ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

Madhusudan Das Picture
Published On

କଟକ: ରାଜ୍ୟରେ ପୋଲିସ ବି ଅସୁରକ୍ଷିତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ । କଟକ ଷଷ୍ଠ ବାଟାଲିୟନ ପରିସରରେ ପୁଲିସ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ SCBରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ସୂଚନା ଅନୁସାରେ, ବୁଧବାର ରାତିରେ  ଷଷ୍ଠ ବାଟାଲିୟନ କ୍ୟାମ୍ପସ ପରିସରରେ ଯୁବକ ଯୁବତୀ ଆପତ୍ତିଜନକ ଅବସ୍ଥାରେ ବସିଥିଲେ । ଏତିକିବେଳେ ବାଟାଲିୟନର ଜଣେ ହାବିଲଦାର ସେମାନଙ୍କ ପରିଚୟ ପଚାରିବାରୁ ସେମାନେ ପାଟିତୁଣ୍ଡ କରିଥିଲେ । ପରେ ଯୁବକ ତା’ର କିଛି ସାଙ୍ଗମାନଙ୍କୁ ଡକାଇ ପୁଲିସ ଉପରକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

30 Apr 2026 By Madhusudan Das

ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

କଟକ: ରାଜ୍ୟରେ ପୋଲିସ ବି ଅସୁରକ୍ଷିତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ । କଟକ ଷଷ୍ଠ ବାଟାଲିୟନ ପରିସରରେ ପୁଲିସ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ SCBରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ସୂଚନା ଅନୁସାରେ, ବୁଧବାର ରାତିରେ  ଷଷ୍ଠ ବାଟାଲିୟନ କ୍ୟାମ୍ପସ ପରିସରରେ ଯୁବକ ଯୁବତୀ ଆପତ୍ତିଜନକ ଅବସ୍ଥାରେ ବସିଥିଲେ । ଏତିକିବେଳେ ବାଟାଲିୟନର ଜଣେ ହାବିଲଦାର ସେମାନଙ୍କ ପରିଚୟ ପଚାରିବାରୁ ସେମାନେ ପାଟିତୁଣ୍ଡ କରିଥିଲେ । ପରେ ଯୁବକ ତା’ର କିଛି ସାଙ୍ଗମାନଙ୍କୁ ଡକାଇ ପୁଲିସ ଉପରକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର