ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ୍‌ ଗତ ୨୦୨୩ ମସିହାରେ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ହେଲେ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନ ଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁଁ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇପାରିଲାନି ବୋଲି ମିଛ ଅଭିଯୋଗ କରି ଜନଆକ୍ରୋଶ ରାଲି ନାମରେ  ନାଟକ କରୁଛି। ମହିଳାମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିଥିବା ବିଜେପି ସେହି ମହିଳାମାନଙ୍କୁ ବ୍ୟବହାର କରି ତାଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଛି ବୋଲି କହି ବିଜେପି ଉପରେ ବିଜେଡିର ଦୁଇ ବରିଷ୍ଠ ନେତ୍ରୀ ବର୍ଷିଛନ୍ତି। ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର ବିଜେପିର ଏହି ମିଛ ପ୍ରଚାରକୁ କଠୋର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ଏହି ଅବସରରେ ଶ୍ରୀମତୀ ଦେଓ କହିଥିଲେ, ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନରେ ୨୦୨୩ରେ ଦେଶର ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ସମସ୍ତେ ଆଶା କରିଥିଲେ, ଏହାକୁ ତୁରନ୍ତ ୨୦୨୪ ସାଧାରଣ ନିର୍ବାଚନରେ ଲାଗୁ କରାଯିବ। କିନ୍ତୁ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହାକୁ ଲାଗୁ କରି ନ ଥିଲା। ୨୦୨୭ ମସିହାରେ ଜନଗଣନା ହେବାକୁ ଯାଉଥିବାରୁ ଏହି ଜନଗଣନା ଆଧାରରେ ସଂସଦ ଓ ବିଧାନସଭା ଆସନଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଏହାକୁ ଲାଗୁ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। କିନ୍ତୁ, ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ହଠାତ୍‌ ସଂସଦର ବିଶେଷ ଅଧିବେଶନ ଡାକି ମହିଳା ସଂରକ୍ଷଣ ସହିତ ୨୦୧୧ ଜନଗଣନା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣକୁ ପାରିତ କରାଯିବାକୁ ଉଦ୍ୟମ କରାଗଲା। ଯେହେତୁ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣରେ ଓଡିଶା ସମେତ ସମସ୍ତ ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳ ରାଜ୍ୟଗୁଡିକର ପ୍ରତିନିଧିତ୍ୱ ହ୍ରାସ ପାଉଥିଲା, ସେଥିପାଇଁ ବିରୋଧୀ ଦଳମାନେ ଏହାକୁ ସମର୍ଥନ ଦେଇ ନ ଥିଲେ। ଏହି ବିଲ୍‌ କାଟ ଖାଇଯିବା ପରେ ବିଜେପି ବିରୋଧୀ ଦଳମାନଙ୍କୁ ମହିଳା ବିରୋଧୀ କହି ନାଟକ କରୁଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି। 

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ସେହିପରି ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ତରଫରୁ ମହିଳାମାନଙ୍କୁ ପ୍ରାର୍ଥୀ କରିବା କ୍ଷେତ୍ରରେ ଆଦୌ ଅଗ୍ରାଧିକାର ଦିଆଯାଇ ନ ଥିଲା। ଅପରପକ୍ଷରେ ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ବିଜେଡି ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲା। ଏଥିରୁ, ମହିଳା ସଂରକ୍ଷଣ ବିଲ୍‌ ବା ମହିଳା ସଶକ୍ତୀକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସର୍ବାଗ୍ରେ ରହିଛି ବୋଲି ପ୍ରମାଣିତ ହୋଇଛି। ଦେଶରେ ମହିଳାମାନଙ୍କୁ ସାମ୍ୱିଧାନିକ ପଦବୀରେ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ୧୯୯୨ ମସିହାରେ, ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ପୌରସଂସ୍ଥାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲେ। ଏଥିସହିତ ୨୦୧୮ରେ ମହିଳାମାନଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରିବା ପାଇଁ ଓଡ଼ିଶା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଇବା ସହିତ ଦେଶର ୨୨ଟି ରାଜନୈତିକ ଦଳକୁ ବିଜେଡିର ବରିଷ୍ଠ ପ୍ରତିନିଧିମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତାଇ ଥିଲେ। ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜୁ ଜନତା ଦଳ ଓ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ଭୂମିକା ସର୍ବାଗ୍ରେ ରହିଛି। କିନ୍ତୁ, ବିଜେପି ମିଛ ପ୍ରଚାର କରି ରାଜ୍ୟ ତଥା ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ବାସ୍ତବରେ, ବିଜେପି ଏକ ମହିଳା ବିରୋଧୀ ଦଳ ଓ ବିଜେପିରେ ମହିଳାଙ୍କୁ କେବେ ନ୍ୟାୟ ମିଳେ ନାହିଁ ବୋଲି ଡଃ ସାମନ୍ତସିଂହାର କହିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

26 Apr 2026 By Madhusudan Das

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ଭୁବନେଶ୍ୱର: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ୍‌ ଗତ ୨୦୨୩ ମସିହାରେ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ହେଲେ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନ ଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁଁ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇପାରିଲାନି ବୋଲି ମିଛ ଅଭିଯୋଗ କରି ଜନଆକ୍ରୋଶ ରାଲି ନାମରେ  ନାଟକ କରୁଛି। ମହିଳାମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିଥିବା ବିଜେପି ସେହି ମହିଳାମାନଙ୍କୁ ବ୍ୟବହାର କରି ତାଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଛି ବୋଲି କହି ବିଜେପି ଉପରେ ବିଜେଡିର ଦୁଇ ବରିଷ୍ଠ ନେତ୍ରୀ ବର୍ଷିଛନ୍ତି। ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର ବିଜେପିର ଏହି ମିଛ ପ୍ରଚାରକୁ କଠୋର ସମାଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀମତୀ ଦେଓ କହିଥିଲେ, ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନରେ ୨୦୨୩ରେ ଦେଶର ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ସମସ୍ତେ ଆଶା କରିଥିଲେ, ଏହାକୁ ତୁରନ୍ତ ୨୦୨୪ ସାଧାରଣ ନିର୍ବାଚନରେ ଲାଗୁ କରାଯିବ। କିନ୍ତୁ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହାକୁ ଲାଗୁ କରି ନ ଥିଲା। ୨୦୨୭ ମସିହାରେ ଜନଗଣନା ହେବାକୁ ଯାଉଥିବାରୁ ଏହି ଜନଗଣନା ଆଧାରରେ ସଂସଦ ଓ ବିଧାନସଭା ଆସନଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଏହାକୁ ଲାଗୁ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। କିନ୍ତୁ, ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ହଠାତ୍‌ ସଂସଦର ବିଶେଷ ଅଧିବେଶନ ଡାକି ମହିଳା ସଂରକ୍ଷଣ ସହିତ ୨୦୧୧ ଜନଗଣନା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣକୁ ପାରିତ କରାଯିବାକୁ ଉଦ୍ୟମ କରାଗଲା। ଯେହେତୁ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣରେ ଓଡିଶା ସମେତ ସମସ୍ତ ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳ ରାଜ୍ୟଗୁଡିକର ପ୍ରତିନିଧିତ୍ୱ ହ୍ରାସ ପାଉଥିଲା, ସେଥିପାଇଁ ବିରୋଧୀ ଦଳମାନେ ଏହାକୁ ସମର୍ଥନ ଦେଇ ନ ଥିଲେ। ଏହି ବିଲ୍‌ କାଟ ଖାଇଯିବା ପରେ ବିଜେପି ବିରୋଧୀ ଦଳମାନଙ୍କୁ ମହିଳା ବିରୋଧୀ କହି ନାଟକ କରୁଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି। 

ସେହିପରି ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ତରଫରୁ ମହିଳାମାନଙ୍କୁ ପ୍ରାର୍ଥୀ କରିବା କ୍ଷେତ୍ରରେ ଆଦୌ ଅଗ୍ରାଧିକାର ଦିଆଯାଇ ନ ଥିଲା। ଅପରପକ୍ଷରେ ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ବିଜେଡି ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲା। ଏଥିରୁ, ମହିଳା ସଂରକ୍ଷଣ ବିଲ୍‌ ବା ମହିଳା ସଶକ୍ତୀକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସର୍ବାଗ୍ରେ ରହିଛି ବୋଲି ପ୍ରମାଣିତ ହୋଇଛି। ଦେଶରେ ମହିଳାମାନଙ୍କୁ ସାମ୍ୱିଧାନିକ ପଦବୀରେ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ୧୯୯୨ ମସିହାରେ, ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ପୌରସଂସ୍ଥାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲେ। ଏଥିସହିତ ୨୦୧୮ରେ ମହିଳାମାନଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରିବା ପାଇଁ ଓଡ଼ିଶା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଇବା ସହିତ ଦେଶର ୨୨ଟି ରାଜନୈତିକ ଦଳକୁ ବିଜେଡିର ବରିଷ୍ଠ ପ୍ରତିନିଧିମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତାଇ ଥିଲେ। ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜୁ ଜନତା ଦଳ ଓ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ଭୂମିକା ସର୍ବାଗ୍ରେ ରହିଛି। କିନ୍ତୁ, ବିଜେପି ମିଛ ପ୍ରଚାର କରି ରାଜ୍ୟ ତଥା ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ବାସ୍ତବରେ, ବିଜେପି ଏକ ମହିଳା ବିରୋଧୀ ଦଳ ଓ ବିଜେପିରେ ମହିଳାଙ୍କୁ କେବେ ନ୍ୟାୟ ମିଳେ ନାହିଁ ବୋଲି ଡଃ ସାମନ୍ତସିଂହାର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର