ମନୋରଞ୍ଜନ
ଓଡ଼ିଶା
ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ତିନି ରଥରେ ବସି ମାଉସୀ ଘରକୁ ଯିବେ ଚତୁର୍ଦ୍ଧାମୂରତି । ରଥଯାତ୍ରା ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ଦେଶବାସୀଙ୍କ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ନିଜର ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ଦେଶ ଓ ବିଦେଶରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, "ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଦେଶ ତଥା ବିଦେଶରେ ରହୁଥିବା ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଏହି ମହାପର୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ବଡ଼ଭାଇ ପ୍ରଭୁ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।" ଭକ୍ତ ଏବଂ ଭଗବାନଙ୍କ ଏହି ମିଳନ ପର୍ବକୁ ବିଶ୍ୱରେ ଏକ ବିରଳ ଉତ୍ସବ ଭାବରେ ବର୍ଣ୍ଣନା କରି ସେ ଦେଶ ଓ ରାଜ୍ୟବାସୀଙ୍କ ଉନ୍ନତି କାମନା କରିଛନ୍ତି।
ସେହିଭଳି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପବିତ୍ର ରଥଯାତ୍ରା ଅବସରରେ ଶୁଭକାମନା ଜଣାଇ ସେ ରଥଯାତ୍ରାକୁ ଦେଶର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ 'ଉଜ୍ଜ୍ୱଳ ପରିପ୍ରକାଶ' ବୋଲି ଅଭିହିତ କରିବା ସହ ସମାଜରେ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, "ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହା ଭାରତର ଚିରନ୍ତନ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଉଜ୍ଜ୍ୱଳ ପରିପ୍ରକାଶ। ରଥଯାତ୍ରା ସହିତ ଜଡିତ ପରମ୍ପରା ସମଗ୍ର ଭାରତ ତଥା ବିଶ୍ୱର ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସିଛି। ଏହା ନମ୍ରତା, ସାମୁହିକ ଅଂଶଗ୍ରହଣ ଏବଂ ନିସ୍ୱାର୍ଥପର ସେବାର ପ୍ରତୀକ ଅଟେ।" ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, "ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ ଏବଂ ଆମ ସମାଜରେ ଏକତାର ଭାବନାକୁ ଆହୁରି ସୁଦୃଢ଼ କରନ୍ତୁ। ଜୟ ଜଗନ୍ନାଥ!"