ଜମା ଟଙ୍କା ପାଇଁ ଭଉଣୀ କଙ୍କାଳ ବ୍ୟାଙ୍କ୍‌କୁ ନେବା ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC

Madhusudan Das Picture
Published On

କେନ୍ଦୁଝର: ଜମା ଟଙ୍କା ପାଇଁ ମାଟି ଖୋଳି ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣାରେ ତଦନ୍ତ କରୁଛି RDC । ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC । ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ପହଞ୍ଚି  ତଦନ୍ତ କରିଛନ୍ତି ।  ଆରଡିସିଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । 

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ପଡ଼ିଲା ? ବ୍ୟାଙ୍କ କର୍ମଚାରୀ କ’ଣ ଡକ୍ୟୁମେଣ୍ଟ ମାଗିଥିଲେ? ଏସମ୍ପର୍କରେ ଅଧିକ ପଚାରି ବୁଝିଥିଲା ଟିମ୍ । ତେବେ ପ୍ରାଥମିକ ତଦନ୍ତ ପରେ ଗଣମାଧ୍ୟାମକୁ ପ୍ରତିକ୍ରିୟା ଦେଲେ ଆରଡିସି । ପ୍ରାଥମିକସ୍ତରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି ବୋଲି କହିଛନ୍ତି ଆରଡିସି । ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କ'ଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ଏହା ମଧ୍ୟ କହିଛନ୍ତି ଯେ ଜିତୁ ମୁଣ୍ଡା ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି । ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି ବୋଲି ଆରଡିସି କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ତେବେ କଲରା ଏବଂ ଜିତୁଙ୍କୁ କାହିଁକି ଦିଆଯାଇନଥିଲା ଏଟିଏମ, ପୂର୍ବରୁ ସେମାନେ ବ୍ୟାଙ୍କରେ ଅନେକ ବାର କାରବାର କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପୋଲିସ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଆରଡିସି । ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଭୁଲ ବୋଲି କହିଛନ୍ତି ଆରଡିସି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

30 Apr 2026 By Madhusudan Das

ଜମା ଟଙ୍କା ପାଇଁ ଭଉଣୀ କଙ୍କାଳ ବ୍ୟାଙ୍କ୍‌କୁ ନେବା ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC

କେନ୍ଦୁଝର: ଜମା ଟଙ୍କା ପାଇଁ ମାଟି ଖୋଳି ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣାରେ ତଦନ୍ତ କରୁଛି RDC । ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC । ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ପହଞ୍ଚି  ତଦନ୍ତ କରିଛନ୍ତି ।  ଆରଡିସିଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । 

କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ପଡ଼ିଲା ? ବ୍ୟାଙ୍କ କର୍ମଚାରୀ କ’ଣ ଡକ୍ୟୁମେଣ୍ଟ ମାଗିଥିଲେ? ଏସମ୍ପର୍କରେ ଅଧିକ ପଚାରି ବୁଝିଥିଲା ଟିମ୍ । ତେବେ ପ୍ରାଥମିକ ତଦନ୍ତ ପରେ ଗଣମାଧ୍ୟାମକୁ ପ୍ରତିକ୍ରିୟା ଦେଲେ ଆରଡିସି । ପ୍ରାଥମିକସ୍ତରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି ବୋଲି କହିଛନ୍ତି ଆରଡିସି । ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କ'ଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ଏହା ମଧ୍ୟ କହିଛନ୍ତି ଯେ ଜିତୁ ମୁଣ୍ଡା ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି । ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି ବୋଲି ଆରଡିସି କହିଛନ୍ତି ।

ତେବେ କଲରା ଏବଂ ଜିତୁଙ୍କୁ କାହିଁକି ଦିଆଯାଇନଥିଲା ଏଟିଏମ, ପୂର୍ବରୁ ସେମାନେ ବ୍ୟାଙ୍କରେ ଅନେକ ବାର କାରବାର କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପୋଲିସ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଆରଡିସି । ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଭୁଲ ବୋଲି କହିଛନ୍ତି ଆରଡିସି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର