ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ମିଳିବ ଅଧିକ ସବସିଡି

The Sakala Picture
Published On

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ଅଧିକ ସବସିଡି ଦେବାକୁ ନିଆଯାଇଛି ନିଷ୍ପତ୍ତି। ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି […]

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ଅଧିକ ସବସିଡି ଦେବାକୁ ନିଆଯାଇଛି ନିଷ୍ପତ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା; ୨୭ ତାରିଖ ଅପରାହ୍ନ ୧ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି ଚକିଆ ଯାନରେ ୩୦ହଜାର ଓ ୪ ଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ।

ଆହୁରି ପଢ଼ନ୍ତୁ: PM ଫସଲ ବୀମା ଡାଟା ଅପଲୋଡରେ ଅବହେଳା: ୬ ଜିଲ୍ଲାର ADMଙ୍କୁ କାରଣ ଦର୍ଶାଅ ନୋଟିସ୍

ଇଲେକ୍ଟ୍ରିକ ଯାନରେ ସବସିଡି ଦେଇ ଶତକଡା ୨୦ପ୍ରତିଶତ ଗାଡି ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲା ପରିବହନ ବିଭାଗ। ଦୁଇ ଚକିଆ ଯାନରେ ୪ଗୁଣ ଓ ତିନି ଚକିଆ ଯାନରେ ଦେଢ଼ ଗୁଣ ଏବଂ ଚାରି ଚକିଆ ଯାନରେ ଅଧିକ ୫୦ହଜାର ଛାଡ଼ ପରେ ଇଲେକ୍ଟ୍ରିକ ଯାନର ବ୍ୟବହାର ଅଧିକ ହେବା ସହ ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେବ। ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସଡକ ସୁରକ୍ଷା ସମିତି ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି।

ଆହୁରି ପଢ଼ନ୍ତୁ: କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା, ଉପକୃତ ହେବେ ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର