟା ମଧ୍ୟ ୧୨ରୁ ବଢ଼ି ୧୬ ହୋଇଛି। ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟକ୍ରମ, ଆବାସ ଉନ୍ନତି ଓ ଶିକାର ଜୀବଙ୍କ ସଂଖ୍ୟା ବଢ଼ାଇବା ଯୋଗୁଁ ଏହି ବୃଦ୍ଧି ସମ୍ଭବ ହୋଇଛି ବୋଲି ଶ୍ରୀ ଝା କହିଛନ୍ତି। ଟାଇଗର ସପ୍ଲିମେଣ୍ଟେସନ୍ ପ୍ରୋଗ୍ରାମ ସୁଫଳ ଦେବା ଆରମ୍ଭ କରିଛି। ବନ୍ୟପ୍ରାଣୀ  ବିଭାଗ ଶିମିଳିପାଳର ଜେନେଟିକ୍ ବିବିଧତା ଆହୁରି ମଜବୁତ୍ କରିବା ପାଇଁ ମଧ୍ୟ ଭାରତୀୟ ଲ୍ୟାଣ୍ଡସ୍କେପ୍ ରୁ ଏକ ପୁରୁଷ ଓ ଏକ ମାଈ ବାଘ ଆଣିବା ପାଇଁ ପ୍ରସ୍ତାବ ପ୍ରସ୍ତୁତ କରୁଛି। ଏହି ପ୍ରସ୍ତାବ ରାଜ୍ୟ ସରକାର ଓ କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟଙ୍କ ଅନୁମୋଦନ ପାଇଁ ପଠାଯିବ। ଶିମିଳିପାଳର ଏହି ସଫଳତା ଓଡ଼ିଶାର ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟର ଏକ ଉଜ୍ଜ୍ବଳ ଉଦାହରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର