ଆସୁଛି ବଡ଼ ବର୍ଷା ; ପାଚି ଯାଇଥିବା ଧାନକୁ କାଟି ଆଣିବା ପାଇଁ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ […]

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରନ୍ତୁ ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

ବାଇଗଣ, ବିଲାତି ବାଇଗଣ,ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି ଓ କାପସିକମ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ । ପନିପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଓ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥିଲେ ପତ୍ର ଗୁଡିକୁ ଛିଣ୍ଡାଇ ଦିଅନ୍ତୁ । ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ ଓ ୨୦ଗ୍ରାମ (ମେଟାଲିକ୍ସିଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ସିଂଚନ କରନ୍ତୁ । ବିଲାତି ବାଇଗଣ ଓ କୋବି ଜାତୀୟ ଫସଲରେ ଧୂଆଁପତ୍ର ଗୋଟିପୋକ ଲାଗିବାର ସମ୍ଭାବନା ଥିବାରୁ ଏକର ପ୍ରତି ୮୦ ଗ୍ରାମ ଇମାମେକ୍ଟିନ ବେଞ୍ଜୋଏଟ କିମ୍ବା ୩୦୦ ମି.ଲି. ଲାମୁଡା ସାଇହାଲୋଥ୍ରୋନ କୀଟନାଶକ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରିବାକୁ ପରାମର୍ଶ ।

ଆହୁରି ପଢ଼ନ୍ତୁ: ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ, ହାଜତ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

29 Nov 2021 By The Sakala

ଆସୁଛି ବଡ଼ ବର୍ଷା ; ପାଚି ଯାଇଥିବା ଧାନକୁ କାଟି ଆଣିବା ପାଇଁ ପରାମର୍ଶ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ । ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି।

ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରନ୍ତୁ ।

ବାଇଗଣ, ବିଲାତି ବାଇଗଣ,ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି ଓ କାପସିକମ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ । ପନିପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଓ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥିଲେ ପତ୍ର ଗୁଡିକୁ ଛିଣ୍ଡାଇ ଦିଅନ୍ତୁ । ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ ଓ ୨୦ଗ୍ରାମ (ମେଟାଲିକ୍ସିଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ସିଂଚନ କରନ୍ତୁ । ବିଲାତି ବାଇଗଣ ଓ କୋବି ଜାତୀୟ ଫସଲରେ ଧୂଆଁପତ୍ର ଗୋଟିପୋକ ଲାଗିବାର ସମ୍ଭାବନା ଥିବାରୁ ଏକର ପ୍ରତି ୮୦ ଗ୍ରାମ ଇମାମେକ୍ଟିନ ବେଞ୍ଜୋଏଟ କିମ୍ବା ୩୦୦ ମି.ଲି. ଲାମୁଡା ସାଇହାଲୋଥ୍ରୋନ କୀଟନାଶକ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରିବାକୁ ପରାମର୍ଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର